Advertisment

ଜଣେ ନୁହେଁ, ତିନି ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲେ ଆଜେକ୍ସ!

ଆଜେକ୍ସଙ୍କ ଦ୍ୱାରା ପ୍ରତାରିତ ହୋଇଥିବା ୩ ଯୁବତୀ ଖୋଲାଯାଇଥିବା ଏହି ହ୍ୱାଟ୍ସଆପ୍‌ ଗ୍ରୁପ୍‌। ଆଉ ସେମାନେ ସବୁବେଳେ ଆଜେକ୍ସ ବିଷୟରେ କଥା ହେଉଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
DJ Azex

DJ Azex

ଡିଜେ ଆଜେକ୍ସ କାହିଁକି ଆତ୍ମହତ୍ୟା କଲେ? ଏହାକୁ ନାନା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ସାମ୍ନାକୁ ଆସିଛି ଆଉ ଏକ ରୋକ ତଥ୍ୟ। ମିଳିଥିବା ସୂଚନା ମୁତାବକ, ଡିଜେ ଆଜେକ୍ସ ଥିଲେ ରଙ୍ଗୀଲା ଥିଲେ! ଜଣେ ନୁହେଁ, ତିନି ତିନି ଜଣ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିଲେ ଆଜେକ୍ସ। ସେମାନଙ୍କ ସହିତ ରୋମାନ୍ସ କରୁଥିଲେ! ଏ ସମ୍ପର୍କରେ ଜାଣିବା ପରେ ତିନି ଯୁବତୀ ମିଶି ଖୋଲିଥିଲେ ଏକ ହ୍ୱାଟ୍ସଆପ୍‌ ଗ୍ରୁପ୍‌।

Advertisment

ଆଜେକ୍ସଙ୍କ ଦ୍ୱାରା ପ୍ରତାରିତ ହୋଇଥିବା ୩ ଯୁବତୀ ଖୋଲାଯାଇଥିବା ଏହି ହ୍ୱାଟ୍ସଆପ୍‌ ଗ୍ରୁପ୍‌। ଆଉ ସେମାନେ ସବୁବେଳେ ଆଜେକ୍ସ ବିଷୟରେ କଥା ହେଉଥିଲେ। ଆଜେକ୍ସ କିଭଳି ସେମାନଙ୍କୁ ପ୍ରେମ ଜାଲରେ ଫସାଇଥିଲେ, ସେହି ବିଷୟରେ କଥା ହେଉଥିଲେ। ଆଜେକ୍ସଙ୍କ ମୁଖା ଖୋଲିବାକୁ ଏକାଠି ହୋଇଥିଲେ ତିନି ଯୁବତୀ। ସେମାନଙ୍କ ଭିତରୁ ଜଣକୁ ପଚରାଉଚରା ହୋଇଥିବା ବେଳେ ଖୁବ୍ ଶୀଘ୍ର ବାକି ୨ ଯୁବତୀଙ୍କୁ ଜେରା କରାଯିବ ବୋଲି ଖାରବେଳନଗର ପୁଲିସ କହିଛି।

ଡିଜେ ଆଜେକ୍ସଙ୍କ ମୃତ୍ୟୁକୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି। ସେହି ମର୍ମରେ ଗୁରୁବାର ସାମ୍ନାକୁ ଆସିଥିଲା ଡିଜେ ଆଜେକ୍ସ ଶେଷ କଲ୍‌। ଆତ୍ମହତ୍ୟା ପୂର୍ବରୁ ସେ ତାଙ୍କ ବାନ୍ଧବୀଙ୍କ ସହ କଥା ହୋଇଥିଲେ। ସେ ୯୭ ସେକେଣ୍ଡ କଥା ହେବା ପରେ କଲ୍‌ କାଟି ଦେଇଥିଲେ। ଏହା ପରେ ବାନ୍ଧବୀ ଭିଡିଓ କଲ୍‌ କରିଥିଲେ। ମାତ୍ର ଡିଜେ ଆଜେକ୍ସ ଫୋନ୍‌ ଉଠାଇ ନଥିଲେ। ବାନ୍ଧବୀ ଭିଡିଓ କଲ୍‌ ବେଳକୁ ଆଜେକ୍ସ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

Advertisment

ଗତ ଶନିବାର ଡିଜେ ଆଜେକ୍ସଙ୍କ ଝୁଲନ୍ତା ମୃତଦେହ ଖାରବେଳ ସ୍ଥିତ ତାଙ୍କ ଘରୁ ଉଦ୍ଧାର କରିଥିଲା କମିଶନରେଟ୍‌ ପୁଲିସ୍‌। ତାଙ୍କ ମୃତ୍ୟୁକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ପ୍ରେମିକା ଓ ପ୍ରେମିକାଙ୍କ ପୁରୁଷ ବନ୍ଧୁଙ୍କୁ ନେଇ ଚର୍ଚ୍ଚା ହେଉଛି। ଏନେଇ ପରିବାର ଲୋକେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି କମିଶନରେଟ୍‌ ପୁଲିସ ଡିଜେ ଆଜେକ୍ସଙ୍କ ବାନ୍ଧବୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ଦଫା ୩୦୬ ଲଗାଇଥିଲା। ଏଥିସହ ଡିଜେ ଆଜେକ୍ସଙ୍କ ବାନ୍ଧବୀଙ୍କୁ ୩ ଘଣ୍ଟା ଜେରା କରିଥିଲା। ପୁଲିସ୍ ତାଙ୍କୁ ତାଙ୍କ ଜାଆଁଳା ସ୍ଥିତ ଘରେ ଜେରା କରିଥିଲା।

Bhubaneswar News DJ Azex DJ Azex Death Case • DJ AZEX DEATH CASE