Advertisment

ହାତୀ କବଳରୁ ବଞ୍ଚେଇ ଦେଲା କୁକୁର

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର) କୁକୁର ଯୋଗୁଁ ଜଙ୍ଗଲୀ ହାତୀ କବଳରୁ ବଞ୍ଚିଗଲେ ମାଲିକ ଓ ଗ୍ରାମବାସୀ । ଏହି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ନିହଲ ପ୍ରସାଦ ଥାନା ଅନ୍ତର୍ଗତ ଖଙ୍କିରା ଗାଁରେ । ପ୍ରାତଃ ଭ୍ରମଣ ସମୟରେ ଗ୍ରାମରେ ଥିବା ପଡ଼ିଆ ନିକଟସ୍ଥ ଜଙ୍ଗଲରେ ଲୁଚି ରହିଥିବା ହାତୀପଲଙ୍କ ସୂଚନା ପାଇ ନିଜ ମାଲିକଙ୍କୁ ଅଟକାଇଥିଲା କୁକୁର ରକ୍ସି । ଗାଁର ଯୁବକ ମନୋଜ ବ୍ରହ୍ମ ପ୍ରତିଦିନ ଭଳି ନିଜ ପୋଷା କୁକୁର ସହିତ ନିକଟସ୍ଥ ପଡ଼ିଆକୁ […]

ଅଦ୍ୟତନ ହୋଇଛି
ହାତୀ କବଳରୁ ବଞ୍ଚେଇ ଦେଲା କୁକୁର

gkl

Advertisment

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର) କୁକୁର ଯୋଗୁଁ ଜଙ୍ଗଲୀ ହାତୀ କବଳରୁ ବଞ୍ଚିଗଲେ ମାଲିକ ଓ ଗ୍ରାମବାସୀ । ଏହି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ନିହଲ ପ୍ରସାଦ ଥାନା ଅନ୍ତର୍ଗତ ଖଙ୍କିରା ଗାଁରେ । ପ୍ରାତଃ ଭ୍ରମଣ ସମୟରେ ଗ୍ରାମରେ ଥିବା ପଡ଼ିଆ ନିକଟସ୍ଥ ଜଙ୍ଗଲରେ ଲୁଚି ରହିଥିବା ହାତୀପଲଙ୍କ ସୂଚନା ପାଇ ନିଜ ମାଲିକଙ୍କୁ ଅଟକାଇଥିଲା କୁକୁର ରକ୍ସି । ଗାଁର ଯୁବକ ମନୋଜ ବ୍ରହ୍ମ ପ୍ରତିଦିନ ଭଳି ନିଜ ପୋଷା କୁକୁର ସହିତ ନିକଟସ୍ଥ ପଡ଼ିଆକୁ ପ୍ରାତଃ ଭ୍ରମଣ ପାଇଁ ଯାଇଥିଲେ ।

Advertisment

ହଠାତ୍ କୌଣସି ଅଘଟଣର ସନ୍ଧାନ ପାଇ କୁକୁର ରକ୍ସି ଆଉ ଆଗକୁ ଆଗେଇନଥିଲା । ନିଜ ମାଲିକଙ୍କୁ ମଧ୍ୟ ବାରଣ କରିଥିଲା କୁକୁର । ପ୍ରବଳ ଭୁକିବା ଫଳରେ ନିକଟ ଜଙ୍ଗଲରେ ଲୁଚି ରହିଥିବା ହାତୀପଲ ବାହାରକୁ ବାହାରି ଆସିଥିଲେ । ଫଳରେ ପାଖରେ ଥିବା ଅନେକ ଗ୍ରାମବାସୀ ମଧ୍ୟ ଜୀବନ ବିକଳରେ ଦୌଡିଥିଲେ । କିଛି ସମୟ ହାତୀ-ମଣିଷ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଏହାପରେ ହାତୀ ପଲ ଜଙ୍ଗଲ ଅଭିମୁଖେ ପଳାଇଥିଲେ । ଫଳରେ ଜଙ୍ଗଲୀ ହାତୀଙ୍କ କବଳରୁ ନିଜ ମାଲିକ ଓ ଅନେକ ଗ୍ରାମବାସୀଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲା ରକ୍ସି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe