Advertisment

ଗର୍ଲସ୍‌ ହଷ୍ଟେଲ୍‌ରେ ଡିଆଜି ଓ ଏସ୍‌ପି, ସିକ୍ରେଟ୍‌ ରୁମ୍‌ ପାଇଲେ କି?

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ସନ୍‌ସାଇନ୍‌ ସ୍କୁଲ୍‌ର ଗର୍ଲସ୍‌ ହଷ୍ଟେଲ୍‌ରେ ଉତ୍ତରାଞ୍ଚଳ ଡିଆଜି ଦୀପକ କୁମାର ଓ ବଲାଙ୍ଗିର ଏସ୍‌ପି ନୀତିନ କୁଶଲ୍‌କର ଅଛନ୍ତି। ମହିଳା ପୁଲିସ୍‌ ସହାୟତାରେ ଗେଟ୍‌ ତାଲା ଭାଙ୍ଗି ଉଭୟ ହଷ୍ଟେଲ୍‌ ଭିତରେ ପଶିଛନ୍ତି। ସ୍କୁଲ ଅଧ୍ୟକ୍ଷା ମମିତା ମେହେର ରହୁଥିବା ରୁମ୍‌ରେ ଖାନତଲାସୀ କରିଛନ୍ତି। ତେବେ ଚର୍ଚ୍ଚାରେ ଥିବା ସିକ୍ରେଟ୍‌ ରୁମ୍‌କୁ ଡିଆଜି ଦୀପକ କୁମାର ଓ ଏସ୍‌ପି ନୀତିନ କୁଶଲ୍‌କର ଯାଇଛନ୍ତି କି ନାହିଁ ଜଣାପଡ଼ିନି। ଆଜି ସକାଳେ ଉତ୍ତରାଞ୍ଚଳ ଡିଆଇଜି ଦୀପକ […]

ଅଦ୍ୟତନ ହୋଇଛି
ଗର୍ଲସ୍‌ ହଷ୍ଟେଲ୍‌ରେ ଡିଆଜି ଓ ଏସ୍‌ପି, ସିକ୍ରେଟ୍‌ ରୁମ୍‌ ପାଇଲେ କି?

Dharmagarh

Advertisment

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ସନ୍‌ସାଇନ୍‌ ସ୍କୁଲ୍‌ର ଗର୍ଲସ୍‌ ହଷ୍ଟେଲ୍‌ରେ ଉତ୍ତରାଞ୍ଚଳ ଡିଆଜି ଦୀପକ କୁମାର ଓ ବଲାଙ୍ଗିର ଏସ୍‌ପି ନୀତିନ କୁଶଲ୍‌କର ଅଛନ୍ତି। ମହିଳା ପୁଲିସ୍‌ ସହାୟତାରେ ଗେଟ୍‌ ତାଲା ଭାଙ୍ଗି ଉଭୟ ହଷ୍ଟେଲ୍‌ ଭିତରେ ପଶିଛନ୍ତି। ସ୍କୁଲ ଅଧ୍ୟକ୍ଷା ମମିତା ମେହେର ରହୁଥିବା ରୁମ୍‌ରେ ଖାନତଲାସୀ କରିଛନ୍ତି। ତେବେ ଚର୍ଚ୍ଚାରେ ଥିବା ସିକ୍ରେଟ୍‌ ରୁମ୍‌କୁ ଡିଆଜି ଦୀପକ କୁମାର ଓ ଏସ୍‌ପି ନୀତିନ କୁଶଲ୍‌କର ଯାଇଛନ୍ତି କି ନାହିଁ ଜଣାପଡ଼ିନି।

Advertisment

ଆଜି ସକାଳେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗିର ଏସ୍‌ପି ନୀତିନ କୁଶଲକର ସାଇଣ୍ଟିଫିକ୍‌ ଟିମ୍‌ ସହ ମହାଲିଙ୍ଗ ଗାଁରେ ପହଞ୍ଚି ଥିଲେ। ଯେଉଁଠାରେ ମମିତାଙ୍କୁ ପୋତା ଯାଇଥିଲା, ସେଠାରେ ଖୋଳାଖୋଳି କରିଥିଲେ। ଦରପୋଡ଼ା ମୃତଦେହ ପୋତା ଯାଇଥିବା ଗାତରୁ ମୋବାଇଲ୍‌ ଭଳିଆ ଏକ ଜିନିଷ ଉଦ୍ଧାର କରାଯାଇଛି। ଯାହା ମମିତାଙ୍କ ମୋବାଇଲ୍‌ ବୋଲି ଆଶଙ୍କା କରାଯାଉଛି। ପରେ ଉକ୍ତ ପଡ଼ିଆକୁ ସିଲ୍‌ କରି ଦିଆଯାଇଛି। ସୁରକ୍ଷା ଦୁଷ୍ଟିରେ ସେଠାରେ ଏକ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ କରାଯାଇଛି।

ପରେ ଡିଆଇଜି ଓ ଏସ୍‌ପି ସନ୍‌ସାଇନ୍‌ ପବ୍ଲିକ ସ୍କୁଲକୁ ଯାଇଥିଲେ। ଦୀର୍ଘ ସମୟ ଧରି ସେଠାରେ ଯାଞ୍ଚ କରିଥିଲେ। ଏହା ପରେ ମହିଳା ପୁଲିସ ସହାୟତାରେ ସେମାନେ ଛାତ୍ରୀ ହଷ୍ଟେଲ୍‌କୁ ଯାଇଥିଲେ। ମମିତା ରହୁଥିବା ରୁମ୍‌ରେ ଖାନ୍‌ତଲାସୀ କରିଥିଲେ। ଏପରିକି ହଷ୍ଟେଲ୍‌ କର୍ମଚାରୀଙ୍କୁ ପଚରାଉଚରା କରାଯାଥିବା ଚର୍ଚ୍ଚା ହେଉଛି। ତେବେ ସିକ୍ରେଟ୍‌ ରୁମ୍‌କୁ ଯାଇଛନ୍ତି କି ନାହିଁ, ସେ ସମ୍ପର୍କରେ ପୁଲିସ କିଛି କହିନାହିଁ।

Advertisment

ସୂଚନାରୁ ପ୍ରକାଶ, ସନ୍‌ସାଇନ୍‌ ସ୍କୁଲର ଗର୍ଲସ ହଷ୍ଟେଲ୍‌ରେ ଏକ ୱେଲ୍‌ ଫର୍‌ନିସିଡ୍‌ ରୁମ୍‌ ରହିଛି। ଯେଉଁଠି ଛାତ୍ରୀଙ୍କୁ ଛାଡ଼ିବାକୁ ଆସୁଥିବା ଅଭିଭାବକମାନେ ରହିବାର ବ୍ୟବସ୍ଥା ରହିଥିଲା। କିନ୍ତୁ ସେଠାରେ ଅଭିଭାବକମାନେ ରହିବା ପରିବର୍ତ୍ତେ ରାଜନେତାମାନେ ରାତ୍ର ଯାପନ କରୁଥିଲେ। ଏପରିକି ଗୋବିନ୍ଦ ସାହୁ ଖୋଦ୍‌ ସେଠାକୁ ଯାଉଥିଲେ ବୋଲି ଆଲୋଚନା ହେଉଛି। ସେଠାରେ କୁଆଡେ ସେକ୍ସ ରାକେଟ୍‌ ଚାଲୁଥିଲା ବୋଲି ଅଭିଯୋଗ ହେଉଥିଲା।

ମମିତା ମେହେର ମୃତ୍ୟୁ ମାମଲାରେ ବର୍ତ୍ତମାନ ସୁଦ୍ଧା ପୁଲିସ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ତାଙ୍କ ସାହଯୋଗୀ ରାଧେକୁ ଗିରଫ କରିଛି। ଅଟକ ଥିବା ଅନ୍ୟ ୨ ଜଣଙ୍କୁ ରାଜସାକ୍ଷୀ କରିଛି ପୁଲିସ। ସେମାନେ ହେଲେ ଜେସିବି ଡ୍ରାଇଭର ପୁଷ୍କର ଭୋଇ ଓ ମୁନ୍ସୀ ଗୁପ୍ତେଶ୍ୱର ତାଣ୍ଡି।

Mamita Meher Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe