Advertisment

ବାରହା ଶିକାର ପାଇଁ ବୋମା ଖଞ୍ଜା ହୋଇଥିଲା, ମହିଳାଙ୍କ ଦେହରେ ଫୁଟିଲା

କାମାକ୍ଷାନଗର (ଓଡ଼ିଶା ରିପୋର୍ଟର): ବାରହା ଶିକାର ପାଇଁ ଖଞ୍ଜା ହୋଇଥିବା ବୋମା ଫୁଟି ଜଣେ ମହିଳା ଗୁରୁତର ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ତଳସାହିରେ ଘଟିଛି ଏଭଳି ଏକ ଘଟଣା। ଗୁରୁତର ମହିଳା ଜଣଙ୍କ ହେଲେ ନିରୂପମା ବାରିକ। ତାଙ୍କ ଘର ସେହି ତଳସାହିରେ। ଆଜି ସକାଳେ ନିରୂପମା ଶାଗ କିଆରୀରେ କାମ କରୁଥିବା ବେଳେ ବାରହା ଶିକାର ପାଇଁ ଖଞ୍ଜା ହୋଇଥିବା ବୋମାଟି ଫୁଟି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ […]

ଅଦ୍ୟତନ ହୋଇଛି
ବାରହା ଶିକାର ପାଇଁ ବୋମା ଖଞ୍ଜା ହୋଇଥିଲା, ମହିଳାଙ୍କ ଦେହରେ ଫୁଟିଲା

7nmb

Advertisment

କାମାକ୍ଷାନଗର (ଓଡ଼ିଶା ରିପୋର୍ଟର): ବାରହା ଶିକାର ପାଇଁ ଖଞ୍ଜା ହୋଇଥିବା ବୋମା ଫୁଟି ଜଣେ ମହିଳା ଗୁରୁତର ହୋଇଛନ୍ତି । ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ତଳସାହିରେ ଘଟିଛି ଏଭଳି ଏକ ଘଟଣା।

Advertisment

ଗୁରୁତର ମହିଳା ଜଣଙ୍କ ହେଲେ ନିରୂପମା ବାରିକ। ତାଙ୍କ ଘର ସେହି ତଳସାହିରେ। ଆଜି ସକାଳେ ନିରୂପମା ଶାଗ କିଆରୀରେ କାମ କରୁଥିବା ବେଳେ ବାରହା ଶିକାର ପାଇଁ ଖଞ୍ଜା ହୋଇଥିବା ବୋମାଟି ଫୁଟି ଯାଇଥିଲା ।

ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କାମାକ୍ଷାନଗର ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ନିରୂପମାଙ୍କ ମୁହଁରେ ଗଭୀର ଆଘାତ ଲାଗିଛି ।

Advertisment

ପାଖ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲୀ ଜନ୍ତୁ ଗାଁ ମୁହାଁ ହେଉଥିବା ବେଳେ ବାର୍‌ହା ଆଦିଙ୍କ ଶିକାର ପାଇଁ ଏହି ଶାଗ କିଆରୀରେ ବୋମା ଖଞ୍ଜାଯାଇଥିବା କୁହାଯାଉଛି। ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe