- Videos
- Odisha
- ବାଣ ଫୁଟାଇବା ବେଳେ କ’ଣ ସବୁ ନେବେ ସତର୍କତା? ପଢ଼ନ୍ତୁ ଏହି ଟିପ୍ସ
ବାଣ ଫୁଟାଇବା ବେଳେ କ’ଣ ସବୁ ନେବେ ସତର୍କତା? ପଢ଼ନ୍ତୁ ଏହି ଟିପ୍ସ
- Published: Thursday, 19 October 2017
- , Updated: 19 October 2017, 09:23 AM IST

ଭୁବନେଶ୍ୱର: ଆଜି ଦୀପାବଳି। ଏହି ଦିନର ବିଶେଷ ଆକର୍ଷଣ ହେଉଛି ବାଣଫୁଟା। ବାଣ ଫୁଟାଇବା ବେଳେ ଦୁର୍ଘଟଣା ଘଟିବା ସମ୍ଭାବନା ରହିଛି। ଏଥିଲାଗି ସତର୍କତା ଅବଲମ୍ବନ କରନ୍ତୁ। ଆସନ୍ତୁ ଜାଣିବା କ’ଣ କରିବେ ବାଣ ଫୁଟାଇବା ବେଳେ।(image)

୧-ଘର ଭିତରେ ବାଣ ଫୁଟାନ୍ତୁ ନାହିଁ। ଖୋଲା ପଡ଼ିଆରେ କିମ୍ବା ଘର ବାହାରେ ବାଣ ଫୁଟାନ୍ତୁ।

୨- ଶବ୍ଦ କରୁଥିବା ବାଣ ହାତରେ ଫୁଟାନ୍ତୁ ନାହିଁ। ବାଣ ଫୁଟାଇବା ପାଇଁ ଲମ୍ବା ବାଡ଼ି ବ୍ୟବହାର କରନ୍ତୁ।

୩- ଅଗ୍ନିକାଣ୍ଡ ସମ୍ଭାବନାକୁ ଏଡାଇବାକୁ ପାଖରେ ପାଣି ବାଲଟି ରଖନ୍ତୁ।

୪- ଛୋଟ ପିଲାଙ୍କୁ ଏକା ବାଣ ଫୁଟାଇବାକୁ ଦିଅନ୍ତୁ ନାହିଁ। ବୟସ୍କ ଲୋକଙ୍କ ତତ୍ତ୍ୱାବଧାନରେ ପିଲାମାନେ ବାଣ ଫୁଟାନ୍ତୁ।

୫- ଢିଲା ପୋଷାକ ପିନ୍ଧନ୍ତୁ। ବାଣ ଫୁଟାଇବା ବେଳେ ସୂତା କପଡ଼ା ବ୍ୟବହାର କରନ୍ତୁ। ନିଆଁ ଲାଗିଗଲେ ସଫା ପାଣିରେ ଧୋଇ ଦିଅନ୍ତୁ। ପ୍ରାଥମିକ ଉପଚାର କରି ସଙ୍ଗେ ସଙ୍ଗେ ନିକଟସ୍ଥ ଡାକ୍ତରଖାନାକୁ ନିଅନ୍ତୁ।