Advertisment

ଆମ୍ବେଦକରଙ୍କ ସ୍ମୃତି ପୀଠ ଭାଙ୍ଗି ମିଶନ ଶକ୍ତି ମିଲେଟ୍ସ କାଫେ କରିବାକୁ ବିରୋଧ

ଦୀର୍ଘ ୧୫ ବର୍ଷ ତଳେ ଦଳିତମାନଙ୍କର ନେତା ସ୍ୱର୍ଗତ ଲକ୍ଷ୍ମଣ ନାଏକଙ୍କ ପ୍ରଚେଷ୍ଟା ଓ ପ୍ରଶାସନର ସହଯୋଗରେ ବାବା ସାହେବ ଆମ୍ବେଦକରଙ୍କ ଏକ ସ୍ମୃତିପୀଠ ନିର୍ମାଣ ହୋଇଥିଲା।

ଅଦ୍ୟତନ ହୋଇଛି
Kamakhyanagar

Kamakhyanagar

Advertisment

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ବାବା ସାହେବ ଆମ୍ବେଦକରଙ୍କ ସ୍ମୃତିପୀଠକୁ ଭାଙ୍ଗି ସେଠାରେ ମିଶନ ଶକ୍ତି ମିଲେଟ୍ସ କାଫେ ତିଆରି କରାଯାଉଛି। ଏହାକୁ ବିରୋଧ କରିଛି ଢେଙ୍କାନାଳ ଜିଲ୍ଲା ଦଳିତ ମହାସଂଘ, ଭୀମ ଆର୍ମୀ ଭାରତ ଏକତା ମିଶନ, ଆମ୍ବେଦକର ବିଚାରମଞ୍ଚ।

Advertisment

ଦୀର୍ଘ ୧୫ ବର୍ଷ ତଳେ ଦଳିତମାନଙ୍କର ନେତା ସ୍ୱର୍ଗତ ଲକ୍ଷ୍ମଣ ନାଏକଙ୍କ ପ୍ରଚେଷ୍ଟା ଓ ପ୍ରଶାସନର ସହଯୋଗରେ ବାବା ସାହେବ ଆମ୍ବେଦକରଙ୍କ ଏକ ସ୍ମୃତିପୀଠ ନିର୍ମାଣ ହୋଇଥିଲା। ଯେଉଁଠାରେ ସମ୍ବିଧାନ ପ୍ରଣେତା ଡକ୍ଟର ଭୀମ ରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟକ୍ରମ କରା ଯାଉଥିଲା। ମାତ୍ର ଗତ କିଛି ଦିନ ହେବ ତାହା ଭାଙ୍ଗି ସେଠାରେ ମିଶନ ଶକ୍ତି ମିଲେଟ୍ସ କାଫେ ନିର୍ମାଣ କରିବାକୁ ବିରୋଧ କରାଯାଇଛି। ଯାହାକୁ ନେଇ ଉପଜିଲ୍ଲାପାଳଙ୍କ ନିକଟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଆଗାମୀ ଅପ୍ରେଲ ୧୪ ତାରିଖ ଦିନ ବାବା ସାହେବଙ୍କ ଜନ୍ମ ଜୟନ୍ତୀ ଥିବାରୁ ତୁରନ୍ତ ବାବା ସାହେବଙ୍କ ସ୍ମୃତିପୀଠ ନିର୍ମାଣ ନକଲେ ପରିସ୍ଥିତି ଭୟଙ୍କର ହେବ ବୋଲି ମିଳିତ ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି।

ରିପୋର୍ଟ-କାମାକ୍ଷାନଗରରୁ ବିଦ୍ୟାଧର ବରାଳ

Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe