Advertisment

ବସ୍‌ରେ ଗହଳି ନକରିବାକୁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

‘ଶ୍ରମିକଙ୍କ ପାଇଁ ଦିନ ୧୧ରୁ ୩ଟା କାମ ବନ୍ଦ କରାଯାଇଛି। ତଦାରଖ କରିବେ ଜିଲ୍ଲା ଶ୍ରମ ଅଧିକାରୀ। ବସ୍‌ରେ ଅଧିକ ଗହଳି ନ କରିବାକୁ ପରିବହନ ବିଭାଗକୁ କୁହାଯାଇଛି। ବସ୍‌ରେ ବରଫ, ଓଆର୍‌ଏସ୍‌ ଓ ପାଣି ମହଜୁଦ ରଖିବାକୁ କୁହାଯାଇଛି।’

author-image
Manoranjan Sial
ଅଦ୍ୟତନ ହୋଇଛି
Bus

Bus

ରାଜ୍ୟରେ ବଢ଼ୁଛି ତାତି। ଅସମ୍ଭାଳ ହେଉଛି ଜୀବନ ଯାତ୍ରା। ଘରୁ ବାହାରିବା ପାଇଁ ଭୟ ଲାଗୁଛି। ବଢ଼ୁଥିବା ଗ୍ରୀଷ୍ମପ୍ରବାହକୁ ଦେଖି ଆଜି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ସ୍ଥିତି ସମିକ୍ଷା କରିଛନ୍ତି। ବୈଠକରେ ମନ୍ତ୍ରୀ କହିଛନ୍ତି, ସ୍କୁଲ ଓ ଅଙ୍ଗନବାଡ଼ି ୧୬ ତାରିଖ ଯାଏଁ ବନ୍ଦ ରହିଛି। ଖରା ବଢ଼ିଲେ ପୁଣି ନିଷ୍ପତ୍ତି ନିଆଯିବ। କଲେଜରେ ପରୀକ୍ଷା ଚାଲିଛି। ପରୀକ୍ଷା ସରିଲେ ଖରା ଦେଖି ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।

Advertisment

ମନ୍ତ୍ରୀ ଆହୁରି କହିଛନ୍ତି, ଶ୍ରମିକଙ୍କ ପାଇଁ ଦିନ ୧୧ରୁ ୩ଟା କାମ ବନ୍ଦ କରାଯାଇଛି। ତଦାରଖ କରିବେ ଜିଲ୍ଲା ଶ୍ରମ ଅଧିକାରୀ। ବସ୍‌ରେ ଅଧିକ ଗହଳି ନ କରିବାକୁ ପରିବହନ ବିଭାଗକୁ କୁହାଯାଇଛି। ବସ୍‌ରେ ବରଫ, ଓଆର୍‌ଏସ୍‌ ଓ ପାଣି ମହଜୁଦ ରଖିବାକୁ କୁହାଯାଇଛି। ଜଳଛତ୍ର ଖୋଲିବାକୁ ଓ ନଳକୂଅ ମରାମତି ପାଇଁ କୁହାଯାଇଛି। ହସ୍ପିଟାଲରେ ଅଂଶୁଘାତ ରୋଗୀଙ୍କ ପାଇଁ ବେଡ୍‌ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

ରାଜ୍ୟରେ ବଢ଼ୁଛି ତାତି। ଅସମ୍ଭାଳ ହେଉଛି ଜୀବନ ଯାତ୍ରା। ଘରୁ ବାହାରିବା ପାଇଁ ଭୟ ଲାଗୁଛି। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ତାତି ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସେପଟେ ଆଜି ଭୁବନେଶ୍ୱରରେ ପାରଦ ୪୦ ଡିଗ୍ରୀ ଅତିକ୍ରମ କରିଛି। ଅପରାହ୍ନ ସାଢ଼େ ୨ଟା ସୁଦ୍ଧା ରାଜଧାନୀର ତାପମାତ୍ରା ୪୦.୪ ଡିଗ୍ରୀ ରେକର୍ଡ କରାଯାଇଛି।

Advertisment

ସେହିପରି ଝାରସୁଗୁଡାରେ ୪୧.୪ ଡିଗ୍ରୀ, ସମ୍ବଲପୁରରେ ୪୧.୨ ଡିଗ୍ରୀ, ଭୁବନେଶ୍ୱରରେ ୪୦.୪ ଡିଗ୍ରୀ, ଚାନ୍ଦବାଲିରେ ୪୦.୦ ଡିଗ୍ରୀ, ହୀରାକୁଦରେ ୪୦.୦ ଡିଗ୍ରୀ, କେନ୍ଦୁଝରରେ ୩୯.୨ ଡିଗ୍ରୀ, ବାଲେଶ୍ୱରରେ ୩୮.୪ ଡିଗ୍ରୀ, ଗୋପାଳପୁରରେ ୩୪. ଡିଗ୍ରୀ, ପୁରୀରେ ୩୪.୨ ଡିଗ୍ରୀ ଓ ପାରାଦୀପରେ ତାପମାତ୍ରା ୩୨.୮ ଡିଗ୍ରୀ ରେକର୍ଡ କରାଯାଇଛି।

Heat Wave Cuttack