Advertisment

ବୁଲା ଗୋରୁ ଗାଈ ଓ କୁକୁରଙ୍କ ପାଇଁ ଦେବବଦୂତ ସାଜିଲା ଧ୍ୟାନ ଫାଉଣ୍ଡେସନ

ଭୁବନେଶ୍ଵର(ଓଡ଼ିଶା ରିପୋର୍ଟର): ଖାଦ୍ୟ କେବଳ ମଣିଷ ସମାଜ ପାଇଁ ନୁହେଁ, ପଶୁପକ୍ଷୀଙ୍କର ମଧ୍ୟ ଆବଶ୍ୟକତା ପୂରଣ କରିଥାଏ। ହେଲେ କରୋନା କବଳରୁ ବଞ୍ଚିବା ପାଇଁ ମଣିଷ ଏବେ ନିଜ ଘରେ ତାଲା ପକାଇ ଘରେ ପଡ଼ିଥିବା ବେଳେ ପଶୁପକ୍ଷୀଙ୍କ କଥା  କିଏ ପଚାରେ ? ତଥାପି ଲକ୍‌ଡାଉନର ଲକ୍ଷ୍ମଣରେଖାକୁ ଡେଇଁ କେତେକ ବ୍ୟକ୍ତି ଏହି ନିରୀହ ପଶୁପକ୍ଷୀଙ୍କ ପାଇଁ ଦେବଦୂତ ସାଜିଛନ୍ତି। ପେଟ ପାଇଁ ଡହଳବିକଳ ହେଉଥିବା ଏହି ପଶୁପକ୍ଷୀଙ୍କ ପାଇଁ ଆଗେଇ ଆସିଛି ସାମାଜିକ ସଂସ୍ଥା ‘ଧ୍ୟାନ […]

ବୁଲା ଗୋରୁ ଗାଈ ଓ କୁକୁରଙ୍କ ପାଇଁ ଦେବବଦୂତ ସାଜିଲା ଧ୍ୟାନ ଫାଉଣ୍ଡେସନ

d1

Advertisment

ଭୁବନେଶ୍ଵର(ଓଡ଼ିଶା ରିପୋର୍ଟର): ଖାଦ୍ୟ କେବଳ ମଣିଷ ସମାଜ ପାଇଁ ନୁହେଁ, ପଶୁପକ୍ଷୀଙ୍କର ମଧ୍ୟ ଆବଶ୍ୟକତା ପୂରଣ କରିଥାଏ। ହେଲେ କରୋନା କବଳରୁ ବଞ୍ଚିବା ପାଇଁ ମଣିଷ ଏବେ ନିଜ ଘରେ ତାଲା ପକାଇ ଘରେ ପଡ଼ିଥିବା ବେଳେ ପଶୁପକ୍ଷୀଙ୍କ କଥା  କିଏ ପଚାରେ ? ତଥାପି ଲକ୍‌ଡାଉନର ଲକ୍ଷ୍ମଣରେଖାକୁ ଡେଇଁ କେତେକ ବ୍ୟକ୍ତି ଏହି ନିରୀହ ପଶୁପକ୍ଷୀଙ୍କ ପାଇଁ ଦେବଦୂତ ସାଜିଛନ୍ତି। ପେଟ ପାଇଁ ଡହଳବିକଳ ହେଉଥିବା ଏହି ପଶୁପକ୍ଷୀଙ୍କ ପାଇଁ ଆଗେଇ ଆସିଛି ସାମାଜିକ ସଂସ୍ଥା ‘ଧ୍ୟାନ ଫାଉଣ୍ଡେସନ’।

Advertisment

publive-image

ଏବେ ଭୁବନେଶ୍ଵରର ବିଭିନ୍ନ ଅଞ୍ଚଳରେ ଏହି ସଂସ୍ଥାର କର୍ମୀ ‘ପଶୁପକ୍ଷୀଙ୍କ ପାଇଁ ମଣିଷ ବଞ୍ଚିଛି’ ବା ‘ପିପୁଲ ଫର ଆନିମଲସ’ର ବାର୍ତ୍ତାନେଇ ବୁଲା ଗୋରୁଗାଈ, ମାଙ୍କଡ ଓ କୁକୁରଙ୍କୁ ଖାଦ୍ୟ ଦେଉଥିବା ଦେଖିବାକୁ ମିଳିଛି। ସହରର ଗାଳିକନ୍ଦି ବୁଲି ଏହି ଫାଉଣ୍ଡେସନର କର୍ମୀ ଏମାନଙ୍କୁ ବିସ୍କୁଟ, କଦଳୀ ଓ ତରଭୁଜ ଖାଇବାକୁ ଦେଇଛନ୍ତି। ଯାହା ପ୍ରଶଂସାଯୋଗ୍ୟ।

publive-image

ତେବେ ୨୧ ଦିନ ଲକଡାଉନ ଘୋଷଣା ପରେ ଲୋକଙ୍କର ଆବଶ୍ୟକତା ପୂରଣ କରିବା ପାଇଁ କେବଳ ମେଡିସନ, ପରିବା, ମାଛମାଂସ ପରି ଅତିଆବଶ୍ୟକ ଦୋକାନ ଖୋଲା ରହିଛି। ତେଣୁ ବୁଲା କୁକୁର ଓ ରାସ୍ତାରେ ରାହୁଥିବା ଗୋରୁଗାଈଙ୍କ ଖାଦ୍ୟ କଥା ଚିନ୍ତା କରି ଏହି ସଂସ୍ଥା ଅହରହ କାର୍ଯ୍ୟ କରିଚାଲିଛି।

Advertisment

ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ ଭାରତରେ ପ୍ରାୟ ୩୫ ଲକ୍ଷ ବୁଲା କୁକୁର ରହିଛନ୍ତି। କେବଳ କୁକୁର ନୁହଁନ୍ତି, ବୁଲା ପ୍ରାଣୀଙ୍କ ମଧ୍ୟରେ ଗୋରୁଗାଈ, ମାଙ୍କଡ, ପକ୍ଷୀ ଆଦି ରହିଛନ୍ତି। ଯେଉଁମାନେ ବିଭିନ୍ନ ହୋଟେଲର ବଳକା ଖାଦ୍ୟ ଓ ଅଳିଆ, ଆବର୍ଜନାରେ ପଡୁଥିବା ଖାଦ୍ୟଖାଇ ବଞ୍ଚି ରହିଥାନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe