Advertisment

Rajya Sabha Elections: ରାଜ୍ୟସଭା ନିର୍ବାଚନ ମଇଦାନକୁ ଓହ୍ଲାଇଲେ ଦିଲ୍ଲୀପ

ରାଜ୍ୟସଭା ନିର୍ବାଚନ ମଇଦାନକୁ ଓହ୍ଲାଇବେ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ। ତେବେ ସେ ସ୍ୱାଧୀନ ଭାବେ ଏହି ନିର୍ବାଚନ ଲଢ଼ିବେ। ମଙ୍ଗଳବାର ନିଜେ ଦିଲ୍ଲୀପ ରାୟ ଏହି ଘୋଷଣା କରିଛନ୍ତି।

Dillip Ray
Advertisment

ରାଜ୍ୟସଭା ନିର୍ବାଚନ ମଇଦାନକୁ ଓହ୍ଲାଇବେ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟ। ତେବେ ସେ ସ୍ୱାଧୀନ ଭାବେ ଏହି ନିର୍ବାଚନ ଲଢ଼ିବେ। ମଙ୍ଗଳବାର ନିଜେ ଦିଲ୍ଲୀପ ରାୟ ଏହି ଘୋଷଣା କରିଛନ୍ତି।

Advertisment

ସେ କହିଛନ୍ତି, ରାଜ୍ୟସଭା ନିର୍ବାଚନ ପାଇଁ ମୁଁ ସ୍ୱାଧୀନ ପ୍ରାର୍ଥୀ ହେଉଛି। ମୁଁ ୫ ତାରିଖରେ ନାମାଙ୍କନପତ୍ର ଦାଖଲ କରିବି।

ରାଜ୍ୟସଭା ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବା ନେଇ ଦିଲ୍ଲୀପ ରାୟ ବିଜେପିର ରାଜ୍ୟ ଓ କେନ୍ଦ୍ରର ନେତୃତ୍ୱଙ୍କ ସହ ଆଲୋଚନା କରିଥିବା କହିଛନ୍ତି। 

Advertisment

ଜିତିବା ପାଇଁ ଆବଶ୍ୟକ ସମର୍ଥନ କେଉଁଠାରୁ ପାଇବେ ବୋଲି ପଚରାଯିବାରେ, ଆଗ ଛିଡ଼ା ହୋଇଯାଏ, ତା’ପରେ ଦେଖିବା ବୋଲି ଦିଲ୍ଲୀପ ରାୟ କହିଛନ୍ତି।

ଅନ୍ୟପକ୍ଷରେ ଦିଲ୍ଲୀପ ରାୟଙ୍କୁ ସମର୍ଥନ ଘୋଷଣା କରିଛି ବିଜେପି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହି ଘୋଣା କରିଛନ୍ତି। ସେ କହିଛନ୍ତି, ଦଳ ନୀତିଗତ ଭାବେ ତାଙ୍କୁ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛି। ଦିଲ୍ଲୀପ ନିଜେ ଉଦ୍ୟମ କରିବେ। ଦଳ ମଧ୍ୟ ପୂରା ସମର୍ଥନ ଦେବ। ଦିଲ୍ଲୀପ ନିଶ୍ଚିତ ବିଜୟୀ ହେବେ ବୋଲି ମନମୋହନ ସାମଲ କହିଛନ୍ତି। 

ଦିଲ୍ଲୀପଙ୍କ ପାଇଁ ଆବଶ୍ୟକୀୟ ଭୋଟ୍‌ କେଉଁଠୁ ଆସିବ ବୋଲି ପ୍ରଶ୍ନ କରାଯିବାରେ ଶ୍ରୀ ସାମଲ କହିଛନ୍ତି ଯେ ୧୬ ତାରିଖକୁ ଅପେକ୍ଷା କର।

ଦତ୍ତେଶ୍ୱର ବନାମ ଦିଲ୍ଲୀପ

ଦିଲ୍ଲୀପ ରାୟ ରାଜ୍ୟସଭା ମଇଦାନକୁ ଓହ୍ଲାଇବା ପରେ ଲଢ଼େଇ ଜୋରଦାର ହେବ ବୋଲି କୁହାଯାଉଛି। ଏହା ସହିତ ରାଜ୍ୟସଭା ନିର୍ବାଚନରେ ଘୋଡ଼ା ବେପାର ନେଇ ବାଟ ଖୋଲିଲା ବୋଲି କୁହାଯାଉଛି। ବେଶ୍‌ ଅଭିଜ୍ଞ ଦିଲ୍ଲୀପଙ୍କୁ ନେଇ ଶାସକ ବିଜେପି ଆଶାବାଦୀ ଅଛି। ଅତୀତରେ ବିଜେଡିକୁ ଚକ୍‌ମା ଦେଖାଇ ଦିଲ୍ଲୀପ ରାଜ୍ୟସଭା ଯାଇଛନ୍ତି। ଏପରି ସ୍ଥିତିରେ ବିଜେଡି-କଂଗ୍ରେସ ମିଳିତ ପ୍ରାର୍ଥୀଙ୍କୁ ନେଇ ସସ୍‌ପେନ୍ସ ଦେଖାଦେଇଛି। 

ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ବିଜେଡି ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ କରିଛି। ଦଳ ତାଙ୍କୁ କମନ୍ କ୍ୟାଣ୍ଡିଡେଟ୍ ଘୋଷଣା କରିଥିବା ବେଳେ କଂଗ୍ରେସ ସମର୍ଥନ କରିବ ବୋଲି ସ୍ପଷ୍ଟ କରିସାରିଛି। ତେଣୁ ଚତୁର୍ଥ ଆସନରେ ଦିଲ୍ଲୀପ ଜିତିବେ ନା ଦତ୍ତେଶ୍ୱର ଜିତିବେ, ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe