salepur
ସାଲେପୁର (ମନୋଜ ଆଚାର୍ଯ୍ୟ): ରୋଗୀ ଦେଖିବା ପରିବର୍ତ୍ତେ କରୋନା ବାହାନାରେ ମେଡିକାଲ୍ରେ କର୍ମଚାରୀମାନେ ଲୁଡୋ ଖେଳୁଥିବା ଅଭିଯୋଗ ହୋଇଛି। ଆଜି ଏପରି ଅଭିଯୋଗ ଆସିଛି କଟକ ଜିଲ୍ଲା ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ। ଯାହାକୁ ନେଇ ମେଡିକାଲ୍ କର୍ମଚାରୀ ଓ ରୋଗୀ ସମ୍ପର୍କୀୟଙ୍କ ମଧ୍ୟ ପାଟିତୁଣ୍ଡ ଏବଂ ହାତାହାତି ହୋଇଛନ୍ତି। କଥା ଯାଇ ଥାନାରେ ପହଞ୍ଚିଛି।
ନରୋତ୍ତମ ସେଠୀ ଆଜି ଜଣେ ରୋଗୀଙ୍କୁ ଧରି ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇଥିଲେ। ମାତ୍ର ରୋଗୀ ଦେଖିବା ପାଇଁ କେହି ଆସିନଥିଲେ। ମେଡିକାଲ୍ ପରିସରରେ ସେ ସମସ୍ତଙ୍କୁ ଖୋଜିଥିଲେ ମଧ୍ୟ ପାଇନଥିଲେ। ତେବେ ଦୁଇ ଜଣ ମେଡିକାଲ୍ କର୍ମଚାରୀ ମୋବାଇଲ୍ରେ ଲୁଡୋ ଖେଳୁଥିବା ଦେଖି ଶ୍ରୀ ସେଠୀ ନିଜ ମୋବାଇଲ୍ରେ ଭିଡିଓ ଉତ୍ତୋଳନ କରିଥିଲେ। ଯାହାକୁ ଅନ୍ୟ କର୍ମଚାରୀମାନେ ବିରୋଧ କରିଥିଲେ। ଏପରିକି ଉଭୟଙ୍କ ମଧ୍ୟରେ ଠେଲାପେଲା ଓ ହାତାହାତି ହୋଇଛି। ଏହି ସମୟରେ ଡାକ୍ତର ଆସିବାରୁ ତାଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି।
ତେବେ ଡାକ୍ତର ଦେବାଂଶୁ ସରକାର କହିଛନ୍ତି, ଲେବ ରୁମ୍ ଭିତରେ ଫଟୋ ଉଠାଇବା ବେଆଇନ୍। ଏହା ବିରୋଧରେ ସେ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2020/07/salepur.jpg)