/odisha-reporter/media/post_attachments/uploads/2022/03/dkl.jpg)
tension
ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଥାନା ପରିସରରେ ହାତାହାତି । ପୁଲିସ୍ ଉପସ୍ଥିତିରେ ପିଟାପିଟି ହେଲେ ବିଜେପି-ବିଜେଡି କର୍ମୀ । ଢେଙ୍କାନାଳ ଟାଉନ୍ ଥାନା ପରିସରରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ ।
Advertisment
ଗତକାଲି ସକାଳେ ମତଦାନ ଚାଲିଥିବା ବେଳେ ୧୫ ନମ୍ବର ଓ୍ୱାର୍ଡରେ ଗଣ୍ଡଗୋଳ ହୋଇଥିଲା । ପୂର୍ବତନ ବିଜେପି ବିଧାୟକଙ୍କ ପୁତୁରା ଏବଂ ସଦର ବିଜେଡି ବିଧାୟକଙ୍କ ସମର୍ଥକ ମୁହାଁମୁହିଁ ହୋଇଥିଲେ । ଏହାକୁ ନେଇ ଉଭୟ ପକ୍ଷ ଟାଉନ୍ ଥାନାରେ ପହଞ୍ଚିଥିଲେ।
ଥାନା ପରିସରରେ ଉଭୟ ଦଳ ମଧ୍ୟରେ ବଚସା ଆରମ୍ଭ ହୋଇଯାଇଥିଲା । ଏହାପରେ ଉଭୟ ଦଳର କର୍ମୀ ପରସ୍ପରକୁ ଆକ୍ରମଣ କରିଥିଲେ । ଏହାକୁ ନେଇ ଥାନା ପରିସରରେ ଦେଖାଦେଇଥିଲା ଉତ୍ତେଜନା । ଏହି ଘଟଣାରେ ଉଭୟ ପକ୍ଷରୁ କିଛି କର୍ମୀଙ୍କୁ ପୁଲିସ ଥାନାରେ ଅଟକ ରଖିଥିବାବେଳେ ଏବେବି ଚାପା ଉତ୍ତେଜନା ଲାଗିରହିଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
