କେଉଁ ଦଳରେ ଯୋଗଦେବେ ଦିଲ୍ଲୀପ?

ରାଉରକେଲା(ଓଡ଼ିଶା ରିପୋର୍ଟର): ରାଉରକେଲା ବିଧାୟକ ଦିଲ୍ଲୀପ ରାୟ କେଉଁ ଦଳକୁ ଯିବେ? ତାକୁ ନେଇ ସସ୍‌ପେନ୍ସ ଲାଗି ରହିଥିଲା। କିନ୍ତୁ କିଛି ଦିନ ତଳେ ଦିଲ୍ଲୀପ ବିଜେଡିରେ ଯୋଗଦେବାକୁ ନେଇ ଆଲୋଚନା ହେଉଥିଲା। ମାତ୍ର ପ୍ରତିଷ୍ଠା ଦିବସରେ ଦିଲ୍ଲୀପ ବିଜେଡିରେ ଯୋଗଦେଲେନି। ଆଜି ରାଉରକେଲା ଫେରିଥିବା ବେଳେ ଦିଲ୍ଲୀପ ରାଜନୈତିକ କାର୍ଯ୍ୟପନ୍ଥା ନେଇ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି-“ବିଜେପିରୁ ଇସ୍ତଫା ଦେବା ପରେ ପ୍ରଥମ ଥର ପାଇଁ ରାଉରକେଲା ଆସିଛି। ସମସ୍ତଙ୍କ ସହିତ ଆଲୋଚନା କରିବା ପରେ […]

dilipray

Rakesh Mallick
  • Published: Wednesday, 02 January 2019
  • , Updated: 02 January 2019, 09:05 PM IST

ରାଉରକେଲା(ଓଡ଼ିଶା ରିପୋର୍ଟର): ରାଉରକେଲା ବିଧାୟକ ଦିଲ୍ଲୀପ ରାୟ କେଉଁ ଦଳକୁ ଯିବେ? ତାକୁ ନେଇ ସସ୍‌ପେନ୍ସ ଲାଗି ରହିଥିଲା। କିନ୍ତୁ କିଛି ଦିନ ତଳେ ଦିଲ୍ଲୀପ ବିଜେଡିରେ ଯୋଗଦେବାକୁ ନେଇ ଆଲୋଚନା ହେଉଥିଲା। ମାତ୍ର ପ୍ରତିଷ୍ଠା ଦିବସରେ ଦିଲ୍ଲୀପ ବିଜେଡିରେ ଯୋଗଦେଲେନି। ଆଜି ରାଉରକେଲା ଫେରିଥିବା ବେଳେ ଦିଲ୍ଲୀପ ରାଜନୈତିକ କାର୍ଯ୍ୟପନ୍ଥା ନେଇ ସ୍ପଷ୍ଟ କରିଛନ୍ତି।

ସେ କହିଛନ୍ତି-“ବିଜେପିରୁ ଇସ୍ତଫା ଦେବା ପରେ ପ୍ରଥମ ଥର ପାଇଁ ରାଉରକେଲା ଆସିଛି। ସମସ୍ତଙ୍କ ସହିତ ଆଲୋଚନା କରିବା ପରେ ରାଉରକେଲା ଓ ରାଜ୍ୟବାସୀଙ୍କ ଭଲ ପାଇଁ ନିଷ୍ପତ୍ତି ନେବି। କୌଣସି ରାଜନୈତିକ ଦଳରେ ଯୋଗଦେବା ପାଇଁ ଏପର୍ଯ୍ୟନ୍ତ ସ୍ଥିର କରିନାହିଁ।”

ବିଜୟ ମହାପାତ୍ରଙ୍କ ସହିତ ମିଶି ନୂଆ ଦଳ ଗଠନ ନେଇ ସେ କହିଛନ୍ତି-“ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ନେଇନାହିଁ।”

ଦିଲ୍ଲୀପ ଆଜି ରାଉରକେଲାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ୱର୍ଦ୍ଧନା ଦିଆଯାଇଛି।

Related story