Advertisment

୬୦ ଗୋରୁଙ୍କ ସହ ନିର୍ଦ୍ଦୟତା

ଗୋ-ସୁରକ୍ଷା ନିମନ୍ତେ କାମ କରୁଥିବା ସ୍ୱେଚ୍ଛାସେବୀଙ୍କ ଠାରୁ ଖବର ପାଇବା ପରେ ସେମାନଙ୍କ ସହଯୋଗ ନେଇ ପୁଲିସ ଗୋରୁ ଚାଲାଣ ଟ୍ରକ୍‌କୁ ଜବତ କରିଛି।

author-image
Niranjan Mishra
ଅଦ୍ୟତନ ହୋଇଛି
cow laden truck

cow laden truck

ଓଡିଶାରୁ କୋଲକାତାକୁ ଟ୍ରକ୍‌ରେ ଗୋ-ଚାଲାଣ ବେଳେ ଧରିଲା ପୁଲିସ। ଗୋ-ସୁରକ୍ଷା ନିମନ୍ତେ କାମ କରୁଥିବା ସ୍ୱେଚ୍ଛାସେବୀଙ୍କ ଠାରୁ ଖବର ପାଇବା ପରେ ସେମାନଙ୍କ ସହଯୋଗ ନେଇ ପୁଲିସ ଏହି ଟ୍ରକ୍‌କୁ ଜବତ କରିଛି। ଆଜି ଢେଙ୍କାନାଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ମହିଷାପାଟ ନିକଟରେ ଏହି ଗୋରୁ ବୋଝେଇ ଜବତ ହୋଇଛି। ତେବେ ପୁଲିସର ଦାୟିତ୍ୱହୀନତା ଯୋଗୁ ୩ଟି ଗୋରୁ ବୋଝେଇ ଟ୍ରକ୍ ଖସି ଯାଇଥିବା ବେଳେ ଗୋଟିଏ ଧରାପଡ଼ିଛି। ଏଥିରେ ପ୍ରାୟ ୬୦ ଗୋରୁଙ୍କୁ ଅତି ନିର୍ଦ୍ଦୟତା ଭାବେ ଭର୍ତ୍ତି କରି ଚାଲାଣ କରାଯାଉଥିଲା।

Advertisment

ସମସ୍ତ ଗୋରୁମାନଙ୍କୁ ଟ୍ରକ୍ ଭିତରୁ ବାହାର କରାଯାଇଛି। ସମସ୍ତଙ୍କ ଅବସ୍ଥା ଗୁରୁତର ରହିଛି। ଡାକ୍ତର ପହଞ୍ଚି ଗୋରୁମାନଙ୍କ ଚିକିତ୍ସା କରୁଛନ୍ତି।

ତେବେ ପୁଲିସ ଚଢ଼ାଉ ବେଳେ ଟ୍ରକ୍‌ର ଡ୍ରାଇଭର ଖସି ପଳାଇଛି। ପୁଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।

Advertisment

ବଜରଙ୍ଗ କ୍ଲବ ସଦସ୍ୟ ସନ୍ଦୀପ ଷଡଙ୍ଗୀ କହିଛନ୍ତି, ଗୋରୁମାନଙ୍କୁ ଅତି ଅମାନୁଷିକ ଭାବେ ଚାଲାଣ କରାଯାଉଥିଲା। ଓଭର ଲୋଡିଂ କରି ନିଆଯାଉଥିବାରୁ ସମସ୍ତ ଗୋରୁ ଆହତ ହୋଇଛନ୍ତି। ସ୍ଥିତି ଦେଖିବା ପରେ ଏହି ଗୋରୁମାନଙ୍କୁ ଦୁର୍ବୃତ୍ତମାନେ କଂସେଇଖାନାକୁ ଚାଲାଣ କରିଥିବା ସନ୍ଦେହ ହେଉଛି।

ଜିଲ୍ଲା ଅତିରିକ୍ତ ପ୍ରାଣୀ ଚିକିତ୍ସକ ଶ୍ରୀକାନ୍ତ କୁମାର ପରିଡା କହିଛନ୍ତି, ସମସ୍ତ ଗୋରୁଙ୍କ ଚିକିତ୍ସା କରାଯାଉଛି। ଅତି ନିର୍ଦ୍ଦୟତା ଭାବେ ଗୋରୁମାନଙ୍କୁ ଚାଲାଣ କରାଯାଉଥିବାରୁ ପ୍ରାୟ ସମସ୍ତ ଗୋରୁ ଆହତ ହୋଇଛନ୍ତି। ସେମାନଙ୍କୁ ଜ୍ୱର ହୋଇଛି। ହାଡ଼ ଓ ମାଂସପେଶୀରେ ଆଘାତ ମଧ୍ୟ ଲାଗିଛି। ଔଷଧ ଖାଇବା ପରେ ସମସ୍ତେ ସୁସ୍ଥ ହୋଇଯିବେ ବୋଲି ଆଶା ରହିଛି।

Smuggling