/odisha-reporter/media/post_attachments/uploads/2019/02/Sahid-2.jpg)
Sahid-2
କଟକ(ଓଡ଼ିଶା ରିପୋର୍ଟର): ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଭାରତୀୟ ବୀର ଯବାନମାନଙ୍କ ପାଇଁ ସମଗ୍ର ଦେଶବାସୀ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ଏତେବଡ଼ ଦୁଃଖଦ ଘଟଣାରେ ସାରା ଦେଶ ମ୍ରିୟମାଣ ହୋଇପଡ଼ିଛି।
Advertisment
ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ରାଘବପୁର ଓ ବାହାରପଡ଼ା ଗ୍ରାମରେ ଦିବ୍ୟଜ୍ୟୋତି କ୍ଲବ ପକ୍ଷରୁ ଏକ ଶୋକସଭା ହୋଇଯାଇଛି। ସହିଦ୍ଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଛି।
/odisha-reporter/media/post_attachments/wp-content/uploads/2019/02/Sahid-1-1.jpg)
ବୀର ଯବାନଙ୍କ ଅମର ଆତ୍ମାର ସଦ୍ଗତି କାମନା କରି କ୍ଲବର ସଦସ୍ୟ ଓ ସ୍ଥାନୀୟ ଯୁବକଯୁବତୀମାନେ କ୍ୟାଣ୍ଡେଲ୍ ଜାଳି ନିରବ ପ୍ରାର୍ଥନା କରିଛନ୍ତି। ସେହିପରି ଶୋଭାଯାତ୍ରାରେ ବାହାରି ବୀର ଯବାନ ଅମର ରହେ ନାରା ଦେଇ ସହିଦଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
