ପବନ ଧୋକା ଦେଇପାରେ, ବାତ୍ୟା ନସରିବା ଯାଏଁ ଘରୁ ବାହାରନ୍ତୁ ନାହିଁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ବାତ୍ୟା ଯେତେବେଳେ ଆସେ ପ୍ରଥମ ଦଲକ ପବନ ଗଲା ପରେ ଆମେ ଭାବୁ ବାତ୍ୟା ସରିଗଲା। ସେମିତି ନୁହେଁ, ବାତ୍ୟାରେ ପ୍ରଥମ ଦଲକା ପବନ ଆସେ। ତା’ପରେ କିଛି ସମୟ ସବୁ ସ୍ଥିର ହୋଇଯାଏ। ସବୁ ଶାନ୍ତ ପଡ଼ିଗଲା ଭଳି ଲାଗେ। କିନ୍ତୁ ତା’ପରେ ପୁଣି ବହୁତ ଜୋରରେ ଆଉ ଗୋଟିଏ ଦଲକା ପବନ ଆସେ। ତେଣୁ ପ୍ରଥମ ଦଲକା ପବନ ସରିଗଲା ପରେ ଦୟା କରି ଘରୁ ବାହାରନ୍ତୁ ନାହିଁ। ଦ୍ୱିତୀୟ […]

Rain

Rain

Jitendra Garnayak
  • Published: Monday, 24 May 2021
  • Updated: 24 May 2021, 03:16 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ବାତ୍ୟା ଯେତେବେଳେ ଆସେ ପ୍ରଥମ ଦଲକ ପବନ ଗଲା ପରେ ଆମେ ଭାବୁ ବାତ୍ୟା ସରିଗଲା। ସେମିତି ନୁହେଁ, ବାତ୍ୟାରେ ପ୍ରଥମ ଦଲକା ପବନ ଆସେ। ତା’ପରେ କିଛି ସମୟ ସବୁ ସ୍ଥିର ହୋଇଯାଏ। ସବୁ ଶାନ୍ତ ପଡ଼ିଗଲା ଭଳି ଲାଗେ। କିନ୍ତୁ ତା’ପରେ ପୁଣି ବହୁତ ଜୋରରେ ଆଉ ଗୋଟିଏ ଦଲକା ପବନ ଆସେ। ତେଣୁ ପ୍ରଥମ ଦଲକା ପବନ ସରିଗଲା ପରେ ଦୟା କରି ଘରୁ ବାହାରନ୍ତୁ ନାହିଁ। ଦ୍ୱିତୀୟ ଦଲକା ପବନ ସରିଲା ପରେ ଗଣମାଧ୍ୟମରୁ ବାତ୍ୟା ସରିବା ନେଇ ସୂଚନା ପାଇବା ପରେ ଘରୁ ବାହାରନ୍ତୁ।’ ବାତ୍ୟା ‘ୟାସ୍‌’ ୨୬ ତାରିଖରେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବା ପୂର୍ବରୁ ଆଜି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ପ୍ରଦୀପ ଜେନା ଲୋକଙ୍କୁ ଏହି ଅନୁରୋଧ କରିଛନ୍ତି।

ସେ କହିଛନ୍ତି, ସାଧାରଣତଃ ବାତ୍ୟା ବେଳେ ଲୋକେ ଆମ୍ବ ଓ ନଡ଼ିଆ ଗୋଟେଇବାକୁ ବାହାରି ଯା’ନ୍ତି। ଆଉ ଏଥିଯୋଗୁ ଲୋକଙ୍କ ଜୀବନ ମଧ୍ୟ ଯାଏ। ତେଣୁ ବାତ୍ୟା ସମୟରେ କେହି ଘରୁ ବାହାରନ୍ତୁ ନାହିଁ। ବାତ୍ୟା ଆରମ୍ଭରୁ ଶେଷ ହେବା ଯାଏ ସମସ୍ତଙ୍କୁ ଆମେ ଘରେ ରହିବାକୁ ଅନୁରୋଧ କରୁଛୁ।

ବାତ୍ୟା ୟାସ୍‌ ସମ୍ବନ୍ଧୀୟ ଲାଇଭ୍‌ ଅପଡେଟ୍ ପାଇଁ କ୍ଲିକ କରନ୍ତୁ

ଏସ୍‌ଆର୍‌ସି କହିଛନ୍ତି, ବାତ୍ୟା ପୂର୍ବରୁ ଘରେ ପାଣି ଗଚ୍ଛିତ କରି ରଖନ୍ତୁ। ବାତ୍ୟା ସମୟରେ କୂଅ ଅବା ନଳକୂଅକୁ ପାଣି ଆଣିବାକୁ ଯା’ନ୍ତୁ ନାହିଁ। ସେମିତି ମା’ମାନଙ୍କୁ ଅନୁରୋଧ କରିବି ଘରେ ଥିବା ଯୁବକମାନେ ଯେମିତି ବାତ୍ୟା ସମୟରେ ସାଇକେଲ୍ କିମ୍ବା ବାଇକ୍ ନେଇ ବାହାରକୁ ନବାହାରିବେ, ତାହା ସୁନିଶ୍ଚିତ କରନ୍ତୁ।

ସେହିଭଳି ବିଜ୍ଞାପନ ପାଇଁ ଯେଉଁଠି ହୋର୍ଡିଂ ଲାଗିଛି, ସେଗୁଡ଼ିକୁ ଖୋଲି ଦେବା ପାଇଁ ଏସ୍‌ଆର୍‌ସି ଅନୁରୋଧ କରିଛନ୍ତି। ଆହୁରି ମଧ୍ୟ ଦୋକାନ ସମ୍ମୁଖରେ ଲାଗୁଥିବା ହୋର୍ଡିଂ ଗୁଡ଼ିକୁ ଖୋଲି ରଖି ଦେବା ପାଇଁ ସେ ଦୋକାନୀମାନଙ୍କୁ ଅନୁରୋଧ କରିଛନ୍ତି। କାରଣ ଏଗୁଡ଼ିକ ମଧ୍ୟ ଜୀବନହାନୀ କରିବାର ନଜିର ରହିଛି। ସେହିଭଳି ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକ ଗାଁ ଗୁଡ଼ିକରେ ଥିବା ଷ୍ଟ୍ରିଟ୍ ଲାଇଟ୍‌ର ଫିଟିଂକୁ ଆଜି ଓ କାଲି ମଧ୍ୟରେ ଖୋଲି ରଖି ଦେବାକୁ ଏସ୍‌ଆର୍‌ସି ଅନୁରୋଧ କରିଛନ୍ତି।

ସ୍ଥାନାନ୍ତର
ଏସ୍‌ଆର୍‌ସି ଶ୍ରୀ ଜେନା କହିଛନ୍ତି, କଚ୍ଚା ଘରେ ରହୁଥିବା ଲୋକଙ୍କୁ ବନ୍ୟା ଅଶ୍ରୟସ୍ଥଳୀକୁ ନିଆଯିବ। ସେହିପରି ସମୁଦ୍ରରେ ୩ରୁ୪ ମିଟର ଉଚ୍ଚର ଜୁଆର ଆସିବାକୁ ଥିବାରୁ ଜୁଆରିଆ ଅଞ୍ଚଳରୁ ତଥା ପ୍ରବଳ ବର୍ଷା ହେବାକୁ ଥିବାରୁ ତଳିଆ ଅଞ୍ଚଳରୁ ସମସ୍ତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଚେଷ୍ଟା କରାଯିବ। ଆସନ୍ତାକାଲି ଅପରାହ୍ଣ ୨ଟା ବା ୩ଟା ସୁଦ୍ଧା ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଅଞ୍ଚଳର ଲୋକେ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ବାତ୍ୟା ଆଶ୍ରୟସ୍ଥଳରେ ପହଞ୍ଚିବାକୁ ସେ ଅନୁରୋଧ କରିଛନ୍ତି। ଏହା ସହିତ ଏହି କାର୍ଯ୍ୟରେ ପ୍ରଶାସନକୁ ସାହାଯ୍ୟ କରିବାକୁ ଲୋକଙ୍କୁ କହିଛନ୍ତି।

ସେ କହିଛନ୍ତି, ବାତ୍ୟା ଆଶ୍ରୟସ୍ଥଳୀରେ ଅଙ୍ଗନୱାଡି ଓ ଆଶା କର୍ମୀ ରହିବେ। ଲୋକଙ୍କୁ ସେଠାରେ ମାସ୍କ ଦିଆଯିବ। ସାନିଟାଇଜ୍‌ର ସବୁ ବ୍ୟବସ୍ଥା ରହିବ। ଶୁଖିଲା ବା ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯିବ। ବାତ୍ୟା ବେଳେ ବିକଳ୍ପ ପାନୀୟ ଜଳ ଯୋଗାଣ ଓ ବିଦ୍ୟୁତ୍‌ର ବ୍ୟବସ୍ଥା ମଧ୍ୟ କରାଯିବ।

ସୂଚନାଯୋଗ୍ୟ, ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁଯାୟୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ବାତ୍ୟାର ବେଶି ପ୍ରଭାବ ପଡ଼ିବ। ସଂପୃକ୍ତ ୪ ଜିଲ୍ଲାରେ ଘଣ୍ଟାପ୍ରତି ୧୨୦ରୁ ୧୬୦ କିମି ବେଗରେ ପବନ ବହିପାରେ। ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ଘଣ୍ଟାପ୍ରତି ୯୦ରୁ ୧୨୦ କିମି ବେଗରେ ପବନ ହେବ। ସେହିଭଳି ଗଂଜାମ ଓ ଗଜପତି ଜିଲ୍ଲାରେ ୬୦ରୁ ୮୦ କିମି ବେଗରେ ପବନ ବହିବ। ଉତ୍ତର ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story