Advertisment

ପ୍ରଧାନଶିକ୍ଷକଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ, ଆଉ କିଛି ବାକି ରଖିନାହାନ୍ତି

କାମାକ୍ଷାନଗର (ବିଦ୍ୟାଧର ବରାଳ): ପ୍ରଧାନ ଶିକ୍ଷକଙ୍କ ନାମରେ ମହାଭିଯୋଗ ଆଣିଲେ ଗ୍ରାମବାସୀ। ବେଶ କିଛି ସମୟ ଧରି କଥା କଟାକଟି ସହ ସ୍କୁଲ ପରିବେଶ ପାଲଟିଲା ଅପ୍ରୀତିକର ପରିସ୍ଥିତି। ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଜିରିଡାମାଳି ଗାଁ ରଘୁନାଥ ଜୀଉ ଉଚ୍ଚ ବିଦ୍ୟାଳୟରେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତପନ କୁମାର ସାହୁ ଅନେକ ଦୁର୍ନୀତିରେ ଲିପ୍ତ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିଦ୍ୟାଳୟର ଲକ୍ଷାଧିକ ଟଙ୍କାର ଶାଗୁଆନ ଗଛ କାଟି ଚୋରି […]

ଅଦ୍ୟତନ ହୋଇଛି
ପ୍ରଧାନଶିକ୍ଷକଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ, ଆଉ କିଛି ବାକି ରଖିନାହାନ୍ତି

kamakhaynagar

Advertisment

କାମାକ୍ଷାନଗର (ବିଦ୍ୟାଧର ବରାଳ): ପ୍ରଧାନ ଶିକ୍ଷକଙ୍କ ନାମରେ ମହାଭିଯୋଗ ଆଣିଲେ ଗ୍ରାମବାସୀ। ବେଶ କିଛି ସମୟ ଧରି କଥା କଟାକଟି ସହ ସ୍କୁଲ ପରିବେଶ ପାଲଟିଲା ଅପ୍ରୀତିକର ପରିସ୍ଥିତି। ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଜିରିଡାମାଳି ଗାଁ ରଘୁନାଥ ଜୀଉ ଉଚ୍ଚ ବିଦ୍ୟାଳୟରେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତପନ କୁମାର ସାହୁ ଅନେକ ଦୁର୍ନୀତିରେ ଲିପ୍ତ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

Advertisment

ବିଦ୍ୟାଳୟର ଲକ୍ଷାଧିକ ଟଙ୍କାର ଶାଗୁଆନ ଗଛ କାଟି ଚୋରି କରିବା, ପିଲାଙ୍କ ଚାଉଳ ବିକ୍ରି କରିବା, ବିଦ୍ୟାଳୟ ଏସଏମସି(SMC) କମିଟିର ଟଙ୍କା ହଡପ କରିବା, ବିଦ୍ୟାଳୟର ଘରକୁ ହଳଦୀ ବେପାରୀଙ୍କୁ ଭଡ଼ାରେ ଦେବା ସହ ବିଦ୍ୟାଳୟର ଉନ୍ନତିମୂଳକ ପ୍ରୋଜେକ୍ଟରେ ସାଙ୍ଘାତିକ ଦୁର୍ନୀତି କରିଥିବା ଆଦି ସଙ୍ଗିନ ଅଭିଯୋଗ ହୋଇଛି।

ଏ ନେଇ ବିଦ୍ୟାଳୟ ପରିସରରେ ଗ୍ରାମବାସୀ ଓ ପ୍ରଧାନ ଶିକ୍ଷକଙ୍କ ମଧ୍ୟରେ ବେଶ କିଛି ସମୟ ଧରି ହଟଚମଟ ହୋଇଥିଲା। ଉତ୍ୟକ୍ତ ଗ୍ରାମବାସୀ ବିଦ୍ୟାଳୟର ପ୍ରଦାନ ଶିକ୍ଷକଙ୍କ କାର୍ଯ୍ୟକୁ ନେଇ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରିଣୀଙ୍କ ସମ୍ମୁଖରେ ପର୍ଦ୍ଦାଫାସ କରିଥିଲେ। ଏପରିକି ବିଦ୍ୟାଳୟରେ ପାଠ ପଢ଼ାଇବା ବେଳେ ପ୍ରଧାନ ଶିକ୍ଷକ ମହୋଦୟ ଶୋଇବାର ଫଟୋ ସୋଶାଲ ମିଡିଆରେ ଭାଇରଲ ହୋଇଥିଲା। ଏବଂ ସମ୍ପୃକ୍ତ ପ୍ରଧାନ ଶିକ୍ଷକ ୨୦୧୧ ମସିହାରେ ପିଲାଙ୍କ ଚାଉଳ ବିକ୍ରି କରିବା ଘଟଣାରେ ସସପେଣ୍ଡ ମଧ୍ୟ ହୋଇଥିଲେ। ବିଭିନ୍ନ ଦୁର୍ନୀତିରେ ଜଡିତ ପ୍ରଧାନ ଶିକ୍ଷକ ତପନ କୁମାର ସାହୁଙ୍କୁ ତୁରନ୍ତ ବହିଷ୍କାର ସହ ତାଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Advertisment

ସ୍ଥାନୀୟ ବାସିନ୍ଦା ବାଦଲ ବେହେରା କହିଛନ୍ତି, ସ୍କୁଲର ଏପର୍ଯ୍ୟନ୍ତ କୌଣସି ଉନ୍ନତିମୂଳକ କାମ ହୋଇପାରିନାହିଁ। ଯାହା ଫଣ୍ଡ ଆସୁଛି ପ୍ରଧାନଶିକ୍ଷକ ନିଜେ ସବୁ ହଡ଼ପ କରିଦେଉଛନ୍ତି। ବହୁତ ସ୍କୁଲରେ ବିକାଶ ହେଲାଣି। କିନ୍ତୁ ଆମ ସ୍କୁଲ ଯେମିତି ଥିଲା ସେମିତି ଅଛି। ତେଣୁ ଆମେ ଚାହୁଁଛୁ ପ୍ରଧାନଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।

ସେହିପରି ଏସଏମସି କମିଟି ସଦସ୍ୟ ମଦନ ମୋହନ ମଲ୍ଲିକ କହିଛନ୍ତି, ଯେବେଠାରୁ ତପନ ସାହୁ ପ୍ରଧାନଶିକ୍ଷକ ଭାବେ ଦାୟିତ୍ୱ ନେଇଛନ୍ତି। ସେବେଠାରୁ ସ୍କୁଲ ତଳକୁ ଖସିବାରେ ଲାଗିଛି। ୨୦୧୧ରେ ସେ ଚାଉଳ ବିକ୍ରି ଘଟଣାରେ ଧରା ପଡ଼ିଥିଲେ। ଏହାସତ୍ତ୍ୱେ ସେ କିପରି ପୁନଃଦାୟିତ୍ୱରେ ରହିଲେ, ତାହା ଆମେ ଜାଣିନୁ।

ସେପଟେ ତପନ କୁମାର ସାହୁ ନିଜ ଉପରେ ଲାଗିଥିବା ସମସ୍ତ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି। ସେ କୌଣସି ଦୁର୍ନୀତିରେ ସଂପୃକ୍ତ ନଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ସସ୍ମିତା ସାହୁ କହିଛନ୍ତି, ଆମ ପାଖକୁ ଯେଉଁ ଅଭିଯୋଗ, ତା’ର ପୂରା ତଦନ୍ତ କରିବା ପରେ ରିପୋର୍ଟ ଦାଖଲ କରିବୁ। ଏହା ପରେ ଜିଲ୍ଲା ପ୍ରଶାସନ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe