ସହିଦଙ୍କ ସ୍ମୃତିରେ ଶୋକ ସଭା

କଟକ(ଓଡ଼ିଶା ରିପୋର୍ଟର): ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଭାରତୀୟ ବୀର ଯବାନମାନଙ୍କ ପାଇଁ ସମଗ୍ର ଦେଶବାସୀ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ଏତେବଡ଼ ଦୁଃଖଦ ଘଟଣାରେ ସାରା ଦେଶ ମ୍ରିୟମାଣ ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ରାଘବପୁର ଓ ବାହାରପଡ଼ା ଗ୍ରାମରେ ଦିବ୍ୟଜ୍ୟୋତି କ୍ଲବ ପକ୍ଷରୁ ଏକ ଶୋକସଭା ହୋଇଯାଇଛି।  ସହିଦ୍‌ଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଛି। ବୀର ଯବାନଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି କ୍ଲବର […]

Sahid-2

Jagamohan Maharana
  • Published: Thursday, 21 February 2019
  • , Updated: 21 February 2019, 08:54 PM IST

କଟକ(ଓଡ଼ିଶା ରିପୋର୍ଟର): ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ହୋଇଥିବା ଭାରତୀୟ ବୀର ଯବାନମାନଙ୍କ ପାଇଁ ସମଗ୍ର ଦେଶବାସୀ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ଏତେବଡ଼ ଦୁଃଖଦ ଘଟଣାରେ ସାରା ଦେଶ ମ୍ରିୟମାଣ ହୋଇପଡ଼ିଛି।

ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ରାଘବପୁର ଓ ବାହାରପଡ଼ା ଗ୍ରାମରେ ଦିବ୍ୟଜ୍ୟୋତି କ୍ଲବ ପକ୍ଷରୁ ଏକ ଶୋକସଭା ହୋଇଯାଇଛି।  ସହିଦ୍‌ଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ନିରବ ପ୍ରାର୍ଥନା କରାଯାଇଛି।

ବୀର ଯବାନଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି କ୍ଲବର ସଦସ୍ୟ ଓ ସ୍ଥାନୀୟ ଯୁବକଯୁବତୀମାନେ କ୍ୟାଣ୍ଡେଲ୍‌ ଜାଳି ନିରବ ପ୍ରାର୍ଥନା କରିଛନ୍ତି। ସେହିପରି ଶୋଭାଯାତ୍ରାରେ ବାହାରି ବୀର ଯବାନ ଅମର ରହେ ନାରା ଦେଇ ସହିଦଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

Related story