Advertisment

ଗୋପିନାଥ ମନ୍ଦିରର ପୁନରୁଦ୍ଧାର ପାଇଁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ ପଦ୍ମାବତୀ ଗାଁ ନିକଟ ମହାନଦୀ ଗର୍ଭରେ ଠାବ ହୋଇଥିବା ପ୍ରାଚୀନ ଗୋପିନାଥ ମନ୍ଦିରର ପୁନରୁଦ୍ଧାର ଓ ସ୍ଥାନାନ୍ତର ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ମନ୍ଦିରର ଐତିହାସିକ ମହତ୍ତ୍ୱ ଥିବାରୁ ଏହାର ପୁନଃଉଦ୍ଧାର ପାଇଁ ASI ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ନିବେଦନ କରିଛନ୍ତି। ଅନ୍ୟପଟେ ଭୁବନେଶ୍ୱର ଆଇଆଇଟି ଓ ଉତ୍ତର ପ୍ରଦେଶର ରୋହିଲଖଣ୍ଡ ବିଶ୍ୱବିଦ୍ୟାଳୟରୁ ଦୁଇ […]

author-image
Tapaswini Nayak
ଅଦ୍ୟତନ ହୋଇଛି
ଗୋପିନାଥ ମନ୍ଦିରର ପୁନରୁଦ୍ଧାର ପାଇଁ ଚିଠି ଲେଖିଲେ ଧର୍ମେନ୍ଦ୍ର

na

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍ ପଦ୍ମାବତୀ ଗାଁ ନିକଟ ମହାନଦୀ ଗର୍ଭରେ ଠାବ ହୋଇଥିବା ପ୍ରାଚୀନ ଗୋପିନାଥ ମନ୍ଦିରର ପୁନରୁଦ୍ଧାର ଓ ସ୍ଥାନାନ୍ତର ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ମନ୍ଦିରର ଐତିହାସିକ ମହତ୍ତ୍ୱ ଥିବାରୁ ଏହାର ପୁନଃଉଦ୍ଧାର ପାଇଁ ASI ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ନିବେଦନ କରିଛନ୍ତି।

Advertisment

ଅନ୍ୟପଟେ ଭୁବନେଶ୍ୱର ଆଇଆଇଟି ଓ ଉତ୍ତର ପ୍ରଦେଶର ରୋହିଲଖଣ୍ଡ ବିଶ୍ୱବିଦ୍ୟାଳୟରୁ ଦୁଇ ପ୍ରତ୍ନତତ୍ୱବିତ୍ ଘଟଣାସ୍ଥଳକୁ ଯାଇ ତଥ୍ୟ ସଂଗ୍ରହ କରିଛନ୍ତି। ଏଠାରୁ ମାଟି ଖୋଳି ନମୁନା ସଂଗ୍ରହ କରିବା ସହ ମନ୍ଦିରଟି କେଉଁ ପରିସ୍ଥିତିରେ ମହାନଦୀ ଗର୍ଭରେ ବିଲୀନ ହୋଇଗଲା, ସେ ନେଇ ଗବେଷଣା ଆରମ୍ଭ କରିଛନ୍ତି। ମହାନଦୀରେ ମନ୍ଦିରଟି କେବେ ପୋତିହେଲା, କିଭଳି ପୋତିହେଲା, ଏହା କେତେବର୍ଷର ପୁରୁଣା ଆଦି ବିଭିନ୍ନ ବିଷୟରେ ଅନୁଧ୍ୟାନ କରିଛନ୍ତି ଦୁଇ ପ୍ରତ୍ନତତ୍ୱବିତ୍।