Advertisment

ସେବା ଆଗ ବିବାହ ପଛ, ବାହାଘର ଘୁଞ୍ଚାଇଲେ ଡାକ୍ତର

ବାଲିଗୁଡ଼ା (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶହେ ମୁହାଁ ହେଲାଣି। କେବଳ ରାଜଧାନୀ ଭୁବନେଶ୍ୱରରେ ସୀମିତ ନରହି ଏହି ଭୂତାଣୁର ପ୍ରକୋପ ଅନ୍ୟ କିଛି ସ୍ଥାନରେ ଦେଖାଦେଲାଣି। ଏଭଳି ସମୟରେ ନିଜ କର୍ତ୍ତବ୍ୟକୁ ପ୍ରାଧାନ୍ୟ ଦେଉଛନ୍ତି ବିଭିନ୍ନ ସେବାବ୍ରତୀ। ସେ ନିଜ ପରିବାରର ଅସୁବିଧା ହେଉ କିମ୍ଭା ନିଜ ବାହାଘର, ସବୁ କିଛି ପଛକୁ ଠେଲି ନିଜ ଦାୟିତ୍ୱ ତୁଲାଇବାକୁ ନିଷ୍ପତ୍ତି ନେଉଛନ୍ତି। ଏମିତି ଜଣେ କରୋନା ଯୋଦ୍ଧା ରହିଛନ୍ତି, ଯାହାଙ୍କ ବାହାଘର ଏପ୍ରିଲ […]

author-image
Subrat Kumar Nayak
ସେବା ଆଗ ବିବାହ ପଛ, ବାହାଘର ଘୁଞ୍ଚାଇଲେ ଡାକ୍ତର

Dr-Rakesh

ବାଲିଗୁଡ଼ା (ଓଡ଼ିଶା ରିପୋର୍ଟର): ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଶହେ ମୁହାଁ ହେଲାଣି। କେବଳ ରାଜଧାନୀ ଭୁବନେଶ୍ୱରରେ ସୀମିତ ନରହି ଏହି ଭୂତାଣୁର ପ୍ରକୋପ ଅନ୍ୟ କିଛି ସ୍ଥାନରେ ଦେଖାଦେଲାଣି। ଏଭଳି ସମୟରେ ନିଜ କର୍ତ୍ତବ୍ୟକୁ ପ୍ରାଧାନ୍ୟ ଦେଉଛନ୍ତି ବିଭିନ୍ନ ସେବାବ୍ରତୀ। ସେ ନିଜ ପରିବାରର ଅସୁବିଧା ହେଉ କିମ୍ଭା ନିଜ ବାହାଘର, ସବୁ କିଛି ପଛକୁ ଠେଲି ନିଜ ଦାୟିତ୍ୱ ତୁଲାଇବାକୁ ନିଷ୍ପତ୍ତି ନେଉଛନ୍ତି।

Advertisment

ଏମିତି ଜଣେ କରୋନା ଯୋଦ୍ଧା ରହିଛନ୍ତି, ଯାହାଙ୍କ ବାହାଘର ଏପ୍ରିଲ ୨୬ ତାରିଖରେ ହୋଇଥାନ୍ତା। କିନ୍ତୁ ଏଭଳି ସମୟରେ ନିଜ ବାହାଘର ତୁଳନାରେ ରୋଗୀସେବାକୁ ଗୁରୁତ୍ୱ ଦେଇଛନ୍ତି। ସେହି ଯୋଦ୍ଧା ଜଣକ ହେଉଛନ୍ତି ଡାକ୍ତର ରାକେଶ କୁମାର ବେହେରା। କନ୍ଧମାଳ ଜିଲ୍ଲା କ. ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଭାବେ କାର୍ଯ୍ୟ କରୁଛନ୍ତି। ଘର ତାଙ୍କର ବାଲେଶ୍ୱର ଜିଲ୍ଲା ବଳରାମପୁର ଗାଁରେ। ମୟୁରଭଞ୍ଜ ଜିଲ୍ଲା ଉଦଳା ଠାରେ ରଶ୍ମିରେଖା ସାହୁଙ୍କ ସହ ଗତ ମାର୍ଚ୍ଚ ୪ ତାରିଖରେ ତାଙ୍କର ନିର୍ବନ୍ଧ ହୋଇଥିଲା। ଉଭୟ ପରିବାର ଲୋକଙ୍କ ସହମତିରେ ଏପ୍ରିଲ ୨୬ ତାରିଖରେ ବିବାହ ପାଇଁ ତାରିଖ ସ୍ଥିର ହୋଇଥିଲା। ହେଲେ କରୋନା ଦାୟିତ୍ୱ ଛାଡ଼ି ସେ ନିଜ ବିବାହକୁ ଘୁଞ୍ଚାଇ ଦେଇଛନ୍ତି।

ଏହା ସହ ତାଙ୍କ ବଡ଼ ଭାଇ ଚେନ୍ନାଇର ରାହୁଥିଲାବେଳେ ଘରେ ବୃଦ୍ଧ ବାପା ଆଉ ମାଆ ରହିଛନ୍ତି। ଏପରିକି ବାପା ଜଣେ ହାର୍ଟ ପେସେଣ୍ଟ ଥିଲେ ମଧ୍ୟ ସେ ଘରକୁ ଯାଇପାରୁନାହାନ୍ତି। ଏଭଳି ବିପତ୍ତି ସମୟରେ ରାକେଶ ରୋଗୀ ସେବାକୁ ପ୍ରାଥମିକତା ଦେଇଛନ୍ତି।

Advertisment