Advertisment

‘ଆମ ଦୁଇ ମାସର ଝିଅ ଟିକା ନେଇ ମରିଗଲା’

କାମାକ୍ଷାନଗର( ବିଦ୍ୟାଧର ବରାଳ) : ଟିକାନେଇ ଦୁଇମାସର ଶିଶୁକନ୍ୟାର ମୃତ୍ୟୁ। ପୋଲିଓ ଟିକା ନେବାପରେ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ସୂଚନା ଅନୁସାରେ କଙ୍କଡାହାଡ଼ ବ୍ଲକ ଖଜୁରିଆ ଗ୍ରାମର ମହେଶ୍ୱର ଦାସଙ୍କ ଦୁଇମାସର ଶିଶୁ କନ୍ୟା ଗତକାଲି ଖଜୁରିଆ ଅଙ୍ଗନବାଡି କେନ୍ଦ୍ର ଠାରେ ତିନୋଟି ଟିକା ନେବା ସହ ପୋଲିଓ ବୁନ୍ଦା ନେଇଥିଲେ । କିନ୍ତୁ ଟିକା ନେବାର କିଛି ସମୟ ପରେ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଖରାପ ହେବା଼ରେ ଲାଗିଥିଲା। ଏହା ଦେଖି […]

‘ଆମ ଦୁଇ ମାସର ଝିଅ ଟିକା ନେଇ ମରିଗଲା’

hio

Advertisment

କାମାକ୍ଷାନଗର( ବିଦ୍ୟାଧର ବରାଳ) : ଟିକାନେଇ ଦୁଇମାସର ଶିଶୁକନ୍ୟାର ମୃତ୍ୟୁ। ପୋଲିଓ ଟିକା ନେବାପରେ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ସୂଚନା ଅନୁସାରେ କଙ୍କଡାହାଡ଼ ବ୍ଲକ ଖଜୁରିଆ ଗ୍ରାମର ମହେଶ୍ୱର ଦାସଙ୍କ ଦୁଇମାସର ଶିଶୁ କନ୍ୟା ଗତକାଲି ଖଜୁରିଆ ଅଙ୍ଗନବାଡି କେନ୍ଦ୍ର ଠାରେ ତିନୋଟି ଟିକା ନେବା ସହ ପୋଲିଓ ବୁନ୍ଦା ନେଇଥିଲେ । କିନ୍ତୁ ଟିକା ନେବାର କିଛି ସମୟ ପରେ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଖରାପ ହେବା଼ରେ ଲାଗିଥିଲା।

Advertisment

ଏହା ଦେଖି ପରିବାର ଲୋକେ ତୁରନ୍ତ ଶିଶୁକନ୍ୟା ଟିକୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଇଥିଲେ। କିନ୍ତୁ ଶିଶୁ ଟିକୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏ ଖବର ପାଇ କଙ୍କଡାହାଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ପୋଷ୍ଟମର୍ଟମ କରି ଅଧିକ ତଦନ୍ତ ଜାରି ରଖିଛି l ଶିଶୁର ବଡ଼ ମା ଲକ୍ଷ୍ମୀ ବେହେରା କହିଛନ୍ତି ଯେ, ଝିଅ ସକାଳେ ଭଲ ଥିଲା।

ପାଖାପାଖି ୧୨ଟା ବେଳେ ଟିକା ଦବାକୁ ନେଥିଲୁ। ଝିଅ ଟିକା ନେଇକି ଆସିଲା। କାନ୍ଦିଲା। ମାଟିକେ କ୍ଷୀର ଦେଇବାଦେବରୁ ତୁନି ହାଇ ରହିଲା। ତପରେ ଉଠିଲା ପୁଣି କାନ୍ଦିଲା। ଝିଅ ଯେମିତିଆଗରୁ ଖେଳୁ ଥିଲା ଟିକା ଦବା ପରେ ସେମିତି ଆଉ ଖେଳିଲାନି।  ସେମିତି ମା କୋଳରେ ଶୁଇଥିଲା। ପରେ ତାକୁ ମେଡିକାଲକୁ ଆଣି ଦେଖେଇବାରୁ ତାର ଆଉ ଜୀବନ ନଥିଲା ବୋଲି ସେ କହିଛନ୍ତି। ଏନେଇ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଅଧିକାରୀ ଅଭିଯୋଗକୁ ଗ୍ରହଣ କରିବା ସହ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ତଦନ୍ତ ସ୍ପଷ୍ଟ ହେବାପାଇଁ କହିଛନ୍ତି l

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe