ବୈଠକ ବିଫଳ, ଶ୍ରିମକ ସଂଘ ସହ ପୁଣି ଥରେ ଆଲୋଚନା କରିବ ଇମ୍ଫା

ଯାଜପୁର(ଓଡ଼ିଶା ରିପୋର୍ଟର): ସୁକିନ୍ଦା ରିଜିଅନ୍ କ୍ରୋମାଇଟ୍ ଖଣିରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଶ୍ରମିକ ସଂଘ ସଭାପତି ଓ ଇମ୍ଫା କର୍ତ୍ତୃପକ୍ଷ ମଧ୍ୟରେ ଚାଲିଥିବା ଆଲୋଚନା ମଧ୍ୟ ବିଫଳ ହୋଇଛି। ଆଜି ଯାଜପୁରରୋଡରେ ସୁକିନ୍ଦା  ରିଜିଅନ୍ କ୍ରୋମାଇଟ ଖାଦାନ ମଜଦୁର ସଂଘ ସଭାପତି ପ୍ରୀତିରଞ୍ଜନ ଘଡାଇ ଏବଂ ଇମ୍ଫା କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।  ସଭାପତି ପ୍ରୀତିରଞ୍ଜନ କର୍ତ୍ତୃପକ୍ଷଙ୍କ ନିକଟରେ ଶ୍ରମିକଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେବା ସହ ବିଭିନ୍ନ ଦାବି ରଖିଥିଲେ । ଇମ୍ଫା କର୍ତ୍ତୃପକ୍ଷ ଏ […]

v7

Mihir Pattnayak
  • Published: Thursday, 08 November 2018
  • , Updated: 08 November 2018, 05:36 PM IST

ଯାଜପୁର(ଓଡ଼ିଶା ରିପୋର୍ଟର): ସୁକିନ୍ଦା ରିଜିଅନ୍ କ୍ରୋମାଇଟ୍ ଖଣିରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଶ୍ରମିକ ସଂଘ ସଭାପତି ଓ ଇମ୍ଫା କର୍ତ୍ତୃପକ୍ଷ ମଧ୍ୟରେ ଚାଲିଥିବା ଆଲୋଚନା ମଧ୍ୟ ବିଫଳ ହୋଇଛି।

ଆଜି ଯାଜପୁରରୋଡରେ ସୁକିନ୍ଦା  ରିଜିଅନ୍ କ୍ରୋମାଇଟ ଖାଦାନ ମଜଦୁର ସଂଘ ସଭାପତି ପ୍ରୀତିରଞ୍ଜନ ଘଡାଇ ଏବଂ ଇମ୍ଫା କର୍ତ୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।  ସଭାପତି ପ୍ରୀତିରଞ୍ଜନ କର୍ତ୍ତୃପକ୍ଷଙ୍କ ନିକଟରେ ଶ୍ରମିକଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେବା ସହ ବିଭିନ୍ନ ଦାବି ରଖିଥିଲେ । ଇମ୍ଫା କର୍ତ୍ତୃପକ୍ଷ ଏ ନେଇ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ରବିବାର ସାନି ଆଲୋଚନା ହେବ ବୋଲି ପ୍ରୀତିରଞ୍ଜନ ସୂଚନା ଦେଇଛନ୍ତି ।

ଅପରପକ୍ଷରେ ଇମ୍ଫା ମାଇନ୍ସର ଭାଇସ୍ ପ୍ରେସିଡେଣ୍ଟ ସୁଧାଂଶୁ ପଟନୀ କହିଛନ୍ତି, ୬ ଦିନ ଧରି ଆନ୍ଦୋଳନ ଚାଲିଥିବା ବେଳେ ଆଜି ଶ୍ରମିକ ସଂଘ ସଭାପତିଙ୍କ ସହ ବହୁତ କମ୍ ସମୟ ଧରି ଆଲୋଚନା ହୋଇଥିଲା।  ସଂଘ ପକ୍ଷରୁ କୁହାଯାଇଛି ଯେ, ଆହତ ଶ୍ରମିକ ସୁସ୍ଥ ହୋଇ ନ ଆସିବା ପର୍ଯ୍ୟନ୍ତ ଶ୍ରମିକମାନେ କାମରେ ଯୋଗ ଦେବେ ନାହିଁ । ଯାହା ପୂର୍ବରୁ ଶୁଣାଯାଇ ନ ଥିଲା।

ସୂଚନାଯୋଗ୍ୟ, ଗତ ୨ ତାରିଖରୁ ଇମ୍ଫାର ସୁକିନ୍ଦା ଓ ମହାଗିରି ଖଣିର ଶ୍ରମିକମାନେ ବିଭିନ୍ନ ଦାବି ନେଇ ଆନ୍ଦୋଳନ ଚଳାଇଛନ୍ତି । ଗୋଟିଏ ଖଣିରେ ଦୁର୍ଘଟଣା ଘଟିଥିଲେ ମଧ୍ୟ ଦୁଇଟିଯାକ ଖଣି କାମ ବନ୍ଦ ରହିଛି।  ଫଳରେ ୧୬ ଶହ ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ ହୋଇଛି । ଏଥିରେ ଜିଲ୍ଲା ପ୍ରଶାସନ କିମ୍ବା ଖଣି ଅଧିକାରୀ କେହି ହସ୍ତକ୍ଷେପ ନ କରି ଚୁପ୍ ବସି ରହିଛନ୍ତି ।

Related story