Advertisment

ଗାଁର ଅଧୁରା ସ୍ୱପ୍ନ ପୂରଣ ପାଇଁ ଛାଡ଼ି ଦେଲେ ଚାକିରି, ହେଲେ ସରପଞ୍ଚ ପ୍ରାର୍ଥୀ

କାମାକ୍ଷାନଗର (ବିଦ୍ୟାଧର ବରାଳ): ପଞ୍ଚାୟତ ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଗାଁ ଦାଣ୍ଡ। ପଞ୍ଚାୟତ ନିର୍ବାଚନ ପାଇଁ ଏଥର ବିଭିନ୍ନ ବ୍ୟାକଗ୍ରାଉଣ୍ଡରୁ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ରାଜନୀତି ମଇଦାନରେ ଯୁବ ଇଂଜିନିୟର ପାଦ ଥାପିଛନ୍ତି। ଚାକିରୀ ଛାଡି ଜନସେବା ପାଇଁ ମନ ବଢାଇଛନ୍ତି। ସେ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ସାରୁଆଳିର ଇଂଜିନିୟର ମଦନ ଚନ୍ଦ୍ର ବେହେରା। ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସାରୁଆଳି ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି […]

ଗାଁର ଅଧୁରା ସ୍ୱପ୍ନ ପୂରଣ ପାଇଁ ଛାଡ଼ି ଦେଲେ ଚାକିରି, ହେଲେ ସରପଞ୍ଚ ପ୍ରାର୍ଥୀ

youth

Advertisment

କାମାକ୍ଷାନଗର (ବିଦ୍ୟାଧର ବରାଳ): ପଞ୍ଚାୟତ ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଗାଁ ଦାଣ୍ଡ। ପଞ୍ଚାୟତ ନିର୍ବାଚନ ପାଇଁ ଏଥର ବିଭିନ୍ନ ବ୍ୟାକଗ୍ରାଉଣ୍ଡରୁ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ରାଜନୀତି ମଇଦାନରେ ଯୁବ ଇଂଜିନିୟର ପାଦ ଥାପିଛନ୍ତି। ଚାକିରୀ ଛାଡି ଜନସେବା ପାଇଁ ମନ ବଢାଇଛନ୍ତି। ସେ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ସାରୁଆଳିର ଇଂଜିନିୟର ମଦନ ଚନ୍ଦ୍ର ବେହେରା।

Advertisment

ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସାରୁଆଳି ପଞ୍ଚାୟତରୁ ସରପଞ୍ଚ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି ମଦନ। ପେସାରେ ଜଣେ ଇଂଜିନିୟର ହୋଇଥିଲେ ମଧ୍ୟ ସେ ଚାକିରିକୁ ଖାତିର ନକରି ଲୋକଙ୍କ ସେବାରେ ନିୟୋଜିତ ହୋଇଛନ୍ତି। ୧୩ଟି ୱାର୍ଡ ବିଶିଷ୍ଟ ୩୯୧୪ ଜଣ ଭୋଟରକୁ ନେଇ ଗଠିତ ଏହି ସାରୁଆଳି ପଞ୍ଚାୟତରେ ୧୯୦୮ ଜଣ ମହିଳା ଭୋଟର ଓ ୨୦୦୬ ଜଣ ପୁରୁଷ ଭୋଟର ରହିଛନ୍ତି। ଯାହା ସାରୁଆଳି, ଖୋକସା, ମୋଟା, ବମ୍ପୁ ଓ ସୁନାଝରି ଭଳି ୫ ଗୋଟି ଗାଁକୁ ନେଇ ଗଠିତ।

ଯୁବ ଇଂଜିନିୟର ମଦନ ଚନ୍ଦ୍ର ବେହେରା ସରପଞ୍ଚ ପଦବୀରେ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ନେଇ ଖୁସି ବ୍ୟକ୍ତ କରିଛନ୍ତି ପଞ୍ଚାୟତବାସୀ। ତେବେ ଉଚ୍ଚ ଶିକ୍ଷିତ ଯୁବକ ତାହା ପୁଣି ଚାକିରି ଛାଡ଼ି ରାଜନୀତିରେ ପାଦ ଥାପିବା ଅଞ୍ଚଳର ପ୍ରଗତିରେ ବେଶ ସହାୟ ହେବ ବୋଲି ପଞ୍ଚାୟତବାସୀ ଆଶାବାଦୀ ଅଛନ୍ତି।

Advertisment

ସାରୁଆଳି ପଞ୍ଚାୟତରେ ୪ ଜଣ ପ୍ରାର୍ଥୀ ସରପଞ୍ଚ ପଦ ପାଇଁ ନିର୍ବାଚନ ଲଢ଼ୁଛନ୍ତି। ଆଗାମୀ ୨୦ ତାରିଖରେ ଜନତା ଜନାର୍ଦ୍ଦନ ବାଲାଟ ପେପରରେ ଏହାର ଜବାବ ଦେବେ। ଆଉ ଏହା ପରେ ଫଳାଫଳରେ ଜଣା ପଡ଼ିଏ କିଏ ପିନ୍ଧିବ ସରପଞ୍ଚ ମୁକୁଟ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe