katak re cid readdy
କଟକ :କଟକ ଚାଉଳିଆଗଞ୍ଜ ଥାନା ନିକଟ ଗଣ୍ଡରପୁରରେ ଡିଜେଲର ଅପମିଶ୍ରଣ ହେଉଥିବା ଗୋଦାମ ଉପରେ କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କଫେ।ର୍ସର ଚଢାଉ କରାଯାଇଛି। ସ୍ପେଶାଲ ଟାସ୍କ ଫେ।ର୍ସ ଏସପିଙ୍କ ନେତତ୍ୱରେ ଏକ ୨୦ ଜଣିଆ ଟିମ୍ ଏହି ଚଢାଉ କରିଥିଲା। ଚଢାଉ ବେଳେ ଗୋଟିଏ କିରାସିନି ଟାଙ୍କର ଓ ଗୋଟିଏ ଡିଜେଲ ଟାଙ୍କର ଜବତ ହୋଇଛି। ଏଥିରେ ଯଥାକ୍ରମ ୫ ହଜାର ଲିଟର କିରାସିନି ଓ ୧୮ ହଜାର ଲିଟର ଡିଜେଲ ଥିଲା। ଏହାର ବଜାର ମୂଲ୍ୟ ୧୦ ଲକ୍ଷ ଟଙ୍କ। ହେବ। ସେହିପରି ଅପମିଶ୍ରଣ କାର୍ଯ୍ୟରେ ବ୍ୟବହାର କରାଯାଉଥିବା ଗୋଟିଏ ଜେନେରେଟର, ଏକ ମୋଟର ପମ୍ପ, ୪ଟି ନିଆଁ ଲିଭା ଯନ୍ତ୍ର ଓ କିଛି ରାସାୟନିକ ପଦାର୍ଥ ଓ ନଗଦ ୫୦ ହଜାର ଟଙ୍କ। ମଧ୍ୟ ଜବତ ହୋଇଛି। ଘଟଣାରେ ଗୋଦାମର ତତ୍ୱାବଧାରକ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି। ତେବେ ଅପମିଶ୍ରଣ କରୁଥିବା ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଅନ୍ୟ ୩ ଜଣ ଫେରାର ହୋଇଯାଇଛନ୍ତି। ଏଠାରେ ଡିଜେଲରେ କିରାସିନି ଅପମିଶ୍ରଣ କରାଯାଇ ବଜାରକୁ ଛଡ଼ା ଯାଉଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/05/vlcsnap-2015-05-13-17h19m38s983.png)