ସାଲେପୁର (ମନୋଜ ଆଚାର୍ଯ୍ୟ): ରୋଗୀ ଦେଖିବା ପରିବର୍ତ୍ତେ କରୋନା ବାହାନାରେ ମେଡିକାଲ୍ରେ କର୍ମଚାରୀମାନେ ଲୁଡୋ ଖେଳୁଥିବା ଅଭିଯୋଗ ହୋଇଛି। ଆଜି ଏପରି ଅଭିଯୋଗ ଆସିଛି କଟକ ଜିଲ୍ଲା ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ। ଯାହାକୁ ନେଇ ମେଡିକାଲ୍ କର୍ମଚାରୀ ଓ ରୋଗୀ ସମ୍ପର୍କୀୟଙ୍କ ମଧ୍ୟ ପାଟିତୁଣ୍ଡ ଏବଂ ହାତାହାତି ହୋଇଛନ୍ତି। କଥା ଯାଇ ଥାନାରେ ପହଞ୍ଚିଛି।
ନରୋତ୍ତମ ସେଠୀ ଆଜି ଜଣେ ରୋଗୀଙ୍କୁ ଧରି ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ। ମାତ୍ର ରୋଗୀ ଦେଖିବା ପାଇଁ କେହି ଆସିନଥିଲେ। ମେଡିକାଲ୍ ପରିସରରେ ସେ ସମସ୍ତଙ୍କୁ ଖୋଜିଥିଲେ ମଧ୍ୟ ପାଇନଥିଲେ। ତେବେ ଦୁଇ ଜଣ ମେଡିକାଲ୍ କର୍ମଚାରୀ ମୋବାଇଲ୍ରେ ଲୁଡୋ ଖେଳୁଥିବା ଦେଖି ଶ୍ରୀ ସେଠୀ ନିଜ ମୋବାଇଲ୍ରେ ଭିଡିଓ ଉତ୍ତୋଳନ କରିଥିଲେ। ଯାହାକୁ ଅନ୍ୟ କର୍ମଚାରୀମାନେ ବିରୋଧ କରିଥିଲେ। ଏପରିକି ଉଭୟଙ୍କ ମଧ୍ୟରେ ଠେଲାପେଲା ଓ ହାତାହାତି ହୋଇଛି। ଏହି ସମୟରେ ଡାକ୍ତର ଆସିବାରୁ ତାଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି।
ତେବେ ଡାକ୍ତର ଦେବାଂଶୁ ସରକାର କହିଛନ୍ତି, ଲେବ ରୁମ୍ ଭିତରେ ଫଟୋ ଉଠାଇବା ବେଆଇନ୍। ଏହା ବିରୋଧରେ ସେ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
ବଦଳିବ କି ନବୀନଙ୍କ ଠିକଣା: ଚେତାଇଲେ ନେତା, ପାଣ୍ଡିଆନଙ୍କୁ ନେଇ ପୁଣି ପ୍ରାୟୋଜିତ ଗୁଜବ
ତାଙ୍କର ପୈତୃକ ଘର ନୂଆଦିଲ୍ଲୀର ଡଃ ଅବଦୁଲ କଲାମ ମାର୍ଗସ୍ଥିତ ‘କୋଠି ନମ୍ବର-୩’ର ଆଭ୍ୟନ୍ତରୀଣ ସାଜସଜ୍ଜା କାର୍ଯ୍ୟ ଶେଷ ସରିଛି । ପାଣ୍ଡିଆନଙ୍କ ତଦାରଖରେ ଏହି ଘରର ନବୀକରଣ କାର୍ଯ୍ୟ ହୋଇଥିବା ଜଣାପଡ଼ିଛି ।

Crime
କ୍ଷମତାର ଅପପ୍ରୟୋଗ: ଦଣ୍ଡିତ ହେବେ ଆଇପିଏସ୍?
ପୁଲିସ୍ ନିର୍ଯାତନାର ଶିକାର ହୋଇଥିବା ପ୍ରଜ୍ଞାପ୍ରକାଶ ସିସିଟିଭି ଫୁଟେଜ, କଲ୍ ରେକର୍ଡିଂ ଓ ଆରଟିଆଇ ତଥ୍ୟ ସହ ଅନେକ ତଥ୍ୟପ୍ରମାଣ ନେଇ ୨୦୨୪ରେ ମଂଚେଶ୍ୱର ଥାନାରେ ୭ ଅଭିଯୁକ୍ତ ପୁଲିସଙ୍କ ବିରୋଧରେ ଅଭିଯୋଗ କଲେ। ସମ୍ଭବତଃ ଚାପରେ ପୁଲିସ୍ ଏଫଆଇଆର ରୁଜୁ କରି ନଥିଲା। ଏହା ବିରୋଧରେ ପ୍ରଜ୍ଞାପ୍ରକାଶଙ୍କ ପତ୍ନୀ ନିଶାରାଣୀ ମହାପାତ୍ର ଗତ ବର୍ଷ ଭୁବନେଶ୍ୱର ଜେଏମ୍ଏଫସି କୋର୍ଟର ଦ୍ୱାରସ୍ଥ ହୋଇଥିଲେ।

