Advertisment

ଟାଟା ବିଦ୍ୟୁତ୍ ବିତରଣ ସଂସ୍ଥାର ମନମୁଖୀ କାର୍ଯ୍ୟକଳାପକୁ ନେଇ ପ୍ରତିବାଦ

କାମାକ୍ଷାନଗର(ବିଦ୍ୟାଧର ବରାଳ): କରୋନା ଭଳି ମହାମାରୀ ସମୟରେ ଟାଟା କମ୍ପାନୀର ବିଦ୍ୟୁତ୍ ବିତରଣ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀଙ୍କ ଜୁଲମକୁ ନେଇ ତାତିଲେ କାମାକ୍ଷାନଗର ଓକିଲ ସଂଘ । ଏ ଦୁର୍ଦ୍ଦିନ ସମୟରେ ଲୋକଙ୍କ ଜୀବନ ଜୀବିକା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇ ପଡ଼ିଥିବା ବେଳେ କର୍ମଚାରୀ ମାନଙ୍କ ମନମୁଖୀ ବିଦ୍ୟୁତ ବିଲ ଅଦାୟ ଗ୍ରାହକ ମାନଙ୍କର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଯାହାକୁ ନେଇ କାମାକ୍ଷାନଗର ଓକିଲ ସଂଘ ପକ୍ଷରୁ ଏକ ପ୍ରତିବାଦ ଶୋଭାଯାତ୍ରା ଦେଖିବାକୁ ମିଳିଛି। ବିଦ୍ୟୁତ୍ […]

author-image
Tapas Behera
ଟାଟା ବିଦ୍ୟୁତ୍ ବିତରଣ ସଂସ୍ଥାର ମନମୁଖୀ କାର୍ଯ୍ୟକଳାପକୁ ନେଇ ପ୍ରତିବାଦ

690

କାମାକ୍ଷାନଗର(ବିଦ୍ୟାଧର ବରାଳ): କରୋନା ଭଳି ମହାମାରୀ ସମୟରେ ଟାଟା କମ୍ପାନୀର ବିଦ୍ୟୁତ୍ ବିତରଣ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀଙ୍କ ଜୁଲମକୁ ନେଇ ତାତିଲେ କାମାକ୍ଷାନଗର ଓକିଲ ସଂଘ । ଏ ଦୁର୍ଦ୍ଦିନ ସମୟରେ ଲୋକଙ୍କ ଜୀବନ ଜୀବିକା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇ ପଡ଼ିଥିବା ବେଳେ କର୍ମଚାରୀ ମାନଙ୍କ ମନମୁଖୀ ବିଦ୍ୟୁତ ବିଲ ଅଦାୟ ଗ୍ରାହକ ମାନଙ୍କର ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ଯାହାକୁ ନେଇ କାମାକ୍ଷାନଗର ଓକିଲ ସଂଘ ପକ୍ଷରୁ ଏକ ପ୍ରତିବାଦ ଶୋଭାଯାତ୍ରା ଦେଖିବାକୁ ମିଳିଛି। ବିଦ୍ୟୁତ୍ ଉପଭୋକ୍ତା ମାନଙ୍କୁ ବିଦ୍ୟୁତ ବିଲ ପୈଠ କରିବା ପାଇଁ ଜୋର ଜବରଦସ୍ତ ଜୁଲମ କରିବା ସହ ବିଦ୍ୟୁତ ଖୁଣ୍ଟିରୁ ସେମାନଙ୍କର ବିଦ୍ୟୁତ ସଂଯୋଗ କାଟି ଦିଆଯାଉଛି।

Advertisment

ଏପରିକି ବିଦ୍ୟୁତ୍ କର୍ମଚାରୀ ମାନେ ଉପଭୋକ୍ତାମାନଙ୍କ ଠାରୁ ମୋଟା ଅଙ୍କର ଟଙ୍କା ଆଦାୟ କରି ସେହି ଟଙ୍କାରେ ମଦ ମାଂସର ଆସର କରି ଜୀବନକୁ ଉପଭୋଗ କରୁଥିବା ଓକିଲ ସଂଘ ଅଭିଯୋଗ କରିଛି । କାମାକ୍ଷାନଗର ଏନଏସି ସହ ଆଖପାଖ ଗାଁ ଗୁଡ଼ିକରେ ବିଦ୍ୟୁତ ବିଭାଗର ଏସଡିଓ ଏବଂ ଜେଇ ବାବୁ ମାନେ ଲୋକଙ୍କୁ ଧମକ ଚମକ ଦେଉଥିବା ଓକିଲ ସଂଘ ଅଭିଯୋଗ କରିଛି। ଯାହାକୁ ନେଇ ବିଦ୍ୟୁତ ବିଭାଗକୁ ବାରମ୍ବାର ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ସେମାନେ କହିଛନ୍ତି। ଏ ନେଇ କାମାକ୍ଷାନଗର ଓକିଲ ସଂଘ ପକ୍ଷରୁ ଏକ ପ୍ରତିବାଦ ଶୋଭାଯାତ୍ରା କରିବା ସହ ଉପଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।