Advertisment

ସାପ ପାଇଁ ଘର ଖୋଳିଦେଲେ, ୩ ବର୍ଷ ହେଲା ପର ବାରଣ୍ଡାରେ ପରିବାର

ଭଦ୍ରକ(ପାର୍ଥ ସାରଥୀ ନାୟକ): ଘର ଖୋଳି ସାପ ବାହାର କରୁ କରୁ ମାଟିରେ ମିଶିଗଲା ଘର। ଫଳରେ ୩ ବର୍ଷ ହେଲା ପରିବାର ଲୋକେ ପର ବାରଣ୍ଡାରେ ମୁଣ୍ଡ ଗୁଞ୍ଜିଥିବା ବେଳେ କୌଣସି ସରକାର ସହାୟତା ପାଇପାରୁ ନାହାନ୍ତି। ଏପରି ଅଭିଯୋଗ ଆଣି ପ୍ରଶାସନ ନିକଟରେ ଘର ଖଣ୍ଡେ ପାଇଁ ଗୁହାରୀ କରିଛନ୍ତି  ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଳକ ନାହାନୀ ଗାଁର ଦାଶରଥୀ ଜେନା । ୨୦୧୯ ମସିହାରେ ଦାଶରଥୀଙ୍କ ପରିବାର ଲୋକେ ଘରେ ସାପ ଦେଖିଥିଲେ। […]

ଅଦ୍ୟତନ ହୋଇଛି
ସାପ ପାଇଁ ଘର ଖୋଳିଦେଲେ, ୩ ବର୍ଷ ହେଲା ପର ବାରଣ୍ଡାରେ ପରିବାର

person

Advertisment

ଭଦ୍ରକ(ପାର୍ଥ ସାରଥୀ ନାୟକ): ଘର ଖୋଳି ସାପ ବାହାର କରୁ କରୁ ମାଟିରେ ମିଶିଗଲା ଘର। ଫଳରେ ୩ ବର୍ଷ ହେଲା ପରିବାର ଲୋକେ ପର ବାରଣ୍ଡାରେ ମୁଣ୍ଡ ଗୁଞ୍ଜିଥିବା ବେଳେ କୌଣସି ସରକାର ସହାୟତା ପାଇପାରୁ ନାହାନ୍ତି। ଏପରି ଅଭିଯୋଗ ଆଣି ପ୍ରଶାସନ ନିକଟରେ ଘର ଖଣ୍ଡେ ପାଇଁ ଗୁହାରୀ କରିଛନ୍ତି  ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଳକ ନାହାନୀ ଗାଁର ଦାଶରଥୀ ଜେନା ।

Advertisment

୨୦୧୯ ମସିହାରେ ଦାଶରଥୀଙ୍କ ପରିବାର ଲୋକେ ଘରେ ସାପ ଦେଖିଥିଲେ। ଏହାପରେ ସ୍ନେକ ହେଲପ୍‌ଲାଇନ୍‌ ସଦସ୍ୟ ପହଞ୍ଚି ସାପକୁ ବାହାର କରିବାକୁ ଘରର ବିଭିନ୍ନ ସ୍ଥାନକୁ ଖୋଳାଖୋଳି କରିଥିଲେ। ଫଳରେ ବିପଦସଙ୍କୁଳ ଅବସ୍ଥାରେ ଥିବା ମାଟି ଘର ଭୁଶୁଡ଼ି ପଡ଼ିଥିଲା। ଏହାପରେ ଦାଶରଥୀଙ୍କ ପରିବାର ଲୋକେ ଅନ୍ୟ ଉପାୟ ନ ପାଇ ୩ ବର୍ଷ ହେଲାଣି ବର୍ଷା, ଶୀତରେ ପର ବାରଣ୍ଡାରେ ମୁଣ୍ଡ ଗୁଞ୍ଜୁଛନ୍ତି।

ଏନେଇ ଦାଶରଥୀ କହିଛନ୍ତି,  ୩ ବର୍ଷ ତଳେ ଘରେ ସାପ ବାହାରିବାରୁ ସ୍ନେକ ହେଲପଲାଇନ୍‌ ସଦସ୍ୟ ଆସିଥିଲେ। କଲେକ୍ଟର କହିଲେ ଘର ଭାଙ୍ଗିଦିଅ, ଘର ଦିଅଯିବ । ସେତେବେଳେ ବିଡିଓ, ସରପଞ୍ଚ, ସମିତିସଭ୍ୟ ସମସ୍ତେ ଉପସ୍ଥିତ ଥିଲେ। କିନ୍ତୁ ତାହା ପରେ ଆଉ କାହାର ଦେଖା ନାହିଁ । କି ଘର ଖଣ୍ଡେ ମିଳିନି। ଆମେ ବହୁ କଷ୍ଟରେ ଗାଁ ଲୋକଙ୍କ ବାରଣ୍ଡାରେ ଜରି ଟାଣି ମୁଣ୍ଡ ଗୁଞ୍ଜୁଛୁ ।

Advertisment

ଏନେଇ ବିଡିଓଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଛନ୍ତି, ସରକାରୀ ଯୋଜନାରେ ୨୦୧୪ ମସିହାରେ ଦାଶରଥୀଙ୍କୁ ଘର ବାବଦରେ ସହାୟତା ରାଶି ମିଳିଥିଲା। କିନ୍ତୁ ସେ ଉକ୍ତ ଟଙ୍କାରେ ଘର କରି ନାହାନ୍ତି । ମୁଁ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି।  ତଦନ୍ତ ରିପୋର୍ଟ ଆସିବା ପରେ ଦାଶରଥୀଙ୍କ ପରିବାରକୁ ଯଥାସାଧ୍ୟ ସାହାଯ୍ୟ କରିବାକୁ ଚେଷ୍ଟା କରିବି ବୋଲି କହିଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe