Advertisment

କାମକୁ ଯାଉଥିଲେ, ଅଧା ବାଟରେ ପିଟିଦେଲା ଟ୍ରକ୍‌

ଦୁଇ ଜଣ ବାଇକ୍‌ରେ ଯାଉଥିବା ବେଳେ ଜାତୀୟ ରାଜପଥର ମୁଣ୍ଡେଇଲୋ ଗାଁ ଛକ ନିକଟରେ ସମ୍ମୁଖରୁ ଆସୁଥିବା ଦ୍ରୁତଗାମୀ କୋଇଲା ବୋଝେଇ ଟ୍ରକ୍‌ ଧକ୍କା ଦେଇଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Accident

Accident

ପରିବାର ଲୋକଙ୍କ ମୁହଁରେ ମୁଠାଏ ଆହାର ଦେବା ପାଇଁ ବାହାରି ପଡ଼ିଥିଲେ କର୍ମ କ୍ଷେତ୍ରକୁ। ହେଲେ କିଏ ଜାଣିଥିଲା ଅକାଳ ମୃତ୍ୟୁ ରାସ୍ତାରେ ଛିଡା ହୋଇଛି! କ୍ଷଣକରେ ଚାଲିଗଲା ଦୁଇ ଦୁଇଟି ନିରୀହ ଜୀବନ। ଆଜି ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥରେ ଘଟିଛି। ଟ୍ରକ୍‌ ଧକ୍କାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି।

Advertisment

ଆଠଗଡ଼ ଧାଇପୁର ଗାଁର ଅଶୋକ କୁମାର ମହାରଣା ବାଇକ୍‌ରେ ତାଳଚେର ଅଭିମୁଖେ ଯାଉଥିଲେ। ତେବେ କନ୍ତୋର ଗାଁର ପେଟ୍ରୋଲ ଟାଙ୍କି କର୍ମଚାରୀ ମାମୁଦ ସାହୁ ତାଙ୍କୁ ଅଧା ରାସ୍ତା ଲିଫ୍ଟ ଦେଇଥିଲେ। ଦୁଇ ଜଣ ବାଇକ୍‌ରେ ଯାଉଥିବା ବେଳେ ଜାତୀୟ ରାଜପଥର ମୁଣ୍ଡେଇଲୋ ଗାଁ ଛକ ନିକଟରେ ସମ୍ମୁଖରୁ ଆସୁଥିବା ଦ୍ରୁତଗାମୀ କୋଇଲା ବୋଝେଇ ଟ୍ରକ୍‌ ଧକ୍କା ଦେଇଥିଲା। ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଦୁଇ ଜଣଙ୍କ ମୃତ ଘୋଷଣା କରିଥିଲେ ଡାକ୍ତର। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ ଜବତ କରିବା ସହିତ ଚାଳକକୁ ଅଟକ ରଖି ପଚରାଉଚରା କରୁଛି ପରଜଙ୍ଗ ଥାନା ପୁଲିସ।

Advertisment

ରିପୋର୍ଟ-କାମାକ୍ଷାନଗରରୁ ବିଦ୍ୟାଧର ବରାଳ

Accident Road Accident