Advertisment

ନୃଶଂସ ସ୍ୱାମୀ, ସ୍ତ୍ରୀକୁ ଜୀଅନ୍ତା ଜାଳିଦେଲା

ଗତକାଲି କୌଣସି କଥା ନେଇ ରଙ୍ଗବତୀ ଓ ନିରଞ୍ଜନଙ୍କ ମଧ୍ୟରେ ବଚସା ହୋଇଥିଲା।

fire broke out

fire broke out

Advertisment

ହୋମ ନିଆଁକୁ ସାକ୍ଷୀ ରଖି ମଥାରେ ସିନ୍ଦୂର ଦେଇଥିଲେ। ସାତ ଜନ୍ମମର ସାଥୀ ହେବାରୁ କଥା ଦେଇଥିଲେ। ହେଲେ ଗୋଟିଏ ଜନ୍ମରେ ସବୁ ସଂପର୍କ ତୁଟି ଗଲା। ରାଗର ବଶବର୍ତ୍ତୀ ହୋଇ ସ୍ତ୍ରୀକୁ କିରୋସିନ ଢାଳି ଜୀଅନ୍ତା ଜାଳି ଦେଲା ନୃଶଂସ ସ୍ୱାମୀ। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଗୋପପୁର ଗାଁରେ। ମୃତ ମହିଳା ଜଣଙ୍କ ହେଲେ ରଙ୍ଗବତୀ ଦାସ। ଅଭିଯୁକ୍ତ ସ୍ୱାମୀ ନିରଞ୍ଜନ ଦାସଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

Advertisment

ଗତକାଲି କୌଣସି କଥା ନେଇ ରଙ୍ଗବତୀ ଓ ନିରଞ୍ଜନଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ନିରଞ୍ଜନ ଉତ୍‌କ୍ଷିପ୍ତ ହୋଇ ରଙ୍ଗବତୀଙ୍କୁ ମାଡ଼ ମାରିଥିଲେ। ପରେ ତାଙ୍କ ଦେହରେ କିରାସିନି ଢ଼ାଳି ନିଆଁ ଲଗାଇ ଦେଇଥିଲେ। ରଙ୍ଗବତୀଙ୍କ ଚିତ୍କାର ଶୁଣି ପାଖ ପଡ଼ୋଶୀ ଦୌଡ଼ି ଆସିଥିଲେ। ନିଆଁ ଲିଭାଇ ରଙ୍ଗବତୀଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏହି ଘଟଣା ସମୟରେ ଘରେ କେହି ନଥିଲେ। ଏନେଇ ରଙ୍ଗବତୀଙ୍କ ପୁଅ କଙ୍କଡାହାଡ଼ ଥାନାରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ମୋ ବାପା ସବୁବେଳେ ମଦ ପିଇ ଆସି ସବୁବେଳେ ମୋ ମା’ଙ୍କୁ ମାଡ଼ପିଟ୍‌ କରନ୍ତି। କଙ୍କଡାହାଡ଼ ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Fire Breakout Dhenkanal , Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe