ଭୁବନେଶ୍ୱର: ଦୀପାବଳି ଆଲୋକର ପର୍ବ । ହେଲେ ସମାଜରେ ଏମିତି ବି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜ ଲୋକଙ୍କ ସହ ନୁହେଁ ବରଂ ପର ଲୋକଙ୍କ ସହ ପାଳନ କରନ୍ତି ଦୀପାବଳୀ। ନିଜ ଲୋକଙ୍କ ଠାରୁ ଅଲୋଡା ହେବା ପରେ ଆତ୍ମୀୟତାର ଡୋରୀ ବାନ୍ଧି ହୋଇଯାଏ ପର ଠାରେ। ଭୁବନେଶ୍ୱରର ଶ୍ରୀକୃଷ୍ଣା ଆନନ୍ଦ ବୃଦ୍ଧାଶ୍ରମରେ ଏମିତି କିଛି ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା। ସମାଜରେ ନିଜର ବୋଲି କେହି ନାହିଁ । ପରିଣତ ବୟସରେ ବୋଝ ପାଲଟିଲେ ପରିବାର ପାଇଁ ଅଲୋଡା ହୋଇ ଶେଷରେ ଆସିଲେ ବୃଦ୍ଧାଶ୍ରମକୁ । କିନ୍ତୁ ଅନ୍ଧାର ଭିତରେ ବି ଏମାନେ ପାଳନ କରୁଛନ୍ତି। ଦୀପାବଳି ନିଜ ଲୋକ ନାହାଁନ୍ତି। କିନ୍ତୁ ପରଲୋକଙ୍କ ସହ ଆତ୍ମୀୟତାର ଡୋରି ବାନ୍ଧି ହୋଇଯାଇଛି।
ଶ୍ରୀକୃଷ୍ଣା ଆନନ୍ଦ ବୃଦ୍ଧାଶ୍ରମରେ ଆଜି ବିଭିନ୍ନ ସଂଗଠନ, ଛାତ୍ର ଗୋଷ୍ଠୀ ପହଞ୍ଚିଥିଲେ। ବୟସର ଅପରାହ୍ନରେ ପହଞ୍ଚିଥିବା ମଣିଷଙ୍କ ସହ ଏମାନେ କାଟିଛନ୍ତି ନିଆରା ଦୀପାବଳିର ମୁହୂର୍ତ୍ତ। ଆଉ ଫୁଟିଛି ହସ। ସେହିପରି ସହିଦନଗର ଦୁର୍ଗାପୂଜା କମିଟି ପକ୍ଷରୁ ବନବାସୀ କଲ୍ୟାଣ ଆଶ୍ରମର ଅନ୍ତେବାସୀଙ୍କ ସହ ଦୀପାବଳୀ ପାଳନ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