Politics
ସମ୍ବେଦନ-ଶାଳୀନତା ଭୁଲିଯାଉଛି କି ବିଜେଡି: ସବୁ ସୀମା ଟପିଲେ ମୁଖପାତ୍ର, ପହଲଗାଁଓ ପୀଡ଼ିତାଙ୍କ ପ୍ରତି ଉପହାସ
ଦଳର ମୁଖପାତ୍ର ତଥା ସାଂସଦ ସୁଲତା ଦେଓ ପହଲଗାଁଓ ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗରେ ଗଣମାଧ୍ୟମକୁ ଏଭଳି ବୟାନ ଦେଇଛନ୍ତି ଯାହାକି ବିଜେଡିର ସମ୍ବେଦନହୀନତା ଓ ଦେଶ ପ୍ରତି ଥିବା ଦାୟିତ୍ୱବୋଧ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହାସହିତ ଯେଉଁମାନେ ଘଟଣାସ୍ଥଳରେ ଉପସ୍ଥିତ ଥାଇ ନିଜ ଆଖି ଆଗରେ ପୁଅ-ସ୍ୱାମୀ ଅବା ସମ୍ପର୍କୀୟଙ୍କ ମୃତ୍ୟୁକୁ ଦେଖିଛନ୍ତି ସେମାନେ କହୁଥିବା କଥାକୁ ମଧ୍ୟ ବିଜେଡି ମୁଖପାତ୍ର ସୁଲତା ଦେଓ ଭୁଲ୍ ପ୍ରମାଣିତ କରାଇବାକୁ ପଛାଇନାହାନ୍ତି ।

Guest Column
ଲୋକଙ୍କୁ ବାଦ ଦେଇ ବିକାଶର ଆଶ୍ଵାସନା!
୨୦୨୩ ମସିହା ସେପ୍ଟେମ୍ବର ମାସ। ରାଜ୍ୟ ବିଧାନସଭା ଚାଲିଥିବା ସମୟର କଥା। ତତ୍କାଳୀନ ବାଚସ୍ପତି ବିଜେପିର ଦୁଇ ଜଣ ସଦସ୍ୟଙ୍କୁ ତାଙ୍କ ଉପରକୁ ‘ଡାଲି ଫିଙ୍ଗିଥିଲେ’ ବୋଲି ନିଲମ୍ବିତ କରିଥାନ୍ତି। ସେହି ଦୁଇ ସଦସ୍ୟ ଥିଲେ ଶ୍ରୀ ମୋହନ ମାଝୀ ଓ ଶ୍ରୀ ମୁକେଷ ମହାଲିଙ୍ଗ। ଏହାର ପ୍ରତିବାଦରେ ବିଜେପି ସେହି ଅଧିବେଶନକୁ ବର୍ଜନ କରିଥାଏ।

Politics
ବିଜୁବାବୁଙ୍କୁ ଭୁଲିଗଲା ବିଜେଡି: ଭୟରେ ଆତ୍ମସର୍ମପଣ, କାହିଁକି ସାମର୍ଥ୍ୟ ଦେଖାଇପାରିଲାନି ଦଳ
ରାଜ୍ୟର ସମସ୍ତ ୩୦ ଜିଲ୍ଲା ପରିଷଦ ଓ ୯୦ ପ୍ରତିଶତ ପଂଚାୟତସମିତି ଓ ୭୫ ପ୍ରତିଶତରୁ ଅଧିକ ପଂଚାୟତକୁ ନିଜ ଦଖଲରେ ରଖିଥିବା ବିଜେଡି ଗୁରୁବାର ସମ୍ପୂର୍ଣ୍ଣ ଭାବେ ବିଜେପି ସରକାର ପାଖରେ ଆତ୍ମସର୍ମପଣ କରିଛି । ବିଜୁଙ୍କ ଆଦର୍ଶ କଥା କହି ଦୀର୍ଘ ଅଢ଼େଇ ଦଶନ୍ଧି ଧରି କ୍ଷମତାରେ ରହିଥିଲେ ମଧ୍ୟ ରାଜ୍ୟରେ ପଂଚାୟତିରାଜ ବ୍ୟବସ୍ଥାରୁ ବିଜୁ ପଟ୍ଟନାୟକଙ୍କ ସବୁ ଛାପ ହଟାଇ ଦେବାକୁ ବିଜେପି ସରକାର କରିଥିବା ରଣନୀତିକୁ ଭେଦ କରିବାରେ ବିଜେଡି ସଫଳ ହୋଇପାରିନି । ଓଲଟା ଦଳ ଅଜଣା ଭୟରେ ଆତ୍ମସର୍ମପଣ କରିଦେଇଛି ।