ବାଣ ନ ଫୁଟାଇ ଦୀପାବଳି ପାଳିଲେ ବିଦେଶୀ ପର୍ଯ୍ୟଟକ
- Published: Friday, 20 October 2017
- , Updated: 20 October 2017, 09:04 AM IST
<p>କୋଣାର୍କ: ଆଲୋକର ପର୍ବ ଦୀପାବଳିକୁ ଆନନ୍ଦ ଉଲ୍ଲାସର ପାଳିଛନ୍ତି ବିଦେଶୀ ପର୍ଯ୍ୟଟକ। କୋଣାର୍କ- ପୁରୀ ରୋଡର ଲୋଟସ ରିସର୍ଟ ପରିସରରେ ୮ଟି ଦେଶର ୨୫ରୁ ଅଧିକ ବିଦେଶୀ ପର୍ଯ୍ୟଟକ ଦୀପାବଳି ମନାଇଛନ୍ତି। ସେମାନେ ବାଣ ନ ଫୁଟାଇ ଦୀପ ଲଗାଇ,କାଉଁରିଆ ଜଳାଇବା ସହ ପରସ୍ପରକୁ ମିଠା ଖୁଆଇଥିଲେ। ପରିବେଶକୁ ସ୍ୱଚ୍ଛ ରଖିବା ସହ ସେମାନେ ପ୍ରଦୂଷଣମୁକ୍ତ ଦୀପାବଳି ପାଳନ କରିଥିଲେ। ଦୀର୍ଘ ୯ବର୍ଷ ଧରି ଏହି ରିସର୍ଟରେ ବିଦେଶୀମାନେ ଦୀପାବଳି ପାଳନ କରୁଛନ୍ତି।</p>