Advertisment

ଧନୁତୀର ଧରି ଖେଳୁଥିଲେ, ତଳି ପେଟରେ ପଶିଗଲା

ପେଟଭିତରେ ତୀର ପଶି ଯାଇଥିବାରୁ ଲୋକନାଥଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିଲେ। ମେଡ଼ିକାଲ୍‌ ଚେକ୍‌ଅପ୍‌ ପରେ ତାଙ୍କୁ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି।

DKL

DKL

Advertisment

ଧନୁତୀର ସହ ଖେଳୁଥିଲେ ପିଲା। ଅସାବଧାନତା ଯୋଗୁ ତୀର ସିଧା ଯାଇ ଜଣେ ଯୁବକଙ୍କ ତଳିପେଟରେ ବାଜିଥିଲା। ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଜାମୁନାଳୀ ଗାଁରେ। ତୀର ମାଡ଼ରେ ଗୁରୁତର ହୋଇଥିବା ଯୁବକ ହେଲେ ଲୋକନାଥ ପିଙ୍ଗୁଆ।

Advertisment

ଲୋକନାଥ ଶୌଚ ସାରି ଗାଁ ନିକଟ ଜୋରରୁ ଘରକୁ ଫେରୁଥିଲେ। ଠିକ୍‌ ସେହି ସମୟରେ ଗାଁର କିଛି ପିଲା ଧନୁ ତୀର ଧରି ଖେଳୁଥିଲେ। ଅସାବଧାନତା ଯୋଗୁ ପିଲାଙ୍କ ଧନୁରୁ ତୀର ଯାଇ ଲୋକନାଥଙ୍କ ତଳି ପେଟରେ ବାଜିଥିଲା। ସ୍ଥାନୀୟ ଲୋକେ ଶରୀରରେ ତୀର ଲାଗିଥିବା ଅବସ୍ଥାରେ ଲୋକନାଥଙ୍କୁ କାମାକ୍ଷାନଗର ଉପଖଣ୍ଡ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ।

ପେଟଭିତରେ ତୀର ପଶି ଯାଇଥିବାରୁ ଲୋକନାଥଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିଲେ। ମେଡ଼ିକାଲ୍‌ ଚେକ୍‌ଅପ୍‌ ପରେ ତାଙ୍କୁ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି।

Advertisment

ରିପୋର୍ଟ- କାମାକ୍ଷାନଗରରୁ ବିଦ୍ୟାଧର ବରାଳ

‌Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe