Advertisment

ମୋତେ ସାଂସଦ କହିଲେ ଏଇଥିପାଇଁ ତାଳଚେର ଲୋକ ପାଲଲହଡ଼ା ଲୋକଙ୍କୁ ଡେସ୍‌ କରନ୍ତି: ବିଜେଡି ବିଧାୟକ

ପାଲଲହଡ଼ା (ଓଡ଼ିଶା ରିପୋର୍ଟର) ପାଲଲହଡ଼ାରେ କୋଭିଡ୍ କେୟାର ସେଣ୍ଟର ଉଦ୍‌ଘାଟନକୁ ନେଇ ବିଜେଡି ନେତା ମୁହାଁମୁହିଁ। ଏମିତିକି ଉଚ୍ଚବାଚ ପରିସ୍ଥିତି ସୃଷ୍ଟି ହୋଇଥିଲା। ଢେଙ୍କାନାଳ ସାଂସଦ ମହେଶ ସାହୁ ପାଲଲହଡ଼ା ବିଧାୟକ ମୁକେଶ ପାଲଙ୍କ   ପ୍ରତି  ଅଶ୍ରାବ୍ୟ ଭାଷା ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି।  ଖାଲି ସେତିକି ନୁହେଁ ପାଲଲହଡ଼ାବାସୀଙ୍କୁ ମଧ୍ୟ ସାଂସଦଙ୍କ ଅଶାଳୀନ ମନ୍ତବ୍ୟକୁ ବିରୋଧ କରି ବିଧାୟକଙ୍କ ସମର୍ଥକଙ୍କ ହୋହଲ୍ଲା କରିଥିଲେ । ଏହି ଘଟଣା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । ସୂଚନା […]

author-image
Tapas Behera
ଅଦ୍ୟତନ ହୋଇଛି
ମୋତେ ସାଂସଦ କହିଲେ ଏଇଥିପାଇଁ ତାଳଚେର ଲୋକ ପାଲଲହଡ଼ା ଲୋକଙ୍କୁ ଡେସ୍‌ କରନ୍ତି: ବିଜେଡି ବିଧାୟକ

790

ପାଲଲହଡ଼ା (ଓଡ଼ିଶା ରିପୋର୍ଟର) ପାଲଲହଡ଼ାରେ କୋଭିଡ୍ କେୟାର ସେଣ୍ଟର ଉଦ୍‌ଘାଟନକୁ ନେଇ ବିଜେଡି ନେତା ମୁହାଁମୁହିଁ। ଏମିତିକି ଉଚ୍ଚବାଚ ପରିସ୍ଥିତି ସୃଷ୍ଟି ହୋଇଥିଲା। ଢେଙ୍କାନାଳ ସାଂସଦ ମହେଶ ସାହୁ ପାଲଲହଡ଼ା ବିଧାୟକ ମୁକେଶ ପାଲଙ୍କ   ପ୍ରତି  ଅଶ୍ରାବ୍ୟ ଭାଷା ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି।  ଖାଲି ସେତିକି ନୁହେଁ ପାଲଲହଡ଼ାବାସୀଙ୍କୁ ମଧ୍ୟ ସାଂସଦଙ୍କ ଅଶାଳୀନ ମନ୍ତବ୍ୟକୁ ବିରୋଧ କରି ବିଧାୟକଙ୍କ ସମର୍ଥକଙ୍କ ହୋହଲ୍ଲା କରିଥିଲେ ।

Advertisment

ଏହି ଘଟଣା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । ସୂଚନା ଅନୁସାରେ ପାଲଲହଡ଼ା ଆଦର୍ଶ ସ୍କୁଲରେ ଏକ କୋଭିଡ୍ କେୟାର ସେଣ୍ଟର ଉଦ୍‌ଘାଟନ ପାଇଁ ପ୍ରଶାସନ ଆଜି ସକାଳ ସାଢ଼େ ୧୦ଟାବେଳେ ସମୟ ଧାର୍ଯ୍ୟ କରିଥିଲା । ଏଥିପାଇଁ ଉଭୟ ସାଂସଦ ଓ ବିଧାୟକଙ୍କୁ ମୌଖିକ ଭାବେ ଜଣାଇଯାଇଥିଲା । ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଲ୍ ଠିକ୍ ସମୟରେ ପହଞ୍ଚିଥିବାବେଳେ ସାଂସଦ ମହେଶ ସାହୁ  ବିଳମ୍ବରେ ପହଞ୍ଚିଥିଲେ । ତେବେ ସାଂସଦଙ୍କୁ ଅପେକ୍ଷା ନକରି ବିଧାୟକ କୋଭିଡ୍ କେୟାର ସେଣ୍ଟର ଉଦ୍‌ଘାଟନ କରି ଦେଇଥିବାରୁ ଏହା ଦେଖି ସାଂସଦ ଖପ୍ପା ହୋଇଥିଲେ ।

ପରେ ବିଧାୟକଙ୍କ ପ୍ରତି ଖରାପ ଶବ୍ଦ ପ୍ରୟୋଗ କରିଥିବା ନିଜେ ମୁକେଶ ପାଲ୍ ଅଭିଯୋଗ କରିଛନ୍ତି । ଏହା ପରେ ଦୁହିଁଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣା ସମୟରେ ସ୍ଥାନୀୟ ବିଡିଓ ମଧ୍ୟ ଉପସ୍ଥିତ ଥିବା କୁହାଯାଉଛି ।

Advertisment

ପାଲଲହଡ଼ା ବିଧାୟକ ମୁକେଶ କୁମାର ପାଲ୍ କହିଛନ୍ତି ଯେ, କରୋନା ରୋଗୀଙ୍କ ସଂଖ୍ୟା ବଢ଼ୁଥିବାରୁ ଏଠାରେ କେମିତି କୋଭିଡ୍‌ କେୟାର ସେଣ୍ଟର ହୋଇପାରିବ ଏଥିପାଇଁ ମୁଁ ପ୍ରଶାସନ ସହ ଆଲୋଚନା କରି ଏ ଦିଗରେ ପଦକ୍ଷେପ ନେଥିଲୁ। ଆଜି ଏହାର ଉଦଘାଟନ ହେବାର ଥିଲା। ମୋତେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ କହିଲେ ଏମପି ମୋହଦୟ ଆସିବା ପାଇଁ ଚାହୁଁଛନ୍ତି। ମୁଁ କହିଲି ଠିକ୍‌ ଅଛି। ସେ ଆସନ୍ତୁ।  କିନ୍ତୁ ଏମପି ଚାହୁଁଥିଲେ ଏହା ସୋମବାର ଉଦଘାଟନ ହେଉ। କିନ୍ତୁ ଏହାର ଶୀଘ୍ର ଆବଶ୍ୟକତା ଥିଲା। ଆଜି ଏହା ୧୦ଟା ବେଳେ ହେବାର ଥିଲା। ଆମେ ଉଦଘାଟାନ କରିଦେଇଥିଲୁ। ହେଲେ ସାଂସଦ ୧୧ଟା ବେଳେ ଆସିଲେ। ପରେ ମୋତେ ସମସ୍ତଙ୍କ ସମ୍ମୁଖରେ  ଦୁର୍ବ୍ୟବହାର କଲେ। କହିଲେ  “ଏଇଥି ପାଇଁ ତାଳଚେର ଲୋକ ପାଲଲହଡ଼ା ଲୋକଙ୍କୁ ଡେସ୍‌ କରନ୍ତି”। ଯାହା ମୋତେ ଭାରି କଷ୍ଟ ଦେଇଛି। ଅନ୍ୟପଟେ ସାଂସଦ ମହେଶ ସାହୁ କହିଛନ୍ତି ଯେ, ଏହି କୋଭିଡ କେୟାର ସେଣ୍ଟର ଆଜି ଦିନ ୧୧ଟା ବେଳେ ଉଦ୍‌ଘାଟନ ହେବାର ଥିଲା। ହେଲେ ମୁଁ ଆସିବା ବେଳକୁ ବିଧାୟକ ଫିତା କାଟି ଦେଇଛନ୍ତି। ମୁଁ କହିଲି ମୁକେଶ ବାବୁ କରୋନାରେ ରାଜନୀତି କରାଯାଏନି। ମୁଁ କୌଣସି ଖରାପ ଭାଷା ପ୍ରୟୋଗ କରିନାହିଁ ବୋଲି ସାଂସଦ କହିଛନ୍ତି।