Advertisment

ବିରଜୁଙ୍କ ନିକଟରେ ପହଞ୍ଚିଲା ପ୍ରଶାସନ, ଦେଲା ସହାୟତା

ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର):  ଦୀର୍ଘ ୨୫ ବର୍ଷ ପରେ ଭିଟାମାଟି ଛୁଇଁଥିବା ବିରଜୁ କୁଲୁଙ୍କ ନିକଟରେ ପହଞ୍ଚିଛି ପ୍ରଶାସନ। ଘରକୁ ଫେରିବାର ଦିନକ ପରେ ବିରଜୁ କୁଲୁଙ୍କୁ ମିଳିଛି  ସରକାରୀ ସହାୟତା । ପାକିସ୍ତାନ ଜେଲ୍‌ରୁ ମୁକିଳିବା ପରେ ଏବେ ବିରଜୁ  ସୁନ୍ଦରଗଡ଼ କୁତ୍ରା ବ୍ଲକର କଟଙ୍ଗ ଗାଁରେ ଅଛନ୍ତି ।  ଅନ୍ତ୍ୟୋଦୟ ଯୋଜନାରେ ତାଙ୍କ ନାଁକୁ ସାମିଲ କରାଯାଇଛି । ଏହାସହ ୩୦ ହଜାର ଟଙ୍କା ସହାୟତା ଦିଆଯାଇଛି। ବିରଜୁଙ୍କୁ ଚାଉଳ ବସ୍ତା ସହ ରାସନ୍ ମଧ୍ୟ […]

ବିରଜୁଙ୍କ ନିକଟରେ ପହଞ୍ଚିଲା ପ୍ରଶାସନ, ଦେଲା ସହାୟତା

birju

Advertisment

ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର):  ଦୀର୍ଘ ୨୫ ବର୍ଷ ପରେ ଭିଟାମାଟି ଛୁଇଁଥିବା ବିରଜୁ କୁଲୁଙ୍କ ନିକଟରେ ପହଞ୍ଚିଛି ପ୍ରଶାସନ। ଘରକୁ ଫେରିବାର ଦିନକ ପରେ ବିରଜୁ କୁଲୁଙ୍କୁ ମିଳିଛି  ସରକାରୀ ସହାୟତା ।

Advertisment

ପାକିସ୍ତାନ ଜେଲ୍‌ରୁ ମୁକିଳିବା ପରେ ଏବେ ବିରଜୁ  ସୁନ୍ଦରଗଡ଼ କୁତ୍ରା ବ୍ଲକର କଟଙ୍ଗ ଗାଁରେ ଅଛନ୍ତି ।  ଅନ୍ତ୍ୟୋଦୟ ଯୋଜନାରେ ତାଙ୍କ ନାଁକୁ ସାମିଲ କରାଯାଇଛି । ଏହାସହ ୩୦ ହଜାର ଟଙ୍କା ସହାୟତା ଦିଆଯାଇଛି। ବିରଜୁଙ୍କୁ ଚାଉଳ ବସ୍ତା ସହ ରାସନ୍ ମଧ୍ୟ ପ୍ରଦାନ କରାଯାଇଛି । ସୁନ୍ଦରଗଡ଼ ପିଡି ଡିଆରଡିଏ  ପହଞ୍ଚି ତାଙ୍କୁ ଭେଟି ଏହି ସହାୟତା ପ୍ରଦାନ କରିଛନ୍ତି ।

ସୂଚନାଯୋଗ୍ୟ,  ୨୫ ବର୍ଷ ଧରି ନିଖୋଜ ହେବା ପରେ ଗତବର୍ଷ ଜଣାପଡ଼ିଥିଲା ବିରଜୁ ପାକିସ୍ତାନ ଜେଲ୍‌ରେ ବନ୍ଦୀ ଅଛନ୍ତି। ଏହାପରେ ତାଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହୋଇଥିଲା ପ୍ରକ୍ରିୟା ।  ଗତ ଅକ୍ଟୋବର ୨୬ରେ ପାକିସ୍ତାନ ଜେଲ୍‌ରୁ ମୁକୁଳିବା ପରେ ବିରଜୁଙ୍କୁ ପ୍ରଥମେ ପଞ୍ଜାବ ଅମୃତସରର ଏକ କୋଭିଡ୍ ସେଣ୍ଟରରେ ରଖାଯାଇଥିଲା ।  ଏହାପରେ ଖବର ପାଇ  ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଗାଁକୁ ଆଣିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା।   ଏହାପରେ ଗତକାଲି ପ୍ରଶାସନିକ ଉଦ୍ୟମ ଯୋଗୁ ନିଜ ଗାଁରେ ପାଦ ଥାପିଥିବା ବେଳେ ସେଠାରେ ତାଙ୍କୁ ସମ୍ବର୍ଦ୍ଧନା ନିମନ୍ତେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe