Advertisment

୬୦ ଫୁଟ୍ ଇଲେକ୍ଟ୍ରିକ୍ ଟାୱାର ଉପରକୁ ଚଢ଼ିଗଲେ ମହିଳା

କାମାକ୍ଷାନଗର (ଓଡ଼ିଶା ରିପୋର୍ଟର): ୬୦ ଫୁଟ ଉଚ୍ଚତାରୁ ଅଧିକ ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ୍ ଟାୱାରରୁ ଉଦ୍ଧାର ହେଲେ ମହିଳା। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଲିଗୋରଡ ଗାଁରେ ଘଟିଛି ଏହି ଘଟଣା। ଆଜି ସକାଳେ ଗାଁ ନିକଟରେ ଥିବା ୬୦ ଫୁଟରୁ ଅଧିକ ଉଚ୍ଚର ଏକ ହେଭି ଇଲେକଟ୍ରି ଟାୱାର୍ ଉପରେ ଜଣେ ମହିଳା ଚଢିଯାଇଥିଲେ। ଏହା ଦେଖି ଗାଁ ଲୋକେ ତୁରନ୍ତ ଅଗ୍ନିଶମବାହିନୀ ଏବଂ ପୁଲିସକୁ ଖବର ଦେଇଥିଲେ। ପୁଲିସ ଏବଂ ଅଗ୍ନିଶମବାହିନୀ ପହଞ୍ଚିବା ପରେ […]

author-image
Ranjit Kumar Jena
୬୦ ଫୁଟ୍ ଇଲେକ୍ଟ୍ରିକ୍ ଟାୱାର ଉପରକୁ ଚଢ଼ିଗଲେ ମହିଳା

tower

କାମାକ୍ଷାନଗର (ଓଡ଼ିଶା ରିପୋର୍ଟର): ୬୦ ଫୁଟ ଉଚ୍ଚତାରୁ ଅଧିକ ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ୍ ଟାୱାରରୁ ଉଦ୍ଧାର ହେଲେ ମହିଳା। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଲିଗୋରଡ ଗାଁରେ ଘଟିଛି ଏହି ଘଟଣା।

Advertisment

ଆଜି ସକାଳେ ଗାଁ ନିକଟରେ ଥିବା ୬୦ ଫୁଟରୁ ଅଧିକ ଉଚ୍ଚର ଏକ ହେଭି ଇଲେକଟ୍ରି ଟାୱାର୍ ଉପରେ ଜଣେ ମହିଳା ଚଢିଯାଇଥିଲେ। ଏହା ଦେଖି ଗାଁ ଲୋକେ ତୁରନ୍ତ ଅଗ୍ନିଶମବାହିନୀ ଏବଂ ପୁଲିସକୁ ଖବର ଦେଇଥିଲେ। ପୁଲିସ ଏବଂ ଅଗ୍ନିଶମବାହିନୀ ପହଞ୍ଚିବା ପରେ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନାକେଦମ ହୋଇଥିଲେ।

ପାଖାପାଖି ୩ ଘଣ୍ଟାର ପରିଶ୍ରମ ପରେ ମହିଳା ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ମହିଳା ଜଣକ କଙ୍କଡାହାଡ଼ ଥାନା କଣ୍ଟାପାଳ ଗାଁର ବୋଲି ଜଣାପଡିଛି। ତାଙ୍କୁ ପଚରାଉଚରା ପାଇଁ ପୁଲିସ ଥାନାକୁ ନେଇଛି। କଣ ପାଇଁ ସେ ବିଦ୍ୟୁତ୍ ଟାୱାରକୁ ଚଢିଲେ ତାହା ସ୍ପଷ୍ଟ ହୋଇ ନାହିଁ। ତେବେ ମାନସିକ ସ୍ତରରେ ସେ ଅସୁସ୍ଥ ଥିବା ସୂଚନା ମିଳିଛି।

Advertisment