Advertisment

କରୋନା ଏବଂ ମାନସିକ ଅବସାଦ: 'ମୁକାବିଲା ପାଇଁ ସୃଜନଶୀଳ ବଳିଷ୍ଠ ମାଧ୍ୟମ'

ଭୁବନେଶ୍ୱର: କରୋନା ମହାମାରୀ ବେଳେ ସମାଜରେ ସୃଷ୍ଟି ହୋଇଥିବା ଦୁଃସ୍ଥିତିକୁ ସୃଜନାତ୍ମକ ମାଧ୍ୟମରେ ମୁକାବିଲା କରିପାରିଲେ ମାନସିକ ଅବସାଦରୁ ରକ୍ଷା କରି ହେବ। ଭୁବନେଶ୍ୱର  ସ୍ଥିତ ଆଞ୍ଚଳିକ ଜନ ସମ୍ପର୍କ କାର୍ଯ୍ୟାଳୟ  ପକ୍ଷରୁ “ସୃଜନାତ୍ମକ ମାଧ୍ୟମରେ  କରୋନା ମହାମାରୀ  ମୁକାବିଲା”ଶୀର୍ଷକ ୱେବିନାରରେ ସାମିଲ ହୋଇଥିବା ବୁଦ୍ଧିଜୀବୀ ଏପରି ମତ ରଖିଛନ୍ତି। ଶ୍ରୀମତି ସୁମତି ମୁଣ୍ଡ୍ ଙ୍କ ସଂଯୋଜନାରେ ଆୟୋଜିତ ଏହି  କାର୍ଯ୍ୟକ୍ରମରେ  ଉତ୍କଳ ବିଶ୍ଵବିଦ୍ୟାଳୟର ସାମାଜିକ ବିଜ୍ଞାନ ବିଭାଗର ସହାୟକ ପ୍ରାଧ୍ୟାପକ ଡ଼. ତନୟା ମହାନ୍ତି ଯୋଗ ଦେଇ ମହାମାରୀ ସମୟରେ ଆମ ସମାଜ କିଭଳି […]

ଅଦ୍ୟତନ ହୋଇଛି
ଚିନ୍ତା ବଢ଼ାଇଲାଣି କିଶୋର ଓ ଶିଶୁ ସଂକ୍ରମଣ

covid-and-mental-health

Advertisment

ଭୁବନେଶ୍ୱର: କରୋନା ମହାମାରୀ ବେଳେ ସମାଜରେ ସୃଷ୍ଟି ହୋଇଥିବା ଦୁଃସ୍ଥିତିକୁ ସୃଜନାତ୍ମକ ମାଧ୍ୟମରେ ମୁକାବିଲା କରିପାରିଲେ ମାନସିକ ଅବସାଦରୁ ରକ୍ଷା କରି ହେବ। ଭୁବନେଶ୍ୱର  ସ୍ଥିତ ଆଞ୍ଚଳିକ ଜନ ସମ୍ପର୍କ କାର୍ଯ୍ୟାଳୟ  ପକ୍ଷରୁ “ସୃଜନାତ୍ମକ ମାଧ୍ୟମରେ  କରୋନା ମହାମାରୀ  ମୁକାବିଲା”ଶୀର୍ଷକ ୱେବିନାରରେ ସାମିଲ ହୋଇଥିବା ବୁଦ୍ଧିଜୀବୀ ଏପରି ମତ ରଖିଛନ୍ତି।

Advertisment

ଶ୍ରୀମତି ସୁମତି ମୁଣ୍ଡ୍ ଙ୍କ ସଂଯୋଜନାରେ ଆୟୋଜିତ ଏହି  କାର୍ଯ୍ୟକ୍ରମରେ  ଉତ୍କଳ ବିଶ୍ଵବିଦ୍ୟାଳୟର ସାମାଜିକ ବିଜ୍ଞାନ ବିଭାଗର ସହାୟକ ପ୍ରାଧ୍ୟାପକ ଡ଼. ତନୟା ମହାନ୍ତି ଯୋଗ ଦେଇ ମହାମାରୀ ସମୟରେ ଆମ ସମାଜ କିଭଳି ସ୍ଥିତି ଦେଇ ଗତି କରୁଛି ଏବଂ  ଏଥିପାଇଁ ଆମକୁ ମାନସିକ ସ୍ତରରେ କିଭଳି  ପ୍ରସ୍ତୁତ ରଖିବାକୁ ହେବ ସେ ସମ୍ପର୍କରେ ଉପାଦେଯ ତଥ୍ୟ ପ୍ରଦାନ କରିଥିଲେ।

କରୋନା ସମୟରେ ପାରିବାରିକ ଓ ସାମାଜିକ ଜୀବନକୁ ଅଧିକ  କ୍ରିୟାଶୀଳ କରିବାକୁ ହେଲେ  ପ୍ରତ୍ୟାକଙ୍କୁ ସୃଜନଶୀଳ ହେବାକୁ ହେବ  ବୋଲି ମତ ପ୍ରକାଶ କରିଛନ୍ତି । ଭୁବନେଶ୍ୱର ସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ  ତଥା ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟର ଅତିରିକ୍ତ ମହା ନିର୍ଦ୍ଦେଶକ ଶ୍ରୀ ରାଜେନ୍ଦ୍ର ଚୌଧୁରୀ ଯୋଗଦେଇ କରୋନା ଭଳି ଦୁସ୍ଥିତିର ମୁକାବିଲା ପାଇଁ ସୃଜନଶୀଳତା ଏକ ବଳିଷ୍ଠ ମାଧ୍ୟମ ବୋଲି ମତବ୍ୟକ୍ତ କରିଛନ୍ତି।

Advertisment

ଅନ୍ୟତମ ବକ୍ତା ଭାବେ କେରଳ ଏବଂ ଲକ୍ଷ୍ୟଦ୍ଵୀପ   ପତ୍ର  ସୂଚନା କାର୍ଯ୍ୟାଳୟର ଅତିରିକ୍ତ ମହା ନିର୍ଦ୍ଦେଶକ ଭି. ପଲ୍ଲନିଚମୀ  ରଚନାତ୍ମକ କାର୍ଯ୍ୟ ମାଧ୍ୟମରେ ଆମେ  ବର୍ତ୍ତମାନ ସ୍ଥିତିରେ ବ୍ୟବହାରରେ ପରିବର୍ତ୍ତନ ଆଣିପାରିବା ବୋଲି ଗୁରୁତ୍ଵ ଦେଇଛନ୍ତି  ।

ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ଜନ ସମ୍ପର୍କ କାର୍ଯ୍ୟାଳୟର  ନିର୍ଦ୍ଦେଶକ ଶ୍ରୀ ଅଖିଲ କୁମାର ମିଶ୍ର  ସାହିତ୍ୟ, ସଂଗୀତ, ଚିତ୍ରକଳା  ମାଧ୍ୟମରେ ଆମେ ନିଜର ସୃଜନଶୀଳତା ପ୍ରକାଶ କଲେ ନିଜେ ଶାନ୍ତ ରହି ଅନ୍ୟକୁ ଶାନ୍ତି ପ୍ରଦାନ କରି ପାରିବା ବୋଲି ଗୁରୁତ୍ଵାରୋପ କରିଛନ୍ତି । ଅନ୍ୟତମ ବକ୍ତା ଭାବେ  ବିଶିଷ୍ଠ ସିନେ ନିର୍ମାତା, ସଂଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ, ଶ୍ରୀ  ଅଜୟ ମହାନ୍ତି ଏବଂ କବି ଶ୍ରୀ ପ୍ରମୋଦ ପ୍ରଧାନ ପ୍ରମୁଖ ଭାବେ ଯୋଗ ଦେଇ ସାହିତ୍ୟ ଏବଂ ସଂଗୀତ ସକାରାତ୍ମକ ଭାବନା ଜାଗ୍ରତ କରିବା ସହ ସଂଘର୍ଷ କରିବା ପାଇଁ ପ୍ରେରଣା ଯୋଗାଇଥାଏ ବୋଲି କହିଛନ୍ତି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe