Advertisment

ଡାକ୍ତର ବାଚସ୍ପତି ଦାଶ ଚାକିରିରୁ ବହିଷ୍କୃତ

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଡାକ୍ତରଖାନାର ପୂର୍ବତନ ଏସ୍‌ଡିଏମ୍‌ଓ ଡାକ୍ତର ବାଚସ୍ପତି ଦାଶଙ୍କୁ ଚାକିରିରୁ ବହିଷ୍କାର କରଯାଇଛି। ବଲାଙ୍ଗିର ସିଡିଏମ୍‌ଓ ତାଙ୍କୁ ବହିଷ୍କାର କରିଛନ୍ତି। ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ରୋଗୀଙ୍କୁ ଲାଞ୍ଚ ମାଗିବାକୁ ନେଇ କିଛି ଦିନ ତଳେ ଚର୍ଚ୍ଚାକୁ ଆସିଥିଲେ ଡାକ୍ତର ବାଚସ୍ପତି ଦାଶ। ଏନେଇ ଭିଡିଓ ବି ଭାଇରାଲ ହୋଇଥିଲା। ତେବେ ତାଙ୍କୁ ଏହି ଘଟଣାରେ ଚାକିରିରୁ ବହିଷ୍କାର କରାଯାଇ ନାହିଁ। ପୁରୀ ଜିଲ୍ଲା ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କରିଥିବା […]

ଅଦ୍ୟତନ ହୋଇଛି
ଡାକ୍ତର ବାଚସ୍ପତି ଦାଶ ଚାକିରିରୁ ବହିଷ୍କୃତ

Doctor

Advertisment

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଡାକ୍ତରଖାନାର ପୂର୍ବତନ ଏସ୍‌ଡିଏମ୍‌ଓ ଡାକ୍ତର ବାଚସ୍ପତି ଦାଶଙ୍କୁ ଚାକିରିରୁ ବହିଷ୍କାର କରଯାଇଛି। ବଲାଙ୍ଗିର ସିଡିଏମ୍‌ଓ ତାଙ୍କୁ ବହିଷ୍କାର କରିଛନ୍ତି।

Advertisment

ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନାରେ ରୋଗୀଙ୍କୁ ଲାଞ୍ଚ ମାଗିବାକୁ ନେଇ କିଛି ଦିନ ତଳେ ଚର୍ଚ୍ଚାକୁ ଆସିଥିଲେ ଡାକ୍ତର ବାଚସ୍ପତି ଦାଶ। ଏନେଇ ଭିଡିଓ ବି ଭାଇରାଲ ହୋଇଥିଲା। ତେବେ ତାଙ୍କୁ ଏହି ଘଟଣାରେ ଚାକିରିରୁ ବହିଷ୍କାର କରାଯାଇ ନାହିଁ।

ପୁରୀ ଜିଲ୍ଲା ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କରିଥିବା ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ପାଇଁ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା ବଲାଙ୍ଗିର ସିଡିଏମ୍‌ଓ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ବାଚସ୍ପତି ଦାଶ ସେଠାରେ ଏକ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ କରିବା ମାମଲାରେ ଛନ୍ଦି ହୋଇଥିଲେ। ସେ ନେଇ ତଦନ୍ତ ଚାଲିଥିଲା ଓ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଥିବା ଜଣାପଡ଼ିଛି।

Advertisment

ଅନ୍ୟପକ୍ଷରେ ପାଟଣାଗଡ଼ ଡାକ୍ତରଖାନାରେ ରୋଗୀଙ୍କୁ ଲାଞ୍ଚ ମାଗିବା ଘଟଣାରେ ଡାକ୍ତର ବାଚସ୍ପତି ଦାଶ ବିରୋଧରେ ତଦନ୍ତ ଚାଲିଛି। ସ୍ୱାସ୍ଥ୍ୟ ବିଭାଗ ସହିତ ଜିଲ୍ଲା ପ୍ରଶାସନ ମଧ୍ୟ ତାଙ୍କ ବିରୋଧରେ ତଦନ୍ତ କରୁଛି। ରୋଗୀଙ୍କୁ ଲାଞ୍ଚ ମାଗୁଥିବା ଅଭିଯୋଗ ଆସିବା ପରେ ବଲାଙ୍ଗିର ସିଡିଏମ୍‌ଓ ତାଙ୍କୁ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ୍ କଲେଜ୍ ଓ ହସ୍‌ପିଟାଲ୍‌କୁ ବଦଳି କରାଯାଇଥିଲା।

Odia News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe