Advertisment

ଥରେ ଗିରଫ ହୋଇଥିଲେ, ତଥାପି ସୁଧୁରିଲେନି ଏହି ଡାକ୍ତର

ମାଲକାନଗିରି (ଓଡ଼ିଶା ରିପୋର୍ଟର): ପୂର୍ବରୁ ଲାଞ୍ଚ ନେଇ ଗିରଫ ହୋଇଥିବା ଜଣେ ଡାକ୍ତରଙ୍କୁ ଭିଜିଲାନ୍ସ ଆଜି ପୁଣି ଗିରଫ କରିଛି। ପୁଣି ଲାଞ୍ଚ ମାମଲାରେ ସେ ଗିରଫ ହୋଇଛନ୍ତି ।  ତାଙ୍କ ନାଁ ଡାକ୍ତର ପାଣୁ ଚରଣ ମଣ୍ଡଳ। ସେ ମାଲକାନଗିରି ଜିଲ୍ଲା ପଡିଆ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି। ମିଳିଥିବା ସୂଚନା ଅନୁସାରେ, ଅକ୍ଟୋବର ୨୦ ତାରିଖରେ ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ଶ୍ରୀମନ୍ତ ଅତିବୁଦ୍ଧି ଜଣେ ବ୍ୟକ୍ତିଙ୍କଠାରୁ ଗାଡି ଭଡା ବାବଦ ବିଲ୍‌ କରିବା ପାଇଁ […]

author-image
Tapaswini Nayak
ଅଦ୍ୟତନ ହୋଇଛି
ଥରେ ଗିରଫ ହୋଇଥିଲେ, ତଥାପି ସୁଧୁରିଲେନି ଏହି ଡାକ୍ତର

mal

ମାଲକାନଗିରି (ଓଡ଼ିଶା ରିପୋର୍ଟର): ପୂର୍ବରୁ ଲାଞ୍ଚ ନେଇ ଗିରଫ ହୋଇଥିବା ଜଣେ ଡାକ୍ତରଙ୍କୁ ଭିଜିଲାନ୍ସ ଆଜି ପୁଣି ଗିରଫ କରିଛି। ପୁଣି ଲାଞ୍ଚ ମାମଲାରେ ସେ ଗିରଫ ହୋଇଛନ୍ତି ।  ତାଙ୍କ ନାଁ ଡାକ୍ତର ପାଣୁ ଚରଣ ମଣ୍ଡଳ। ସେ ମାଲକାନଗିରି ଜିଲ୍ଲା ପଡିଆ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି।

Advertisment

ମିଳିଥିବା ସୂଚନା ଅନୁସାରେ, ଅକ୍ଟୋବର ୨୦ ତାରିଖରେ ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ଶ୍ରୀମନ୍ତ ଅତିବୁଦ୍ଧି ଜଣେ ବ୍ୟକ୍ତିଙ୍କଠାରୁ ଗାଡି ଭଡା ବାବଦ ବିଲ୍‌ କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଲକାନଗିରି ଭିଜିଲାନ୍ସ ଟିମ୍‌ ତାଙ୍କୁ ଗିରଫ କରିଥିଲା। ମାଲକାନଗିରି ଭିଜିଲାନ୍ସ ଡିଏସ୍‌ପିଙ୍କ ନେତୃତ୍ୱରେ ଏକ ଟିମ୍‌  ଶ୍ରୀମନ୍ତଙ୍କୁ ପଚରାଉଚରା କରିଥିଲା। ଏହି ସମୟରେ ମେଡିକାଲ ଅଫିସର ଡାକ୍ତର ପାଣୁ ଚରଣ ମଣ୍ଡଳଙ୍କ ସମ୍ପୃକ୍ତି ମଧ୍ୟ ପଦାକୁ ଆସିଥିଲା। ଆଜି ସକାଳୁ ପାଣୁ ଚରଣଙ୍କ ଘରେ ଚଢ଼ଉ କରି ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।

ପୂର୍ବରୁ ପାଣୁଚରଣ ଖଣ୍ଡପଡ଼ାରେ କାର୍ଯ୍ୟରତ ଥିବାବେଳେ ୭୫୦୦ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ଏହା ସହ ତାଙ୍କର ଆୟ ବହିର୍ଭୂତ ସମ୍ପତ୍ତି ଥିବା ଜଣାପଡିଛି।

Advertisment

ଆଗକୁ ପଢନ୍ତୁ: ଏନସିବି ଅଧିକାରୀଙ୍କୁ ଆକ୍ରମଣ କଲେ ଡ୍ରଗ୍ସ ପେଡେଲର

Odia News