Advertisment

ଲଭ୍‌ ମ୍ୟାରେଜ୍‌ କରିଥିଲେ: ଏମିତି କ’ଣ ଘଟିଲା ବିଚ୍‌ ରାସ୍ତାରେ ହାତ କାଟିଲେ

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ସ୍ତ୍ରୀ କୁ ସନ୍ଦେହ କରି ବିଚ୍ ବଜାରରେ ହାତ କାଟିଦେଲା ସ୍ୱାମୀ। ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ବସ୍ ଷ୍ଟାଣ୍ଡ ନିକଟରେ ଏହି ଘଟଣା ଘଟିଛି । ଆହତ ସ୍ଵାମୀକୁ ପୁଲିସ ଉଦ୍ଧାର କରି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।  ଉଭୟଙ୍କ ଘର ସଦର ଥାନା ଅନ୍ତର୍ଗତ ବେଶାଳିଆ ଗାଁରେ।ଏମାନେ ୪ବର୍ଷ ତଳେ ପ୍ରେମ ବିବାହ କରିଥିଲେ। ଉଭୟଙ୍କର ଜଣେ  ୩ ବର୍ଷର ଝିଅ ରହିଛି। ଆଜି ଦିନ ୧୧ଟା ସମୟରେ ସ୍ତ୍ରୀ […]

author-image
Tapas Behera
ଲଭ୍‌ ମ୍ୟାରେଜ୍‌ କରିଥିଲେ: ଏମିତି କ’ଣ ଘଟିଲା ବିଚ୍‌ ରାସ୍ତାରେ ହାତ କାଟିଲେ

786

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ସ୍ତ୍ରୀ କୁ ସନ୍ଦେହ କରି ବିଚ୍ ବଜାରରେ ହାତ କାଟିଦେଲା ସ୍ୱାମୀ। ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ବସ୍ ଷ୍ଟାଣ୍ଡ ନିକଟରେ ଏହି ଘଟଣା ଘଟିଛି । ଆହତ ସ୍ଵାମୀକୁ ପୁଲିସ ଉଦ୍ଧାର କରି ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।  ଉଭୟଙ୍କ ଘର ସଦର ଥାନା ଅନ୍ତର୍ଗତ ବେଶାଳିଆ ଗାଁରେ।ଏମାନେ ୪ବର୍ଷ ତଳେ ପ୍ରେମ ବିବାହ କରିଥିଲେ।

Advertisment

ଉଭୟଙ୍କର ଜଣେ  ୩ ବର୍ଷର ଝିଅ ରହିଛି। ଆଜି ଦିନ ୧୧ଟା ସମୟରେ ସ୍ତ୍ରୀ ସହିତ ଝଗଡା କରି ସ୍ଵାମୀ ଜଣକ ରାସ୍ତା କଡରେ ପଡିଥିବା ଏକ ଭଙ୍ଗା କାଚ ବୋତଲରେ ନିଜ ହାତ କାଟି ପକାଇଥିଲା। ଖବର ପାଇ ଟାଉନଥାନା ପୁଲିସ ଉଭୟଙ୍କୁ ନିଜ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଦୁଇ ଜଣ ଯୁବକ-ଯୁବତୀ ରାସ୍ତା ଉପରେ ପାଟିତୁଣ୍ଡ ଲାଗିଥିଲେ।

ତେବେ ଯୁବକ ଜଣକ ହଠାତ୍‌ ରାସ୍ତା କଡ଼ରେ ପଡ଼ିଥିବା କାଚକୁ ଆଣି ନିଜ ହାତକୁ କାଟି ଥିଲେ। ତାଙ୍କ ହାତରୁ ଭସ ଭସ ହୋଇ ରକ୍ତ ବୋହି ଥିଲା। ସ୍ଥାନୀୟ ଲୋକେ ତାଙ୍କୁ ରକ୍ଷା କରି ପୁଲିସକୁ ଖବର ଦେଇଥିଲେ। ପୁଲିସ ଆସି ଉଭୟଙ୍କୁ ଥାନାକୁ ନେଇ ଯାଇଥିଲା।

Advertisment