Advertisment

ମୋବାଇଲରେ କଥା ହେବାରୁ ସ୍ତ୍ରୀକୁ ଜିଅନ୍ତା ପୋଡ଼ିଦେଲା ସ୍ୱାମୀ!

କାମାକ୍ଷାନଗର (ବିଦ୍ୟାଧର ବରାଳ): ମୋବାଇଲରେ କଥା ହେବାରୁ ସ୍ତ୍ରୀକୁ ଜୀଅନ୍ତା ଜାଳିଦେଲା ସ୍ୱାମୀ। ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ଚୂନରଗଡି ଗାଁରେ। ଗାଁର ନବକିଶୋର କବାଟ ନିଜ ସ୍ତ୍ରୀ ରିଙ୍କି ମହାକୁଡ଼କୁ ପ୍ରଥମେ ମାଡ଼ ମାରିଥିଲା। ଯାହା ପରେ ନିଜ ସ୍ତ୍ରୀକୁ ଏକ ଘର ଭିତରେ ପୂରାଇ ନିଆଁ ଲଗାଇ ଜୀଅନ୍ତା ଜାଳି ଦେଇଛି। ଏ ନେଇ ରିଙ୍କିଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗତକାଲି ବିଳମ୍ବିତ […]

ଅଦ୍ୟତନ ହୋଇଛି
ମୋବାଇଲରେ କଥା ହେବାରୁ ସ୍ତ୍ରୀକୁ ଜିଅନ୍ତା ପୋଡ଼ିଦେଲା ସ୍ୱାମୀ!

fire

Advertisment

କାମାକ୍ଷାନଗର (ବିଦ୍ୟାଧର ବରାଳ): ମୋବାଇଲରେ କଥା ହେବାରୁ ସ୍ତ୍ରୀକୁ ଜୀଅନ୍ତା ଜାଳିଦେଲା ସ୍ୱାମୀ। ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ଚୂନରଗଡି ଗାଁରେ। ଗାଁର ନବକିଶୋର କବାଟ ନିଜ ସ୍ତ୍ରୀ ରିଙ୍କି ମହାକୁଡ଼କୁ ପ୍ରଥମେ ମାଡ଼ ମାରିଥିଲା। ଯାହା ପରେ ନିଜ ସ୍ତ୍ରୀକୁ ଏକ ଘର ଭିତରେ ପୂରାଇ ନିଆଁ ଲଗାଇ ଜୀଅନ୍ତା ଜାଳି ଦେଇଛି। ଏ ନେଇ ରିଙ୍କିଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିବା ସୂଚନା ମିଳିଛି।

Advertisment

ସୂଚନା ଅନୁଯାୟୀ, ବୁଧବାର ସନ୍ଧ୍ୟାରେ ରିଙ୍କି ମୋବାଇଲ ଫୋନରେ କଥା ହେଉଥିଲେ। ଏହାକୁ ନେଇ ସ୍ୱାମୀ ନବକିଶୋର ତାଙ୍କୁ ବାରଣ କରିଥିଲେ। ଫଳରେ ଉଭୟ ସ୍ତ୍ରୀ ଓ ସ୍ୱାମୀଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତକ୍ଷୀପ୍ତ ହୋଇ ନବକିଶୋର ନିଜ ସ୍ତ୍ରୀକୁ ଖୁବ୍ ମାଡ଼ ମାରିଥିଲେ।

ମାମଲା ଏତେ ବିଗିଡ଼ି ଗଲା ଯେ ନବକିଶୋର ବିଳମ୍ବିତ ରାତିରେ ରିଙ୍କିଙ୍କୁ ଚାଳ ଘର ଭିତରେ ରଖି ପୋଡି ଦେଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ କଙ୍କଡ଼ାହାଡ଼ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅର୍ଦ୍ଧଦଗ୍ଧ ମୃତଦେହକୁ ଉଦ୍ଧାର କରିବା ସହ ସ୍ୱାମୀ ନବକିଶୋରକୁ ଅଟକ ରଖି ଅଧିକ ପଚରାଉଚରା ଚଳେଇଛି। ଜିଲ୍ଲା ସାଇଣ୍ଟିଫିକ ଟିମର ତଦନ୍ତ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ଜଣାପଡିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe