Advertisment

୧୧୨କୋଟି ଟଙ୍କା ବ୍ୟୟରେ ହେବ ଯୋରନ୍ଦା ମହିମା ଗାଦି ପୀଠର ନବକଳେବର

ଜଗନ୍ନାଥ ମନ୍ଦିରଠାରୁ ସ୍କୁଲ ପଡ଼ିଆ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେବ। ସୌନ୍ଦର୍ଯ୍ୟକରଣ ପାଇଁ ଗାଦିର ପୂର୍ବପଟ ବଡ଼ ପୋଖରୀର ପୁନରୁଦ୍ଧାର ସହିତ ୨୦୦ତାଳଗଛ ଓ ୨୦୦ ବରଗଛ ଲଗାଯିବ।

Mahima Gadi

Mahima Gadi

Advertisment

ଢେଙ୍କାନାଳ ଜିଲ୍ଲାର ଯୋରନ୍ଦା ମହିମା ଗାଦି ପୀଠର ନବକଳେବର ପାଇଁ ରାଜ୍ୟ ସରକାର ୧୧୨କୋଟି ଟଙ୍କା ଖର୍ଚ୍ଚ କରିବେ। ଢେଙ୍କାନାଳ ଜିଲ୍ଲାପାଳଙ୍କ ପ୍ରସ୍ତାବ ଆଧାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମହିମା ଗାଦି ପୀଠର ରୂପାନ୍ତର ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ଏହି ୧୧୨କୋଟି ଟଙ୍କାରେ ଅଲେଖ ଧର୍ମର ପ୍ରମୁଖ  ସ୍ଥଳୀ ଯୋରନ୍ଦାସ୍ଥିତ ମହିମା ଗାଦି ପୀଠର ସର୍ବାଙ୍ଗୀନ ବିକାଶ ସହିତ ଭକ୍ତମାନଙ୍କ ସୁବିଧା ପାଇଁ ଆବଶ୍ୟକ ଭିତ୍ତିଭୂମିର ବିକାଶ କରାଯିବ। ଏଥିରେ ସମାଧି ମନ୍ଦିରର ପୁନଃନିର୍ମାଣ, ପ୍ରାର୍ଥନା ଗୃହ, ପାଚେରୀ, ପୁଷ୍କରଣୀ ପୁନରୁଦ୍ଧାର, ବସଷ୍ଟାଣ୍ଡ, କୌପିନଧାରୀ ମହିମା ସମାଜ ପୀଠ ପୁନଃନିର୍ମାଣ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଆଦି ନିର୍ମାଣ କରାଯିବ। ପୀଠ ଭିତରେ ଆଭ୍ୟନ୍ତରୀଣ ସଡ଼କ ସମେତ ସମଗ୍ର ଅଂଚଳର ଆଲୋକୀକରଣ କରାଯିବ।

ଜଗନ୍ନାଥ ମନ୍ଦିରଠାରୁ ସ୍କୁଲ ପଡ଼ିଆ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେବ। ସୌନ୍ଦର୍ଯ୍ୟକରଣ ପାଇଁ ଗାଦିର ପୂର୍ବପଟ ବଡ଼ ପୋଖରୀର ପୁନରୁଦ୍ଧାର ସହିତ ୨୦୦ତାଳଗଛ ଓ ୨୦୦ ବରଗଛ ଲଗାଯିବ। ଆଲୋକୀକରଣ ସମେତ ପ୍ରମନେଡ୍ (ବିଚରଣ ସ୍ଥଳୀ) ତିଆରି କରାଯିବ। ସାଧୁ ଓ ଭକ୍ତମାନଙ୍କ ସୁବିଧା ପାଇଁ ୨୦୦ଟି ଶୌଚାଳୟ ନିର୍ମାଣ ହେବ। ସମସ୍ତ ପ୍ରକଳ୍ପରେ ସାଧୁସନ୍ଥ, ଭକ୍ତ ଓ ଅତିଥିମାନଙ୍କ ପାଇଁ ସବୁପ୍ରକାରର ସୁବିଧାସୁଯୋଗ ରହିବ। ସୌନ୍ଦର୍ଯ୍ୟକରଣ ସହିତ ଏହାକୁ ଜିଲ୍ଲାର ଏକ ପ୍ରମୁଖ ତୀର୍ଥସ୍ଥଳୀ ଓ ପର୍ଯ୍ୟଟନ କେନ୍ଦ୍ର ଭାବେ ବିକଶିତ କରିବାକୁ ପଦକ୍ଷେପ ନିଆଯିବ।

Advertisment

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନ ମେ’ ୨୯ ତାରିଖରେ ଏହି ଗାଦି ପୀଠକୁ ଯାଇ ଏହାର ରୂପାନ୍ତର ସମ୍ପର୍କରେ ସାଧୁସନ୍ଥଙ୍କ ସହ ଆଲୋଚନା କରିଥିଲେ।

Mahima Gadi Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe