Advertisment

Politics: ବିଜୟଙ୍କ ଘରେ ଦିଲୀପ; କ’ଣ କହିଲେ ଅରବିନ୍ଦ

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଦିଲୀପ ରାୟ ରାଜ୍ୟସଭା ନିର୍ବାଚନ ଲଢ଼ିବାକୁ ମଙ୍ଗଳବାର ଘୋଷଣା କରିଥିବା ବେଳେ ଆଜି ରଙ୍ଗର ପର୍ବ ହୋଲିରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ସେ ଭେଟିଛନ୍ତି।

Aravind
Advertisment

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଦିଲୀପ ରାୟ ରାଜ୍ୟସଭା ନିର୍ବାଚନ ଲଢ଼ିବାକୁ ମଙ୍ଗଳବାର ଘୋଷଣା କରିଥିବା ବେଳେ ଆଜି ରଙ୍ଗର ପର୍ବ ହୋଲିରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ସେ ଭେଟିଛନ୍ତି। ଆଉ ଏହା ପରେ ବିଜୟ ମହାପାତ୍ରଙ୍କ ପୁଅ ତଥା ବିଜେଡିରୁ ନିଲମ୍ବିତ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ନିଶ୍ଚିତ ଦିଲ୍ଲୀପଙ୍କୁ ଭୋଟ୍ ଦେବେ ବୋଲି ଆଲୋଚନା ହେଉଛି। ତେବେ ଦିଲୀପଙ୍କ ସହିତ କୌଣସି ରାଜନୀତିକ ଆଲୋଚନା ହୋଇନାହିଁ ବୋଲି କହିଛନ୍ତି ଅରବିନ୍ଦ ମହାପାତ୍ର।

Advertisment

ସେ କହିଛନ୍ତି, ଦିଲୀପ ରାୟ ଆସିଥିଲେ। ପ୍ରତ୍ୟେକ ବର୍ଷ ହୋଲିରେ ଆସନ୍ତି। ଆମର ପାରିବାରିକ ସଂପର୍କ ଅଛି। ଆଜି ରାଜନୀତିକ ଆଲୋଚନା ହୋଇନାହିଁ। ରାଜ୍ୟସଭା ନିର୍ବାଚନ ନେଇ କୌଣସି ଆଲୋଚନା ହୋଇନାହିଁ। ଅମ ସଂପର୍କ ସମର୍ଥନ ମାଗିବା ଭଳି ସଂପର୍କ ନୁହେଁ। ଆମ ସଂପର୍କ ବହୁତ ନିବିଡ଼। 

ଦିଲୀପଙ୍କ ପ୍ରାର୍ଥିତ୍ୱ ନେଇ ଅରବିନ୍ଦ କହିଛନ୍ତି, ମୋ ମତରେ ସେ ଜଣେ ଯୋଗ୍ୟ ପ୍ରାର୍ଥୀ। ସେ ଜଣେ ଅଭିଜ୍ଞ ରାଜନେତା। ରାଜ୍ୟ ଓ ଜାତୀୟ ରାଜନୀତିରେ ତାଙ୍କର ୪୦ ବର୍ଷର ଅଭିଜ୍ଞତା ଅଛି। 

Advertisment

ଏହା ସହିତ ବିଧାୟକ ଅରବିନ୍ଦ ମହାପାତ୍ର କହିଛନ୍ତି ଯେ ମାର୍ଚ୍ଚ ୬ ତାରିଖ ପରେ ଚିତ୍ର ସ୍ପଷ୍ଟ ହୋଇଯିବ। ପ୍ରାର୍ଥୀ ବଢୁଛନ୍ତି କି କମୁଛନ୍ତି, ସେତେବେଳେ ସ୍ପଷ୍ଟ ହୋଇଯିବ।

ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଓ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ବିଜେଡି ନିଲମ୍ବିତ କରିଛି। ତେଣୁ ଏହି ଦୁଇ ନେତା ରାଜ୍ୟସଭା ନିର୍ବାଚନରେ ବିଜେଡିର ପ୍ରାର୍ଥୀଙ୍କୁ ସମର୍ଥନ କରିବେ ନାହିଁ। ସେମାନେ ନିଜ ଇଚ୍ଛାରେ ଭୋଟ୍ ଦେବେ। ତେଣୁ ସେମାନେ ବିଜେପିକୁ ଭୋଟ୍ ଦେବେ ବୋଲି କୁହାଯାଉଛି। ରାଜ୍ୟସଭା ନିର୍ବାଚନରେ ଚତୁର୍ଥ ଆସନ ପାଇଁ ଦିଲୀପଙ୍କୁ ବିଜେପି ସମର୍ଥନ କରିବାକୁ ଘୋଷଣା କରିସାରିଛି। ସେହିପରି ଦିଲୀପଙ୍କ ସହିତ ବିଜୟଙ୍କ ବନ୍ଧୁତା ବହୁ ଦିନର ହୋଇଥିବାରୁ ଓ ଅରବିନ୍ଦ ଏବେ ବିଜେଡିର ନିୟମ ମଧ୍ୟରେ ବାନ୍ଧି ହୋଇ ନଥିବାରୁ ସେ ବି ତାଙ୍କୁ ଭୋଟ୍ ଦେବା ନିଶ୍ଚିତ ବୋଲି କୁହାଯାଉଛି।

ଚତୁର୍ଥ ଆସନରେ ଦିଲୀପଙ୍କ ସହିତ ବିଜେଡିର କମନ କ୍ୟାଣ୍ଡିଡେଟ୍‌ ଡାକ୍ତର ଦତ୍ତେଶ୍ୱର ହୋତାଙ୍କର ଲଢ଼େଇ ହେବ। ଡାକ୍ତର ହୋତାଙ୍କୁ କଂଗ୍ରେସ ସମର୍ଥନ କରିଥିବା ଘୋଷଣା କରିଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe