Advertisment

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ନେଇ ବିକ୍ଷୋଭ

ଢ଼େଙ୍କାନାଳ(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ ନେଇ ଢେଙ୍କାନାଳ ସଦର ବ୍ଲକ ଆଗରେ ବିଜେପି କର୍ମୀ ବିକ୍ଷୋଭ କରିଛନ୍ତି। ଏଥିରେ ଜିଲ୍ଲାର ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ। ଗରିବ ହିତାଧିକାରୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାବଦରେ ଦେଉଥିବା ୧ଲକ୍ଷ ୨୦ ହଜାର ଟଙ୍କା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନାହିଁ। ଅଧାବାଟରେ ତାହା ବାଟମାରଣା ହେଉଛି । ପୁଣି କେଉଁଠି ତେଲିଆ ମୁଣ୍ଡରେ ତେଲପରି ଏହା ଅଯୋଗ୍ୟ ଲୋକ […]

ଅଦ୍ୟତନ ହୋଇଛି
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ନେଇ ବିକ୍ଷୋଭ

689

Advertisment

ଢ଼େଙ୍କାନାଳ(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ ନେଇ ଢେଙ୍କାନାଳ ସଦର ବ୍ଲକ ଆଗରେ ବିଜେପି କର୍ମୀ ବିକ୍ଷୋଭ କରିଛନ୍ତି। ଏଥିରେ ଜିଲ୍ଲାର ବହୁ ନେତା ଓ କର୍ମୀ ସାମିଲ ହୋଇଥିଲେ।

Advertisment

ଗରିବ ହିତାଧିକାରୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବାବଦରେ ଦେଉଥିବା ୧ଲକ୍ଷ ୨୦ ହଜାର ଟଙ୍କା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁନାହିଁ। ଅଧାବାଟରେ ତାହା ବାଟମାରଣା ହେଉଛି । ପୁଣି କେଉଁଠି ତେଲିଆ ମୁଣ୍ଡରେ ତେଲପରି ଏହା ଅଯୋଗ୍ୟ ଲୋକ ହାତେଇ ନେଉଛନ୍ତି। ଏଥିପାଇଁ ସରକାରୀ ଦଳର ନେତା ମନ୍ତ୍ରୀଙ୍କଠୁ ନେଇ ଜିଲ୍ଲା ସ୍ତରରେ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ସାମିଲ ହେଉଥିବା ଅଭିଯୋଗ ଆଣିଛି ବିଜେପି। ସେଥିପାଇଁ ଆସନ୍ତା ତିନିଦିନ ଧରି ରାଜ୍ୟ ବିଜେପି ପକ୍ଷରୁ ରାଜ୍ୟବ୍ୟାପୀ ଏହି ଆନ୍ଦୋଳନ କରାଯାଉଛି। ଆଗକୁ ଯଦି ଏହି ଭୁଲ ରାଜ୍ୟ ସରକାର ନସୁଧାରନ୍ତି ତେବେ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ଚେତାବନୀ ମଧ୍ୟ ଦେଇଛି ଦଳ।

ପୂର୍ବତନ ରାଜ୍ୟସଭା ସାଁସଦ ତଥା ବିଜେପି ନେତା ରୁଦ୍ର ନାରାୟଣ ପାଣି  କହିଛନ୍ତି ଯେ,  ଓଡ଼ିଶାରେ ସଶକ୍ତ ବିରୋଧୀ ଦଳ ଭାବେ ରାଜ୍ୟ ସରକାରଙ୍କ ଦୁର୍ନୀତିର ପର୍ଦ୍ଦାଫାସ କରି ଆସିଛି। ଓଡ଼ିଶା ସରକାରଙ୍କ ଯଦି ଗୋଟିଏ ମାନଦଣ୍ଡ ନିର୍ବାଚନ ଜିତୁଛନ୍ତି ଓ ସବୁ ଦୁର୍ନୀତି ମାଫ୍‌, ତାହା ସମ୍ପୂର୍ଣ୍ଣ ଭୁଲ କଥା। ହୁଏତ ଖେଳ ଓ କଳାକୌଶଳ କରି ନିର୍ବାଚନ ଜିତୁଛନ୍ତି । କିନ୍ତୁ ଭୋଟହାର ବିଜେପିର ବଢ଼ି ବଢ଼ି ଚାଲିଛି। ଢେଙ୍କାନାଳ ଲୋକସଭା ସିଟ୍‌ରେ ବିଜେପି ୪୩ ପ୍ରିତିଶତ ଭୋଟ ପାଇଛି। ସେଇ ପରିପ୍ରେକ୍ଷୀରେ ୨୦୧୯ ମସିହା ପରେ ଆମେ ଆମର ଆନ୍ଦୋଳନ ଓ ପ୍ରତିବାଦ ଶାଣିତ କରିବା କଥା। ଭିତରେ ଭିତରେ ଆମେ କରୁଛୁ ମଧ୍ୟ।  କିନ୍ତୁ ଯେହେତୁ କରୋନା ଆସିଛି ତାରି ଗାଇଡଲାଇନ ଭିତରେ ଏହି ଆନ୍ଦୋଳନ ଚାଲିଛି।

Advertisment

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଭିନ୍ନ କ୍ଷେତ୍ରରେ ଦୁର୍ନୀତି ହେଉଛି। ହିତାଧିକାରୀ ଚୟନରେ ଦୁର୍ନୀତି ହେଉଛି।  ତାରି ଭିତରେ ମଧ୍ୟ ପିସି କାରବାର ହେଉଛି। ଏଥିରେ ରାଜ୍ୟ ରାଜ୍ୟସରକାରଙ୍କ ମନ୍ତ୍ରୀ, ଏମଏଲଏ ଓ ବିଧାୟକଙ୍କ ହାତ ରହୁଛି। ତେଣୁ ଏହାର ଆମେ ପ୍ରତିବାଦ କରୁଛୁ ବୋଲି ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe