Advertisment

‘କରୋନା ବ୍ୟାପୁଥିବା ଜିଲ୍ଲାକୁ ଶଟ୍‌ଡାଉନ୍ କରାଯାଉ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ କରୋନାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି,“ କିଛି ଦିନ ତଳେ ଓଡ଼ିଶାରେ କରୋନା କେବଳ ପ୍ରବାସୀଙ୍କ ମଧ୍ୟରେ ସୀମିତ ଥିଲା। ଏବେ ଦେଖାଗଲାଣି ଏହା ଗୋଷ୍ଠୀ ସଂକ୍ରମଣ ଆଡ଼କୁ ଗତି କରୁଛି।। ଗୋଷ୍ଠୀ ସଂକ୍ରମଣ ଥରେ ଆରମ୍ଭ ହେଲେ ଭୟାନକ ପରିସ୍ଥିତି ସୃଷ୍ଟି କରିବ। ତେଣୁ ଯେଉଁଠି କରୋନା ଆକ୍ରାନ୍ତଙ୍କ ସଂଖ୍ୟା […]

ଅଦ୍ୟତନ ହୋଇଛି
‘କରୋନା ବ୍ୟାପୁଥିବା ଜିଲ୍ଲାକୁ ଶଟ୍‌ଡାଉନ୍ କରାଯାଉ’

PCC

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ କରୋନାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

Advertisment

ସେ କହିଛନ୍ତି,“ କିଛି ଦିନ ତଳେ ଓଡ଼ିଶାରେ କରୋନା କେବଳ ପ୍ରବାସୀଙ୍କ ମଧ୍ୟରେ ସୀମିତ ଥିଲା। ଏବେ ଦେଖାଗଲାଣି ଏହା ଗୋଷ୍ଠୀ ସଂକ୍ରମଣ ଆଡ଼କୁ ଗତି କରୁଛି।। ଗୋଷ୍ଠୀ ସଂକ୍ରମଣ ଥରେ ଆରମ୍ଭ ହେଲେ ଭୟାନକ ପରିସ୍ଥିତି ସୃଷ୍ଟି କରିବ। ତେଣୁ ଯେଉଁଠି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି , ସେ ଜିଲ୍ଲାକୁ ସରକାର ଶଟ୍‌ଡାଉନ୍‌ ଘୋଷଣା କରନ୍ତୁ।”

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫କୁ ଛୁଇଁଛି। ସେଥିମଧ୍ୟରୁ ୪୯୪୬ ଜଣ ସୁସ୍ଥ ହୋଇସାରିଲେଣି। ଆଉ ବିଭିନ୍ନ ମେଡିକାଲରେ ୨୦୮୭ ଜଣ ଚିକିତ୍ସିତ ହେଉଛନ୍ତି। ଏଥିସହ  କରୋନାରେ ଆକ୍ରାନ୍ତ ହୋଇ ୨୫ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe