Advertisment

ଥାନାରେ ହାତାହାତି ହେଲେ ବିଜେପି-ବିଜେଡି କର୍ମୀ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଥାନା ପରିସରରେ ହାତାହାତି । ପୁଲିସ୍‌ ଉପସ୍ଥିତିରେ ପିଟାପିଟି ହେଲେ ବିଜେପି-ବିଜେଡି କର୍ମୀ । ଢେଙ୍କାନାଳ ଟାଉନ୍ ଥାନା ପରିସରରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଗତକାଲି ସକାଳେ ମତଦାନ ଚାଲିଥିବା ବେଳେ ୧୫ ନମ୍ବର ଓ୍ୱାର୍ଡରେ ଗଣ୍ଡଗୋଳ ହୋଇଥିଲା ।  ପୂର୍ବତନ ବିଜେପି ବିଧାୟକଙ୍କ ପୁତୁରା ଏବଂ ସଦର ବିଜେଡି ବିଧାୟକଙ୍କ ସମର୍ଥକ  ମୁହାଁମୁହିଁ ହୋଇଥିଲେ । ଏହାକୁ ନେଇ ଉଭୟ ପକ୍ଷ ଟାଉନ୍ ଥାନାରେ ପହଞ୍ଚିଥିଲେ। ଥାନା ପରିସରରେ ଉଭୟ […]

ଥାନାରେ ହାତାହାତି ହେଲେ ବିଜେପି-ବିଜେଡି କର୍ମୀ

tension

Advertisment

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଥାନା ପରିସରରେ ହାତାହାତି । ପୁଲିସ୍‌ ଉପସ୍ଥିତିରେ ପିଟାପିଟି ହେଲେ ବିଜେପି-ବିଜେଡି କର୍ମୀ । ଢେଙ୍କାନାଳ ଟାଉନ୍ ଥାନା ପରିସରରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ ।

Advertisment

ଗତକାଲି ସକାଳେ ମତଦାନ ଚାଲିଥିବା ବେଳେ ୧୫ ନମ୍ବର ଓ୍ୱାର୍ଡରେ ଗଣ୍ଡଗୋଳ ହୋଇଥିଲା ।  ପୂର୍ବତନ ବିଜେପି ବିଧାୟକଙ୍କ ପୁତୁରା ଏବଂ ସଦର ବିଜେଡି ବିଧାୟକଙ୍କ ସମର୍ଥକ  ମୁହାଁମୁହିଁ ହୋଇଥିଲେ । ଏହାକୁ ନେଇ ଉଭୟ ପକ୍ଷ ଟାଉନ୍ ଥାନାରେ ପହଞ୍ଚିଥିଲେ।

ଥାନା ପରିସରରେ ଉଭୟ ଦଳ ମଧ୍ୟରେ ବଚସା ଆରମ୍ଭ ହୋଇଯାଇଥିଲା  । ଏହାପରେ ଉଭୟ ଦଳର କର୍ମୀ ପରସ୍ପରକୁ ଆକ୍ରମଣ କରିଥିଲେ । ଏହାକୁ ନେଇ ଥାନା ପରିସରରେ ଦେଖାଦେଇଥିଲା ଉତ୍ତେଜନା । ଏହି ଘଟଣାରେ ଉଭୟ ପକ୍ଷରୁ କିଛି କର୍ମୀଙ୍କୁ ପୁଲିସ ଥାନାରେ ଅଟକ ରଖିଥିବାବେଳେ ଏବେବି ଚାପା ଉତ୍ତେଜନା ଲାଗିରହିଛି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe