ଭୁବନେଶ୍ୱର: ଆଜି ଦୀପାବଳି। ଏହି ଦିନର ବିଶେଷ ଆକର୍ଷଣ ହେଉଛି ବାଣଫୁଟା। ବାଣ ଫୁଟାଇବା ବେଳେ ଦୁର୍ଘଟଣା ଘଟିବା ସମ୍ଭାବନା ରହିଛି। ଏଥିଲାଗି ସତର୍କତା ଅବଲମ୍ବନ କରନ୍ତୁ। ଆସନ୍ତୁ ଜାଣିବା କ’ଣ କରିବେ ବାଣ ଫୁଟାଇବା ବେଳେ।<a href="">(image) </a>
Advertisment
୧-ଘର ଭିତରେ ବାଣ ଫୁଟାନ୍ତୁ ନାହିଁ। ଖୋଲା ପଡ଼ିଆରେ କିମ୍ବା ଘର ବାହାରେ ବାଣ ଫୁଟାନ୍ତୁ।
୨- ଶବ୍ଦ କରୁଥିବା ବାଣ ହାତରେ ଫୁଟାନ୍ତୁ ନାହିଁ। ବାଣ ଫୁଟାଇବା ପାଇଁ ଲମ୍ବା ବାଡ଼ି ବ୍ୟବହାର କରନ୍ତୁ।
Advertisment
୩- ଅଗ୍ନିକାଣ୍ଡ ସମ୍ଭାବନାକୁ ଏଡାଇବାକୁ ପାଖରେ ପାଣି ବାଲଟି ରଖନ୍ତୁ।
୪- ଛୋଟ ପିଲାଙ୍କୁ ଏକା ବାଣ ଫୁଟାଇବାକୁ ଦିଅନ୍ତୁ ନାହିଁ। ବୟସ୍କ ଲୋକଙ୍କ ତତ୍ତ୍ୱାବଧାନରେ ପିଲାମାନେ ବାଣ ଫୁଟାନ୍ତୁ।
୫- ଢିଲା ପୋଷାକ ପିନ୍ଧନ୍ତୁ। ବାଣ ଫୁଟାଇବା ବେଳେ ସୂତା କପଡ଼ା ବ୍ୟବହାର କରନ୍ତୁ। ନିଆଁ ଲାଗିଗଲେ ସଫା ପାଣିରେ ଧୋଇ ଦିଅନ୍ତୁ। ପ୍ରାଥମିକ ଉପଚାର କରି ସଙ୍ଗେ ସଙ୍ଗେ ନିକଟସ୍ଥ ଡାକ୍ତରଖାନାକୁ ନିଅନ୍ତୁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
