Advertisment

ଦଶମ ପରୀକ୍ଷା ସରିବା ପରେ ବାପାଙ୍କ ସଙ୍ଗେ ଅଜା ଘରକୁ ଯାଉଥିଲେ, ଟ୍ରକ୍ ଧକ୍କାରେ ଛାତ୍ରୀ ମୃତ

ଦଶମ ପରୀକ୍ଷା ସରିଥିଲା। ତେଣୁ ଛାତ୍ରୀ ଜଣକ ଖୁସି ହୋଇ ଅଜା ଘରକୁ ଛୁଟି କାଟିବା ପାଇଁ ବାପାଙ୍କ ସହ ବାଇକ୍‌ରେ ଯାଉଥିଲେ।

Truck

Truck

Advertisment

ଦଶମ ପରୀକ୍ଷା ସରିଥିଲା। ତେଣୁ ଛାତ୍ରୀ ଜଣକ ଖୁସି ହୋଇ ଅଜା ଘରକୁ ଛୁଟି କାଟିବା ପାଇଁ ବାପାଙ୍କ ସହ ବାଇକ୍‌ରେ ଯାଉଥିଲେ। ହେଲେ ବାଟରେ ଛକି ବସିଥିବା ମୃତ୍ୟୁ ଛାତ୍ରୀଙ୍କ ଜୀବନ ନେଇ ଯାଇଥିବା ବେଳେ ତାଙ୍କ ବାପା ଗୁରୁତର ହୋଇଛନ୍ତି। ମୃତ ଛାତ୍ରୀ ଜଣଙ୍କ ପରଜଙ୍ଗ ଥାନା ରେଣ୍ଠାପାଟ ପଞ୍ଚାୟତ ଅନ୍ତର୍ଗତ ପାଣିଭଣ୍ଡାର ଗାଁର ସ୍ୱାତୀ ସୁଚରିତା ଜେନା ଓ ଗୁରୁତର ହୋଇଛନ୍ତି ବାପା ଅଭିରାମ ଜେନା।

Advertisment

ଆଜି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ୫୩ ନଂ ଜାତୀୟ ରାଜପଥର ଯମୁନାକୋଟ ଛକ ନିକଟରେ ଟ୍ରକ ଧକ୍କାରେ ସ୍ୱାତୀଙ୍କ ମୃତ୍ୟୁ ହୋଇଛି ଓ ତାଙ୍କ ବାପା ଗୁରୁତର ହୋଇଛନ୍ତି। ଅଭିରାମଙ୍କୁ ଭୁବନ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ସ୍ୱାତୀ ତାଙ୍କ ବାପାଙ୍କ ସହ ବାଇକ ଯୋଗେ ତାଳଚେରରୁ ଭୁବନ ଥାନା ଅନ୍ତର୍ଗତ ଧଳପଡ଼ା ଗାଁ ସ୍ଥିତ ଅଜା ଘରକୁ ବୁଲିବାକୁ ଯାଉଥିଲେ। ବାଟରେ ବାଇକ୍‌କୁ ପଛରୁ ଧକ୍କା ଦେଇଥିଲା ଟ୍ରକ। ଗୁରୁତର ଅବସ୍ଥାରେ ବାପା ଓ ଝିଅଙ୍କୁ ପିସିଆର ଯୋଗେ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ସ୍ୱାତୀଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଯାହା ଦେଖି ଡାକ୍ତରଖାନାରେ ଦୁଃଖରେ ଭାଙ୍ଗି ପଡ଼ିଥିଲେ ପୂରା ପରିବାର।

Advertisment

ଘଟଣା ଘଟାଇବା ପରେ ଟ୍ରକ ଛାଡି ଡ୍ରାଇଭର ଫେରାର ହୋଇଯାଇଛି। ଖବର ପାଇ ଭୁବନ ପୁଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରିଛି ଓ ଘଟଣାର ତଦନ୍ତ ଜାରି ରଖିଛି।

ରିପୋର୍ଟ- କାମାକ୍ଷାନଗରରୁ ବିଦ୍ୟାଧର ବରାଳ

Unnatural Death Road Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe