
Odisha Lokseba Bhawan
ରାଜ୍ୟ ସରକାର ଦୀପାବଳି ପୂର୍ବରୁ ନିଜର କର୍ମଚାରୀ ଓ ପେନସନଭୋଗୀ କର୍ମଚାରୀଙ୍କ ପାଇଁ ୩ ପ୍ରତିଶତ ମହଙ୍ଗା ଭତ୍ତା( Dearness Allowance) ବୃଦ୍ଧି କରିଛନ୍ତି । ଏବେ ରାଜ୍ୟ କର୍ମଚାରୀମାନେ ୫୫ ପ୍ରତିଶତ ଡିଏ ପାଉଥିବାବେଳେ ଜୁଲାଇ ମାସରୁ ପିଛିଲା ଭାବେ ୫୮ ପ୍ରତିଶତ ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ଅକ୍ଟୋବର ମାସ ଦରମାରେ ପାଇବେ ।
ମହଙ୍ଗା ଭତ୍ତା ୫୮ ପ୍ରତିଶତକୁ ବୃଦ୍ଧି
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତା ପରିମାଣକୁ ତିନି ପ୍ରତିଶତ ବୃଦ୍ଧି କରିବା ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି । ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଏବେ ୫୫ ପ୍ରତିଶତ ପାଉଛନ୍ତି । ୨୦୨୫ ଜୁଲାଇ ୧ରୁ ଏହି ମହଙ୍ଗା ଭତ୍ତା ୫୮ ପ୍ରତିଶତ ହିସାବରେ କର୍ମଚାରୀମାନଙ୍କୁ ମିଳିବ। କର୍ମଚାରୀମାନେ ଚଳିତ ଅକ୍ଟୋବର ମାସ ଦରମାରେ ଏହି ବର୍ଦ୍ଧିତ ୫୮ ପ୍ରତିଶତ ମହଙ୍ଗା ଭତ୍ତାକୁ ନଗଦ ଆକାରରେ ପାଇବେ।
ସାଢ଼େ ୮ଲକ୍ଷ କର୍ମଚାରୀଙ୍କୁ ଦୀପାବଳି ଭେଟି
ଦଶହରାବେଳେ କେନ୍ଦ୍ର ସରକାର ନିଜର କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିସାରିଥିଲେ । ଏବେ ଦୀପାବଳି ପୂର୍ବରୁ ରାଜ୍ୟ ସରକାର ନିଜର ନିୟମିତ ଓ ପେନସନଭୋଗୀ କର୍ମଚାରାଜ୍ୟ ସରକାରଙ୍କ ପ୍ରାୟ ସାଢ଼େ ୮ଲକ୍ଷ ନିୟମିତ ଓ ପେନସନଭୋଗୀ କର୍ମଚାରୀଙ୍କ ପାଇଁ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଲାଗୁ ହୋଇଛି । ରୀଙ୍କୁ ୫୮ପ୍ରତିଶତ ଆକାରରେ ମହଙ୍ଗା ଭତ୍ତା ଦେବାକୁ ଘୋଷଣା କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
