ଆସନ୍ତାକାଲି ବିଧାୟକ ପଦ ଓ ବିଜେପି ଛାଡ଼ିବେ ଦିଲ୍ଲୀପ ରାୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଉରକେଲାର ବିଧାୟକ ପଦରୁ ଦିଲ୍ଲୀପ ରାୟ ଆସନ୍ତାକାଲି ଇସ୍ତଫା ଦେବେ।ଶ୍ରୀ ରାୟଙ୍କ ସହିତ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ମଧ୍ୟ ଦଳରୁ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ସୂଚନା ଅନୁସାରେ ଶ୍ରୀ ରାୟ ଆସନ୍ତାକାଲି ବାଚସ୍ପତି ପ୍ରଦୀପ ଅମାତଙ୍କୁ ଭେଟି ନିଜର ଇସ୍ତଫା ଦେବା ପାଇଁ ସମୟ ଲୋଡ଼ିଛନ୍ତି।ଶ୍ରୀ ରାୟଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୧୧ଟାରେ ଦିଲ୍ଲୀପ ବାଚସ୍ପତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ରାୟ […]

dillip-ray

Rakesh Mallick
  • Published: Thursday, 29 November 2018
  • , Updated: 29 November 2018, 08:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଉରକେଲାର ବିଧାୟକ ପଦରୁ ଦିଲ୍ଲୀପ ରାୟ ଆସନ୍ତାକାଲି ଇସ୍ତଫା ଦେବେ।ଶ୍ରୀ ରାୟଙ୍କ ସହିତ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ମଧ୍ୟ ଦଳରୁ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ସୂଚନା ଅନୁସାରେ ଶ୍ରୀ ରାୟ ଆସନ୍ତାକାଲି ବାଚସ୍ପତି ପ୍ରଦୀପ ଅମାତଙ୍କୁ ଭେଟି ନିଜର ଇସ୍ତଫା ଦେବା ପାଇଁ ସମୟ ଲୋଡ଼ିଛନ୍ତି।ଶ୍ରୀ ରାୟଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତାକାଲି ପୂର୍ବାହ୍ନ ସାଢ଼େ ୧୧ଟାରେ ଦିଲ୍ଲୀପ ବାଚସ୍ପତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ରାୟ ଆଜି ରାୟପୁରରୁ ଭୁବନେଶ୍ୱର ଫେରିବା ପରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ସହ ଫୋନ୍ ଯୋଗେ ଆଲୋଚନା କରିଥିଲେ। ଆସନ୍ତାକାଲି ଶ୍ରୀ ରାୟ ବିଧାୟକ ପଦରୁ ଇସ୍ତଫା ଦେବାପରେ ଉଭୟ ନେତା ବିଜେପି ଛାଡ଼ିବା ସମ୍ପର୍କରେ ଆନୁଷ୍ଠାନିକ ଘୋଷଣା କରିପାରନ୍ତି। ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ଓ ଆଇଜିଏଚକୁ ସୁପରସ୍ପେଶାଲିଷ୍ଟ କରିବା ଦାବି ପାଳନ ହୋଇନଥିବାରୁ ଶ୍ରୀ ରାୟ ବିଜେପି ଛାଡ଼ୁଥିବା କୁହାଯାଇଛି।

ସେହପରି ବରିଷ୍ଠ ବିଜେପି ନେତା ଶ୍ରୀ ମହାପାତ୍ର କହିଛନ୍ତି ଯେ, ଆଜି ଶ୍ରୀ ରାୟଙ୍କ ସହ ସେ ଆଲୋଚନା କରିଥିବା କହିଛନ୍ତି।ଦଳ ଛାଡ଼ିବା ସମ୍ପର୍କରେ ଆସନ୍ତାକାଲି ସେ ତାଙ୍କର ନିଷ୍ପତି ଜଣାଇବେ।

ଅନ୍ୟପକ୍ଷରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି ଯେ, ଦଳରେ କିଏ ରହିବ ବା ଛାଡ଼ିବ ସେ ନିଷ୍ପତ୍ତି ତାଙ୍କର ବ୍ୟକ୍ତିଗତ ବ୍ୟାପାର। ବିଜେପି ଏକ ବୈଚାରିକ ସିଦ୍ଧାନ୍ତ ଉପରେ କାର୍ଯ୍ୟ କରେ । ଦିଲ୍ଲୀପଙ୍କୁ ଦଳ ସର୍ବଦା ଗୁରୁତ୍ୱ ଦେଇଆସିଛି। କିନ୍ତୁ ବ୍ରାହ୍ମଣୀ ସେତୁ ଓ ଆଇଜିଏଚ ପ୍ରସଙ୍ଗରେ ସେ ବିଜେପି ଛାଡୁଛନ୍ତି ବୋଲି ଯାହା କୁହାଯାଉଛି ସେଥିରେ ସତ୍ୟତା ନାହିଁ। ଏହି ଦୁଇ କାମ ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ଓ ତାହା ନିଶ୍ଚିତ ଭାବେ ପାଳନ ହେଉଛି।ଏହି ଦୁଇଟି କାମ ଆରମ୍ଭ ହୋଇସାରିଛି। ପ୍ରଶାସନିକସ୍ତରରେ କିଛି କାରଣ ଯୋଗୁ କାର୍ଯ୍ୟରେ ବିଳମ୍ବ ହେଉଛି ।

ସୂଚନାଯୋଗ୍ୟ ଶ୍ରୀ ରାୟ ଓ ଶ୍ରୀ ମହାପାତ୍ର ଉଭୟ ଏବେ ବିଜେପି ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଅଛନ୍ତି। ଏହି ଦୁଇ ନେତା ବିଜେପିରେ ଥିଲେ ମଧ୍ୟ ସମସ୍ତ ପ୍ରକାରର ସାଂଗଠନିକ କାର୍ଯ୍ୟରୁ ଦୀର୍ଘଦିନ ଧରି ଦୂରେଇ ରହିଥିଲେ।ଶ୍ରୀ ରାୟ ବିଜେପି ଛାଡ଼ି ବିଜେଡିରେ ସାମିଲ ହେବାର ସମ୍ଭାବନା ରହିଛି।

ଅଧିକ ପଢ଼ନ୍ତୁ: ବିଧାୟକ ପଦ ଛାଡ଼ିବାର ସଙ୍କେତ ଦେଲେ ଦିଲ୍ଲୀପ ରାୟ

 

Related story