Advertisment

ମହାପ୍ରସାଦକୁ ଅସମ୍ମାନ!

ପୁରୀ (ଓଡ଼ିଶା ରିପୋର୍ଟର): ମହାପ୍ରସାଦକୁ ଅବମାନନା! କାର୍ତ୍ତିକ ମାସ ତମାମ ମହାପ୍ରସାଦ ଯୋଗାଇ ଦେବା ନେଇ ସୁବିଧା ଯୋଗାଇ ଦିଆଯାଇଥିବା ବେଳେ ସେ ସୁବିଧାର କରାଯାଇଛି ଅପବ୍ୟବହାର। ଚପଲ ପିନ୍ଧି ଚେୟାର ଉପରେ ବସି ଭକ୍ତ ମହାପ୍ରସାଦ ସେବନ କରୁଛନ୍ତି। କୋଭିଡ କଟକଣାକୁ ନଜରରେ ରଖି ଶ୍ରୀମନ୍ଦିର ମଧ୍ୟକୁ ଭକ୍ତମାନେ ଯାଇପାରୁନଥିବା ବେଳେ କାର୍ତ୍ତିକ ମାସରେ ସୁବିଧାରେ ମହାପ୍ରସାଦ ଯୋଗାଇଦେବା ନେଇ ପ୍ରଶାସନ ପକ୍ଷରୁ ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରାଯାଇ ଶ୍ରୀମନ୍ଦିର ଉତ୍ତରଦ୍ୱାର ଏବଂ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ମହାପ୍ରସାଦକୁ ଅସମ୍ମାନ!

mahaprasad

ପୁରୀ (ଓଡ଼ିଶା ରିପୋର୍ଟର): ମହାପ୍ରସାଦକୁ ଅବମାନନା! କାର୍ତ୍ତିକ ମାସ ତମାମ ମହାପ୍ରସାଦ ଯୋଗାଇ ଦେବା ନେଇ ସୁବିଧା ଯୋଗାଇ ଦିଆଯାଇଥିବା ବେଳେ ସେ ସୁବିଧାର କରାଯାଇଛି ଅପବ୍ୟବହାର। ଚପଲ ପିନ୍ଧି ଚେୟାର ଉପରେ ବସି ଭକ୍ତ ମହାପ୍ରସାଦ ସେବନ କରୁଛନ୍ତି।

Advertisment

କୋଭିଡ କଟକଣାକୁ ନଜରରେ ରଖି ଶ୍ରୀମନ୍ଦିର ମଧ୍ୟକୁ ଭକ୍ତମାନେ ଯାଇପାରୁନଥିବା ବେଳେ କାର୍ତ୍ତିକ ମାସରେ ସୁବିଧାରେ ମହାପ୍ରସାଦ ଯୋଗାଇଦେବା ନେଇ ପ୍ରଶାସନ ପକ୍ଷରୁ ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରାଯାଇ ଶ୍ରୀମନ୍ଦିର ଉତ୍ତରଦ୍ୱାର ଏବଂ ଦକ୍ଷିଣ ଦ୍ୱାରରେ ଦୁଇଟି ଅସ୍ଥାୟୀ ଟେଣ୍ଟ ନିର୍ମାଣ କରାଯାଇଛି। ଯେଉଁଠାରେ ନିଯୋଗର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଟୋକନ ମାଧ୍ୟମରେ ଭକ୍ତ ମାନଙ୍କୁ ମହାପ୍ରସାଦ ଯୋଗାଇଦେବା ପାଇଁ ବ୍ୟବସ୍ଥା କରାଯାଇଥିଲା।

ତେବେ ଏଥିରେ ପ୍ରଥମ ଦିନରୁ ହିଁ ବ୍ୟତିକ୍ରମ ଦେଖାଦେଇଛି। ନିଯୋଗ ପକ୍ଷରୁ ମହାପ୍ରସାଦ ଯୋଗାଇ ଦିଆଯାଉଥିବା ବେଳେ ଭକ୍ତମାନେ ମହାପ୍ରସାଦକୁ ନେଇ ଅବମାନନା କରିଥିବା ନଜରକୁ ଆସିଛି। ତେବେ କିଛି ଭକ୍ତ ଆଜି ଚପଲ ପିନ୍ଧି ଚେୟାରରେ ବସି ମହାପ୍ରସାଦ ସେବନ କରୁଥିବାର ଦୃଶ୍ୟ ସାଧାରଣରେ ବିଚଳିତ କରୁଛି। ଏହାକୁ ନେଇ ଶ୍ରୀକ୍ଷେତ୍ର ପୁରୀରେ ଚର୍ଚ୍ଚା ଜୋର ଧରିଥିବା ବେଳେ ସମ୍ପୃକ୍ତ ଭକ୍ତମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

Advertisment

ମହାପ୍ରସାଦକୁ ଅବମାନନାର ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ହୋଇଥିବା ବେଳେ ଏହି ଅସ୍ଥାୟୀ ଟେଣ୍ଟରେ ମହାପ୍ରସାଦ ଯୋଗାଣ ବ୍ୟବସ୍ଥା ବ୍ୟତୀତ ମହାପ୍ରସାଦ ସେବନ ନେଇ କୌଣସି ବ୍ୟବସ୍ଥା ନଥିବା ବେଳେ କିଭଳି ଏବଂ କେଉଁ ପରିସ୍ଥିତିରେ କିଭଳି ଏହି ଭକ୍ତ ମହାପ୍ରସାଦ ସେବନର ସୁବିଧା ପାଇଲେ, ତାହା ତର୍ଜମା କରିବାର ଆବଶ୍ୟକତା ରହିଛି। ଯାହାଦ୍ୱାରାକି ମହାପ୍ରସାଦର ମାନ କ୍ଷୁର୍ଣ୍ଣ ହେବ ନାହିଁ ବୋଲି ମତ ପ୍ରକାଶ ପାଇଛି।

Puri Odia News