Advertisment

ହାଇକୋର୍ଟକୁ ଗଲା ଢିଙ୍କିଆ ମାମଲା

କଟକ (ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଢ଼ିଙ୍କିଆ ଅଞ୍ଚଳରେ ପୁଲିସର ଲାଠିମାଡ଼ ମାମଲା ହାଇକୋର୍ଟରେ ପହଞ୍ଚିଛି। ହାଇକୋର୍ଟରେ ଏନେଇ ୨ଟି ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ଅଞ୍ଚଳବାସୀଙ୍କ ମାନବାଧିକାର ସୁରକ୍ଷା ଏବଂ ଆହତଙ୍କୁ ମାଗଣା ଚିକିତ୍ସା ସହ କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ କ୍ଷତିପୂରଣ ଏବଂ ଜୋର ଜବରଦସ୍ତ ଉଚ୍ଛେଦ ବନ୍ଦ ପାଇଁ ହାଇକୋର୍ଟରେ ପ୍ରାର୍ଥନା କରାଯାଇଛି। ସେହିପରି ଢିଙ୍କିଆ ସମେତ ବିଭିନ୍ନ ଗାଁରେ ପୁଲିସ ଯେଉଁ ବ୍ୟାରିକେଡ୍ ଲଗାଇଛି, ତାକୁ ହଟାଇବା ସହ ନିରପେକ୍ଷ ସଂସ୍ଥା ଦ୍ୱାରା ଘଟଣାର ତଦନ୍ତ […]

author-image
Ranjit Kumar Jena
ଗୋଲାମୀ ସଂସ୍କୃତିର ପ୍ରତୀକ ‘ମାଇଁ ଲର୍ଡ଼’

High Court Of Odisha

କଟକ (ଓଡ଼ିଶା ରିପୋର୍ଟର): ଜଗତସିଂହପୁର ଢ଼ିଙ୍କିଆ ଅଞ୍ଚଳରେ ପୁଲିସର ଲାଠିମାଡ଼ ମାମଲା ହାଇକୋର୍ଟରେ ପହଞ୍ଚିଛି। ହାଇକୋର୍ଟରେ ଏନେଇ ୨ଟି ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ଅଞ୍ଚଳବାସୀଙ୍କ ମାନବାଧିକାର ସୁରକ୍ଷା ଏବଂ ଆହତଙ୍କୁ ମାଗଣା ଚିକିତ୍ସା ସହ କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ କ୍ଷତିପୂରଣ ଏବଂ ଜୋର ଜବରଦସ୍ତ ଉଚ୍ଛେଦ ବନ୍ଦ ପାଇଁ ହାଇକୋର୍ଟରେ ପ୍ରାର୍ଥନା କରାଯାଇଛି।

Advertisment

ସେହିପରି ଢିଙ୍କିଆ ସମେତ ବିଭିନ୍ନ ଗାଁରେ ପୁଲିସ ଯେଉଁ ବ୍ୟାରିକେଡ୍ ଲଗାଇଛି, ତାକୁ ହଟାଇବା ସହ ନିରପେକ୍ଷ ସଂସ୍ଥା ଦ୍ୱାରା ଘଟଣାର ତଦନ୍ତ ପାଇଁ ମଧ୍ୟ ପ୍ରାର୍ଥନା କରାଯାଇଛି। ମାମଲାରେ ମୁଖ୍ୟ ଶାସନ ସଚିବଙ୍କ ସମେତ ରାଜସ୍ୱ ସଚିବ, JSW, ପୁଲିସ ଡିଜି, ଜଗତସିଂପୁର ଏସପି ଏବଂ ଏରସମା ତହସିଲଦାରଙ୍କୁ ପକ୍ଷଭୁକ୍ତ କରାଯାଇଛି। ଏହାକୁ ହାଇକୋର୍ଟ ଗ୍ରହଣ କରି ଦାୟର ୨ଟି ଜନସ୍ୱାର୍ଥ ମାମଲାରୁ ଆସନ୍ତା ୨୧ ତାରିଖରେ ଗୋଟିଏ ମାମଲାର ଶୁଣାଣି ପାଇଁ ଧାର୍ଯ୍ୟ ହୋଇଛି।

ଆବେଦନକାରୀ ଆଇନଜୀବୀ କବିରାଜ ପ୍ରଧାନ କହିଛନ୍ତି, ଆଜି ଆମେ ଏକ ରିପିଟେସନ୍ ଡବ୍ଲ୍ୟୁପିସି ପିଆଇଏଲ୍ ୧୪୨୯/୨୦୨୧ ଦାଖଲ କରିସାରିଛୁ। ସେଠାରୁ ତୁରନ୍ତ ପୁଲିସ୍ ଫୋର୍ସ ପ୍ରତ୍ୟାହାର କରାଯାଉ ଏବଂ ଲୋକଙ୍କୁ ସୁରକ୍ଷା ଦିଆଯାଉ ବୋଲି ଆମେ କୋର୍ଟରେ ଆବେଦନ କରିଛୁ। ପୁଲିସ୍ ପ୍ରଶାସନ ଉପରୁ ଆମର ଭରସା ତୁଟିଯାଇଛି। ତେଣୁ ଇଣ୍ଡିପେଣ୍ଡେଣ୍ଟ ଏଜେନ୍ସି ଦ୍ୱାରା ତଦନ୍ତ ହେବା ଦରକାର ବୋଲି କବିରାଜ ପ୍ରଧାନ କହିଛନ୍ତି।

Advertisment

ସୂଚନାଯୋଗ୍ୟ, ଜଗତସିଂହପୁର ଜିଲ୍ଲା ଢ଼ିଙ୍କିଆରେ JSWର ପ୍ରସ୍ତାବିତ ଶିଳ୍ପ ପାଇଁ ପାନବରଜ ଉଚ୍ଛେଦକୁ ବିରୋଧ କରିଥିବା ନିରୀହ ଲୋକଙ୍କୁ ଗତ ୧୪ ତାରିଖରେ ପୁଲିସ ଲାଠିମାଡ଼ କରିଥିଲା। ପୁଲିସ ଭୟରେ ଢିଙ୍କିଆର କିଛି ଲୋକ ଗାଁକୁ ନଫେରି ବିଲ ଏବଂ ଜଙ୍ଗଲରେ ଲୁଚି ରହୁଥିଲେ। ଯାହାକୁ ନେଇ ବିଭିନ୍ନ ବର୍ଗରେ ଅସନ୍ତୋଷ ପ୍ରକାଶ ପାଇଥିଲା।